ଆଜି ୯୭୩ ବୁଥ୍‌ରେ ମତଦାନ

ପୁରୀ ଅଫିସ୍‌,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପାଇଁ ସଜବାଜ ସରିଲାଣି। ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ମତଦାନ କେନ୍ଦ୍ରରେ ପ୍ରାକ୍‌ ପ୍ରସ୍ତୁତି ଶେଷ କରିଛନ୍ତି। ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହେବ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାତାମାନେ ନିଜ ମତଦାନ କେନ୍ଦ୍ରରେ ପହଞ୍ଚତ୍ ଭୋଟ ଦେବେ। ମତଦାତା ଯେକୌଣସି ପରିଚୟ ପତ୍ର ନେଇ ମତ ସାବ୍ୟସ୍ତ କରିପାରିବେ। କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ଭଳି ତିନୋଟି ବ୍ଲକ୍‌ର ୯୭୩ଟି ବୁଥରେ ବୁଧବାର ଭୋଟଗ୍ରହଣ ହେବ। ଏହା ମଧ୍ୟରେ ୭୪ଟି ପଞ୍ଚାୟତ ଓ ୮ଟି ଜିଲା ପରିଷଦ ଆସନ ସାମିଲ ରହିଛି। ୩ ଲକ୍ଷ ୮ ହଜାର ୨୪୧ ଜଣ ମତଦାତା ମତ ସାବ୍ୟସ୍ତ କରିବେ।
କୃଷ୍ଣପ୍ରସାଦର ଚିଲିକା ମଧ୍ୟରେ ଥିବା ୧୪ ପଞ୍ଚାୟତ ପାଇଁ ପୋଲିଂ ପାର୍ଟିମାନଙ୍କ ଲାଗି ଭେସେଲ ଓ ଯନ୍ତ୍ରଚାଳିତ ଡଙ୍ଗାର ବ୍ୟବସ୍ଥା ହୋଇଛି। କୃଷ୍ଣପ୍ରସାଦରେ ୧୬ ସେକ୍ଟର, ବ୍ରହ୍ମଗିରିରେ ୨୫ ଓ କଣାସରେ ୨୮ଜଣ ସେକ୍ଟର ଅଫିସର ନିଯୁକ୍ତ ଅଛନ୍ତି। ଉକ୍ତ ୩ଟି ବ୍ଲକ୍‌ରେ ୩୨୪ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ବିଗତ ଦିନର ରେକର୍ଡକୁ ଦେଖି ଏହାକୁ ସମ୍ବେଦନଶୀଳ ତାଲିକାଭୁକ୍ତ କରାଯାଇଛି। ସେହିଭଳି ୨୮୫ଟି ସିଙ୍ଗିଲ୍‌ ବୁଥ୍‌, ୧୭୩ଟି ଡବଲ୍‌ ବୁଥ୍‌, ୫୯ଟି ଟ୍ରିପଲ୍‌ ବୁଥ୍‌ ମଧ୍ୟ ମତଦାନ କେନ୍ଦ୍ରରେ ସାମିଲ ରହିଛି। ତେବେ ପଞ୍ଚାୟତ ନିର୍ବାଚନ ମତଦାନ ବାଲଟ୍‌ରେ ଗ୍ରହଣ ହେବ। ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ଅନେକ ବୁଥ୍‌ରେ ଭୋଟ ବାକ୍ସ ଅକ୍ତିଆର ହୋଇଯିବାର ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ବ୍ୟାପକ ସୁରକ୍ଷା ଉପରେ ଧ୍ୟାନ ଦେଉଛି। ତିନି ବ୍ଲକ୍‌ର ସମସ୍ତ ୯୭୩ଟି ବୁଥରେ ଜଣେ ଲେଖାଏ ପୋଲିସ କର୍ମଚାରୀ ମୁତୟନ ହେବେ। ୫୭ଟି ସ୍ଥାନରେ ଅଧିକାଂଶ ପୋଲିସ କର୍ମଚାରୀ ମୁତୟନ ହେବେ। ୩୭ଟି ମୋବାଇଲ ପାର୍ଟିରେ ଜଣେ ଅଧିକାରୀ, ୫ଜଣ ଡିଏସ୍‌ପି, ୩ଜଣ ଅତିରିକ୍ତ ଏସ୍‌ପି ଓ ବିଭିନ୍ନ କ୍ଲଷ୍ଟରରେ ଅତିରିକ୍ତ ଫୋର୍ସ ମୁତୟନ ହେବେ। ଅତି ସମ୍ବେଦନଶୀଳ ବୁଥ୍‌ ଉପରେ ସ୍ବତନ୍ତ୍ର ନଜର ରହିବ। ତେବେ ମୋଟ ୪୮ ପ୍ଲାଟୁନ୍‌ର ଅଧିକ ଫୋର୍ସ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦାୟିତ୍ୱରେ ରହିବେ ବୋଲି ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି। ୨୮ ନମ୍ବର ଜୋନ୍‌ ବିଜେଡି ସମର୍ଥିତ ଜିଲା ପରିଷଦ ପ୍ରାର୍ଥୀ କୈଳାସ ଚନ୍ଦ୍ର ପରିଡ଼ା କହିଛନ୍ତି, ପ୍ରଚାରକୁ ଶୃଙ୍ଖଳିତ ଭାବେ ଶେଷ କରିଛୁ। ଭୋଟଗ୍ରହଣ ଦିନ ମଧ୍ୟ ଏହିଭଳି ମତଦାନ ହେବ ବୋଲି ଆଶା ରଖିଛୁ। ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ଦେବା ଦରକାର। ନଚେତ୍‌ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ମତଦାନକୁ ଶୃଙ୍ଖଳିତ କରିବା ଦିଗରେ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶୃଙ୍ଖଳିତ ଭାବେ ମତଦାନ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri