ଆଜି ୯୭୩ ବୁଥ୍‌ରେ ମତଦାନ

ପୁରୀ ଅଫିସ୍‌,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପାଇଁ ସଜବାଜ ସରିଲାଣି। ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ମତଦାନ କେନ୍ଦ୍ରରେ ପ୍ରାକ୍‌ ପ୍ରସ୍ତୁତି ଶେଷ କରିଛନ୍ତି। ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହେବ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାତାମାନେ ନିଜ ମତଦାନ କେନ୍ଦ୍ରରେ ପହଞ୍ଚତ୍ ଭୋଟ ଦେବେ। ମତଦାତା ଯେକୌଣସି ପରିଚୟ ପତ୍ର ନେଇ ମତ ସାବ୍ୟସ୍ତ କରିପାରିବେ। କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ଭଳି ତିନୋଟି ବ୍ଲକ୍‌ର ୯୭୩ଟି ବୁଥରେ ବୁଧବାର ଭୋଟଗ୍ରହଣ ହେବ। ଏହା ମଧ୍ୟରେ ୭୪ଟି ପଞ୍ଚାୟତ ଓ ୮ଟି ଜିଲା ପରିଷଦ ଆସନ ସାମିଲ ରହିଛି। ୩ ଲକ୍ଷ ୮ ହଜାର ୨୪୧ ଜଣ ମତଦାତା ମତ ସାବ୍ୟସ୍ତ କରିବେ।
କୃଷ୍ଣପ୍ରସାଦର ଚିଲିକା ମଧ୍ୟରେ ଥିବା ୧୪ ପଞ୍ଚାୟତ ପାଇଁ ପୋଲିଂ ପାର୍ଟିମାନଙ୍କ ଲାଗି ଭେସେଲ ଓ ଯନ୍ତ୍ରଚାଳିତ ଡଙ୍ଗାର ବ୍ୟବସ୍ଥା ହୋଇଛି। କୃଷ୍ଣପ୍ରସାଦରେ ୧୬ ସେକ୍ଟର, ବ୍ରହ୍ମଗିରିରେ ୨୫ ଓ କଣାସରେ ୨୮ଜଣ ସେକ୍ଟର ଅଫିସର ନିଯୁକ୍ତ ଅଛନ୍ତି। ଉକ୍ତ ୩ଟି ବ୍ଲକ୍‌ରେ ୩୨୪ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ବିଗତ ଦିନର ରେକର୍ଡକୁ ଦେଖି ଏହାକୁ ସମ୍ବେଦନଶୀଳ ତାଲିକାଭୁକ୍ତ କରାଯାଇଛି। ସେହିଭଳି ୨୮୫ଟି ସିଙ୍ଗିଲ୍‌ ବୁଥ୍‌, ୧୭୩ଟି ଡବଲ୍‌ ବୁଥ୍‌, ୫୯ଟି ଟ୍ରିପଲ୍‌ ବୁଥ୍‌ ମଧ୍ୟ ମତଦାନ କେନ୍ଦ୍ରରେ ସାମିଲ ରହିଛି। ତେବେ ପଞ୍ଚାୟତ ନିର୍ବାଚନ ମତଦାନ ବାଲଟ୍‌ରେ ଗ୍ରହଣ ହେବ। ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ଅନେକ ବୁଥ୍‌ରେ ଭୋଟ ବାକ୍ସ ଅକ୍ତିଆର ହୋଇଯିବାର ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ବ୍ୟାପକ ସୁରକ୍ଷା ଉପରେ ଧ୍ୟାନ ଦେଉଛି। ତିନି ବ୍ଲକ୍‌ର ସମସ୍ତ ୯୭୩ଟି ବୁଥରେ ଜଣେ ଲେଖାଏ ପୋଲିସ କର୍ମଚାରୀ ମୁତୟନ ହେବେ। ୫୭ଟି ସ୍ଥାନରେ ଅଧିକାଂଶ ପୋଲିସ କର୍ମଚାରୀ ମୁତୟନ ହେବେ। ୩୭ଟି ମୋବାଇଲ ପାର୍ଟିରେ ଜଣେ ଅଧିକାରୀ, ୫ଜଣ ଡିଏସ୍‌ପି, ୩ଜଣ ଅତିରିକ୍ତ ଏସ୍‌ପି ଓ ବିଭିନ୍ନ କ୍ଲଷ୍ଟରରେ ଅତିରିକ୍ତ ଫୋର୍ସ ମୁତୟନ ହେବେ। ଅତି ସମ୍ବେଦନଶୀଳ ବୁଥ୍‌ ଉପରେ ସ୍ବତନ୍ତ୍ର ନଜର ରହିବ। ତେବେ ମୋଟ ୪୮ ପ୍ଲାଟୁନ୍‌ର ଅଧିକ ଫୋର୍ସ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦାୟିତ୍ୱରେ ରହିବେ ବୋଲି ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି। ୨୮ ନମ୍ବର ଜୋନ୍‌ ବିଜେଡି ସମର୍ଥିତ ଜିଲା ପରିଷଦ ପ୍ରାର୍ଥୀ କୈଳାସ ଚନ୍ଦ୍ର ପରିଡ଼ା କହିଛନ୍ତି, ପ୍ରଚାରକୁ ଶୃଙ୍ଖଳିତ ଭାବେ ଶେଷ କରିଛୁ। ଭୋଟଗ୍ରହଣ ଦିନ ମଧ୍ୟ ଏହିଭଳି ମତଦାନ ହେବ ବୋଲି ଆଶା ରଖିଛୁ। ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ଦେବା ଦରକାର। ନଚେତ୍‌ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ମତଦାନକୁ ଶୃଙ୍ଖଳିତ କରିବା ଦିଗରେ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶୃଙ୍ଖଳିତ ଭାବେ ମତଦାନ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri