ସମସ୍ୟା ଘେରରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ

ରାଉରକେଲା ଅଫିସ,୧୪।୬
(ବିପ୍ଳବ ରଞ୍ଜନ ଦାଶ)
ରାଉରକେଲା ଛେଣ୍ଡ୍‌ରେ ଥିବା ଭିଏସ୍‌ଏସ୍‌ ମାର୍କେଟରେ ବସିବା ସ୍ଥାନ, ଷ୍ଟ୍ରିଟ୍‌ ଲାଇଟ୍‌, ପାର୍କିଂ, ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ରାଉରକେଲା ସହରର ଛେଣ୍ଡ୍‌ ଭିଏସ୍‌ଏସ୍‌ ମାର୍କେଟ ହେଉଛି ସହରର ବହୁ ପୁରୁଣା ମାର୍କେଟ। ଏହା ଉପରେ ଛେଣ୍ଡ, ସିଭିଲ ଟାଉନଶିପ୍‌, ବାସନ୍ତୀ କଲୋନୀ ଓ କଳିଙ୍ଗ ବିହାର ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି। ସୋମବାର ଏବଂ ବୁଧବାର ସକାଳ ୭ଟାରୁ ରାତ୍ରି ୯ଟା ୧୫ ଯାଏ ମାର୍କେଟ ଚାଲେ। ସହର ଆଖପାଖ ଅଞ୍ଚଳରୁ ପରିବା, ରାଶନ, କପଡା ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣି ବ୍ୟବସାୟୀମାନେ ଏଠାରେ ବିକ୍ରିବଟା କରନ୍ତି। ଗ୍ରାହକ ଓ ବ୍ୟବସାୟୀମାନଙ୍କ ସୁବିଧା ଲାଗି ଆର୍‌ଏମ୍‌ସି ପକ୍ଷରୁ ମାର୍କେଟରେ ବିଭିନ୍ନ ସୁବିଧା ରହିଛି। ଯାନବାହନ ରଖିବା ପାଇଁ ୨ଟି ବୃହତ ପାର୍କିଂ ପ୍ଲେସ ଏବଂ ବ୍ୟବସାୟୀମାନଙ୍କ ବସିବା ପାଇଁ ୫୦ଟି ପିଣ୍ଡି ନିର୍ମାଣ ହୋଇଛି। ସବୁଆଡେ ଷ୍ଟିଟ୍‌ ଲାଇଟ୍‌ ଲଗାଯାଇଛି। ମାର୍କେଟ ପରିସରରେ ମୃଦୁ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ସ୍ଥାପନ ହୋଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ବର୍ତ୍ତମାନ ସେସବୁ ଗ୍ରାହକ ଓ ବ୍ୟବସାୟୀମାନଙ୍କ କାମରେ ଆସୁନାହିଁ ବୋଲି ଜୟଦେବ କର, ସୁଶୀଳା ମହନ୍ତ, ରମାକାନ୍ତ ବିନ୍ଦ ଓ ଗଣେଶ ଓରାମ ପ୍ରମୁଖ ଅଭିଯୋଗ କରିଛନ୍ତି। ମାର୍କେଟରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ ଗୁଡିକ ଜଳୁନାହିଁ। ପାର୍କିଂ ପ୍ଲେସ ପରିବର୍ତ୍ତେ ବଜାର ମୁଖ୍ୟରାସ୍ତାରେ ଯାନବାହନ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପିଣ୍ଡିରେ କୁଢ କୁଢ ଅଳିଆ ରହୁଥିବା ବେଳେ ସଫେଇ ହେଉନାହିଁ। ଫଳରେ ବ୍ୟବସାୟୀମାନେ ପିଣ୍ଡି ବଦଳରେ ରାସ୍ତା ଉପରେ ବସି ବିକ୍ରିବଟା କରୁଛନ୍ତି। ସେହିପରି ପାନୀୟ ଜଳ ପ୍ରକଳ୍ପର ୨ଟି ଟ୍ୟାପ୍‌ ଅଚଳ ଯୋଗୁ ଗ୍ରାହକ ଓ ବ୍ୟବସାୟୀ ପାଣି ମୁନ୍ଦେ ପାଇବାକୁ ଅସୁବିଧା ଭୋଗୁଛନ୍ତି। ଏ ନେଇ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ମାର୍କେଟରେ ଯେଉଁ ସମସ୍ୟା ରହିଛି ତଦନ୍ତ କରି ସମାଧାନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri