ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୮।୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଦ୍ୱାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି। ମଙ୍ଗଳବାର ଚାନ୍ଦିପୁରସ୍ଥିତ ଲଞ୍ଚପ୍ୟାଡ୍‌ରୁ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚରରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ ଟେଷ୍ଟ କରାଯାଇଥିଲା। ଭିଏସ୍‌ଏଚଓଆରଏଡିଏସ୍‌ ଏକ ପୋର୍ଟେବଲ ମାନବବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି। ଡିଆରଡିଓ ଲାବରୋଟୋରୀ ଏବଂ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ର ନିର୍ମିତ ହୋଇଛି।
ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌ରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଆଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ। ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍‌ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ। ସହଜରେ ପରିବହନ କରିବା ଲାଗି ଏହି କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚରକୁ ଅଧିକ ସଙ୍ଗଠିତ କରାଯାଇଛି। ତେବେ ଏହି ଦୁଇଟି ଯାକ ଆକାଶମାର୍ଗ ପରୀକ୍ଷଣ ମିଶନର ସମସ୍ତ ଲକ୍ଷ୍ୟ ହାସଲ କରିଥିବା ନେଇ ଡିଆରଡ଼ିଓ ପକ୍ଷରୁ ସୂଚିତ କରାଯାଇଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ଏହାର ଉଦ୍ୟୋଗ ସହଯୋଗୀଙ୍କୁ ଉଚ୍ଚ ପ୍ରଶଂସା କରି କହିଛନ୍ତି, ଉକ୍ତ ନୂଆ କ୍ଷେପଣାସ୍ତ୍ରରେ ଆଧୁନିକ ପ୍ରଯୁକ୍ତି ରହିଛି ଯାହାକି, ସେନାବାହିନୀର ପ୍ରଯୁକ୍ତିଗତ ସାମର୍ଥ୍ୟକୁ ବୃଦ୍ଧି କରିବ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ପୂର୍ଣ୍ଣ ଭିଏସ୍‌ଏଚଓଆରଏଡିଏସ୍‌ ଟିମ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri