ଭିଆର୍‌ଏସ୍‌ ଧାରା

ଶାସନର ମଜଭୁତ ଢାଞ୍ଚା ଭାବେ ବିଚାର କରାଯାଉଥିବା ଭାରତର ଅମଲାତନ୍ତ୍ର ବିଚିତ୍ର ଘଟଣାର ସମ୍ମୁଖୀନ ହେଉଛି। ବହୁ ସଂଖ୍ୟାର ଅଧିକାରୀମାନେ ଏହାକୁ ଛାଡ଼ି ନୂଆ କ୍ଷେତ୍ରକୁ ଚାଲିଯାଉଥିବା ଦେଖାଯାଉଛି। ମୋଦି ଶାସନରେ ଅନେକ ଶହ ଅଧିକାରୀ ବିଶେଷକରି ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ରୁ ସ୍ବେଚ୍ଛାକୃତ ଅବସର ନେବାକୁ ପସନ୍ଦ କରୁଛନ୍ତି। ନିକଟରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ ସୂଚନା ଦେଇଛନ୍ତି ଯେ, ୨୦୧୪ରୁ ୮୫୩ ଆଇଆର୍‌ଏସ୍‌ ଅଧିକାରୀ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ୨୦୧୪ ରେ ୨୦ ଆଇଆର୍‌ଏସ୍‌ (ଆୟକର) ଅଧିକାରୀ ଭିଆର୍‌ଏସ୍‌ ନେଇଥିଲେ; ୨୦୨୪ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୫୭ରେ ପହଞ୍ଚିଛି। ସୀମା ଶୁଳ୍କ ଓ ପରୋକ୍ଷ ଟିକସ କ୍ୟାଡରରେ ମଧ୍ୟ ଏଭଳି ବୃଦ୍ଧି ଘଟିଥିଲା। ୨୦୧୪ରେ ୨୪ ଜଣ ଅଧିକାରୀ ଛାଡ଼ିବାକୁ ଚାହଁିଥିବାବେଳେ ୨୦୨୪ରେ ଏହି ସଂଖ୍ୟା ଥିଲା ୭୩ । ଆଇଆର୍‌ଏସ୍‌ର ଏଭଳି ତଥ୍ୟ ଥିବାବେଳେ ଭିଆର୍‌ଏସ୍‌ ନେଉଥିବା ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ରଖାଯାଇନାହିଁ। ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସେମାନେ ମଧ୍ୟ ବହୁ ସଂଖ୍ୟାରେ ଭିଆର୍‌ଏସ୍‌ ନେଉଛନ୍ତି। ଏହା ପଛରେ କାରଣ ରହୁଛିି। ଯେଉଁମାନେ ପ୍ରଥମରୁ କାମ ଆରମ୍ଭ କରୁଛନ୍ତି ସେମାନଙ୍କ ପାଇଁ ବେସରକାରୀ କ୍ଷେତ୍ରରେ ଭଲ ବେତନ, ଅଧିକ ସୃଜନଶୀଳ ସ୍ବାଧୀନତା ଏବଂ କମ୍‌ ଅମଲାତାନ୍ତ୍ରିକ କଟକଣା ରହିଛି। ବହୁ ବର୍ଷର ଅଭିଜ୍ଞତା ସମ୍ପନ୍ନ ଏହି ଅଧିକାରୀମାନଙ୍କର ଭାରତର ଜଟିଳ ନିୟାମକ ଦୃଶ୍ୟପଟକୁ ସଞ୍ଚାଳନ କରିବାର ଦକ୍ଷତା ଥିବା ଯୋଗୁ କର୍ପୋରେଶନ ସେକ୍ଟରରେ ଅତ୍ୟଧିକ ଚାହିଦା ରହିଛି। ସମାଲୋଚକମାନେ ଯୁକ୍ତି କରନ୍ତି ଯେ, ମୋଦି ସରକାରରେ କ୍ଷମତାର କେନ୍ଦ୍ରୀକରଣ ଏବଂ ପ୍ରତଶୋଧାତ୍ମକ ପରିବେଶ ଅଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ, ଯେଉଁଥିପାଇଁ ସେମାନେ ଭିଆର୍‌ଏସ୍‌ ନିଷ୍ପତ୍ତିି ନେଉଛନ୍ତି। ଯଦି ଭିଆର୍‌ଏସ୍‌ ଧାରା ଜାରି ରହେ, ତେବେ ଅଭିଜ୍ଞ ଅଧିକାରୀଙ୍କୁ ହରାଇବା ଅମଲାତାନ୍ତ୍ରିକ ଭବିଷ୍ୟତ ପାଇଁ ଭଲ ହେବ ନାହିଁ।
ଫ୍ଲୋରିଡାରେ ରାଓ
ପୂର୍ବତନ ଏସ୍‌ଆଇବି ମୁଖ୍ୟ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ପ୍ଲେବୁକ ଲେଖକ ଟି.ପ୍ରଭାକର ରାଓ ଏବେ ଆମେରିକାରେ ରାଜନୈତିକ ଆଶ୍ରୟ ନେବାକୁ ଚାହଁୁଛନ୍ତି। ଅଧିକାରୀମାନେ ଏ ସମ୍ପର୍କରେ କିଛି କହୁ ନ ଥିଲାବେଳେ ରିପୋର୍ଟରେ ଦର୍ଶାଯାଇଛି ଯେ, ରାଓ ତାଙ୍କ ପୂର୍ବତନ ସହଯୋଗୀଙ୍କ ଦ୍ୱାରା ନିର୍ଯାତିତ ହୋଇ ରାଜନୈତିକ ଶରଣାର୍ଥୀର ସ୍ବୀକୃତି ପାଇବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ପୁଅଙ୍କ ସହ ଫ୍ଲୋରିଡ଼ାରେ ରହୁଛନ୍ତି ଓ କର୍କଟ ରୋଗ ଚିକିତ୍ସାରେ ଅଛନ୍ତି। ଏକ ଫୋନ୍‌ ଟ୍ୟାପିଂ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ, ଯେଉଁଥିରେ ତେଲଙ୍ଗାନା ପୋଲିସ ରେଡ କର୍ନର ନୋଟିସ ବଳରେ ତାଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛି। ମାର୍ଚ୍ଚ ୧୦ ରେ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। କିନ୍ତୁ ମାର୍ଚ୍ଚ ୧୧ ସୁଦ୍ଧା ରାଓ ବିମାନରେ ଆମେରିକା ଚାଲି ଯାଇଥିଲେ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଏହି ଆଇନଗତ ଲଢ଼େଇ ଛାଡିଦେଇ ଯାଇଥିଲେ। ରାଓ ଦେଶ ଛାଡ଼ି ଚାଲିଯିବା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଯଦି ଏହା ଏକ ଉଦାହରଣ ସୃଷ୍ଟି କରେ ତେବେ ଆଗକୁ କ’ଣ ଘଟିବ? ସମସ୍ୟାରେ ଥିବା ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ପାଇଁ ରାଜନୈତିକ ଆଶ୍ରୟ ସର୍ବଶେଷ ପଳାୟନ ମାର୍ଗ ହୋଇଯିବନି ତ? ଏହା ଏକ ଘୋଟାଲାଠାରୁ ଅଧିକ ଗମ୍ଭୀର ବିଷୟ। ଆମ ଅମଲାତନ୍ତ୍ରର ସ୍ଥିତି ବିଷୟରେ ଏହା କ’ଣ ସୂଚିତ କରିବ ଯେତେବେଳେ ଏହାର ସମର୍ଥକମାନେ ସମସ୍ୟାର ମୁକାବିଲା କରି ନ ପାରି ପଳାୟନ କରିବେ? ଯହେତୁ ଫ୍ଲୋରିଡ଼ାରେ ରାଓ ଆନନ୍ଦ ନେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏହି କାହାଣୀର ସହଜରେ ଅନ୍ତ ଘଟିବ ନାହିଁ।
ଡିଜିପି ଡ୍ରାମା
ଝାଡ଼ଖଣ୍ଡର ସର୍ବୋଚ୍ଚ ପୋଲିସ ପଦବୀ ଆଇନଶୃଙ୍ଖଳାରେ କମ୍‌ ବରଂ ଅଧିକ ରାଜନୈତିକ କ୍ରୀଡ଼ନକ ବୋଲି ମନେହୁଏ। ରାଜ୍ୟ ଡିଜିପିକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଏବଂ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟରେ ବିବାଦ ଶାସନରେ ଏକ ଅଜବ ସ୍ଥିତି ସୃଷ୍ଟି କରିଛି। ଏବକାର ପଦକ୍ଷେପ କ୍ରମେ ଅଜୟ କୁମାର ସିଂ (ଆଇପିଏସ: ୧୯୮୯ ବ୍ୟାଚ)ଙ୍କୁ ହଟାଇ ଅନୁରାଗ ଗୁପ୍ତା (ଆଇପିଏସ୍‌: ୧୯୯୦ ବ୍ୟାଚ)ଙ୍କୁ ଡିଜିପି ଭାବେ ନିଯୁକ୍ତ କରାଯାଇଛି। ସିଂଙ୍କୁ ଝାଡ଼ଖଣ୍ଡ ପୋଲିସ ହାଉସିଂ କର୍ପୋରେଶନ ଲିମିଟେଡରେ ଅବସ୍ଥାପିତ କରାଯାଇଛି। ବିଧାନସଭା ନିର୍ବାଚନ ସମୟରେ ଗୁପ୍ତାଙ୍କୁ ଇସିଆଇ ହଠାତ ହଟାଇ ଦେଇ ଅଜୟ କୁମାର ସିଂଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିଥିଲେ। ବର୍ତ୍ତମାନ ଗୁପ୍ତା ପୁଣି ଥରେ ଦାୟିତ୍ୱ ସମ୍ଭାଳିଛନ୍ତି। ସିଂ ବର୍ତ୍ତମାନ ଯେଉଁିଠିକୁୁ ଯାଇଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିଲେ ବି ସେ କିନ୍ତୁ ପୋଲିସ ଫ୍ରଣ୍ଟଲାଇନରୁ ବହୁ ଦୂରରେ ରହିଗଲେ। ସୋରେନ ସରକାର ଦାୟିତ୍ୱ ଗ୍ରହଣ କରିବାର କିଛି ସପ୍ତାହ ପରେ ପ୍ରଶାସନିକ ଅଦଳବଦଳ ସାମ୍ପ୍ରତିକ ପରିସ୍ଥିତି ସହ ଅଧିକ ସାମଞ୍ଜସ୍ୟ ଥିବା ଭଳି ମନେ ହେଉଛି। ନିୟନ୍ତ୍ରଣ କରିବା ପାଇଁ ସୋରେନଙ୍କର ଏହା ଏକ ସଙ୍କେତ କି? ଅଥବା ଇସିଆଇ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ପ୍ରଭୁତ୍ୱ ବିସ୍ତାର ଯୁଦ୍ଧର ଏହା ଅୟମାରମ୍ଭ ନୁହେଁ ତ? ନେତୃତ୍ୱରେ ସ୍ଥିରତା ଅର୍ଥ ଅମଲାତାନ୍ତ୍ରିକ ବିଭେଦତା ନୁହେଁ କିମ୍ବା ଏକ ଶବ୍ଦ ନୁହେଁ; ଏହାର କିଛି ଅର୍ଥ ରହିବା ଉଚିତ। କିନ୍ତୁ ଝାଡ଼ଖଣ୍ଡରେ ଡିଜିପିଙ୍କ ଚେୟାର ବା ପଦବୀ ସ୍ଥିର ଅପେକ୍ଷା ଅସ୍ଥିର ପରି ମନେ ହେଉଛି।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri