ଭୋଟ ବେଳ

ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ବାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ। ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’ ଏ କଠୋର ବାଣୀ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ପରିପ୍ରେକ୍ଷୀରେ ଖୁବ୍‌ ମନେପଡ଼େ। ନ ହେଲେ କ’ଣ ଏ ନେତାମାନେ ପିହୁଳା ଏଣ୍ଡୁଅ ପରି ରଙ୍ଗ ବଦଳେଇ ମାଙ୍କଡ଼ ଡାଳ ବଦଳେଇଲା ପରି ଏ ଦଳ ସେ ଦଳ ହେଉଥାନ୍ତେ!
ରାଜନୀତିରେ ପାଦ ଥାପୁଥିବା ପ୍ରତ୍ୟକ ବ୍ୟକ୍ତି ଜଣେ ଜଣେ ସମାଜସେବୀ, ଏହା ତାଙ୍କ ନିଜସ୍ବ ଦାବି। ସମାଜସେବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ। କ୍ଷମତା ରାଜନୀତି କୁଆଡ଼େ ସମାଜସେବାର ଏକମାତ୍ର ପନ୍ଥା? ସାଧାରଣ ଲୋକମାନଙ୍କ ଉନ୍ନତି କଳ୍ପେ ସେମାନେ ଦିନରାତି ସ୍ବପ୍ନ ଦେଖୁଥା’ନ୍ତି, ଯାହା ପୂରଣ କରିବାକୁ ତାଙ୍କୁ ଗୋଟିଏ ଜନ୍ମ ବି ନିଅଣ୍ଟ ପଡ଼େ। ତାଙ୍କ ଅନ୍ତେ ତାଙ୍କ ପୁଅ, ନାତି, ଝିଅ, ନାତୁଣୀ ସେ ସ୍ବପ୍ନ ପଛରେ ଧାଇଁ ଥାଆନ୍ତି। ନିର୍ବାଚନ ସମୟ ପାଖେଇ ଆସିଲେ ତାଙ୍କ ସ୍ବପ୍ନର ଭିଡ଼ ଲାଗେ। ସମାଜସେବା ପାଇଁ ପ୍ରାଣ କାନ୍ଦି ଉଠେ। ଗୋଟିଏ ଦଳରୁ ସୁଯୋଗ ନ ମିଳିଲେ ସେମାନେ ବର୍ଷ ବର୍ଷର ସମ୍ପର୍କ ଛିନ୍ନ କରି ନୂଆ ଦଳରେ ଯୋଗଦିଅନ୍ତି। ଜନସେବା ପାଇଁ କି ଅଦ୍ଭୁତ ବ୍ୟାକୁଳତା!
ଏବେ ଜନତାଙ୍କ କଥା ଆଲୋଚନା କରାଯାଉ। ନେତାଙ୍କ କଥା ବଇଁଶୀର ସୁର ହେଲେ ଜନତା ହେଲେ ନାଗସାପ, ଯାହାର ଗୋଟେ ଚୋଟକୁ କେଳାର ଆୟୁଷ ନିଅଣ୍ଟ। ହେଲେ ନାଗ କ’ଣ କରେ? ବଇଁଶୀଫୁଙ୍କା ତାଳରେ ନିଜେ ନାଚେ, ଲହୁ ଲୁହାଣ ହୁଏ। ଉପରେ ନେତାଏ କୋଳାକୋଳି, ତଳେ ଭକ୍ତ, ଚାମଚା, ଫ୍ୟାନ ଗଡ଼ାଗଡ଼ି। ହଜାରେ ଜ୍ଞାନୀଙ୍କୁ ବୁଝେଇବା ସହଜ, ମାତ୍ର ଗୋଟିଏ ମୂର୍ଖକୁ ବୁଝେଇବା କଷ୍ଟ, ଏ କଥା ଏବେ ପୁରୁଣା ହୋଇ ଗଲାଣି। ଏବେ ତା’ର ନୂଆ ସଂସ୍କରଣ ହେଲା- ହଜାରେ ମୂର୍ଖଙ୍କୁ ବୁଝେଇବା ସହଜ, ମାତ୍ର ଗୋଟିଏ ଦଳୀୟ କର୍ମୀକୁ ବୁଝେଇବା କଷ୍ଟ। ନେତାର ଅଯୋଗ୍ୟପଣ, ଦୁର୍ନୀତି ସେ ଦେଖେନାହିଁ। ନେତା ଦ୍ୱାରା ଗାଁ, ସମାଜ, ରାଜ୍ୟ ବା ରାଷ୍ଟ୍ରର କ’ଣ ଉନ୍ନତି ହେବ ସେ ବିଚାର କରେ ନାହିଁ, ସେ କେବଳ ଦଳ ପ୍ରେମରେ ବାଇ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, କୌଣସି ନେତା ଜନତାଙ୍କୁ ଦେଶ ବା ରାଜ୍ୟର ନାଗରିକ ଭାବି ବ୍ୟବହାର କରନ୍ତି ନାହିଁ। ନିର୍ବାଚନର କିଛି ଦିନ ପୂର୍ବରୁ ହିତାଧିକାରୀ ବୋଲି ଭାବନ୍ତି। ସେଥିପାଇଁ ସେମାନେ ତାଙ୍କ ପାଇଁ ରାଜକୋଷ ଶୂନ୍ୟ କରି ଚାଲନ୍ତି। ଯୋଜନା ପରେ ଯୋଜନାର ବର୍ଷା ହୁଏ। ମାତ୍ର ଅଧିକାଂଶ ଯୋଜନାର ବାସ୍ତବ ରୂପରେଖ କିଛି ନ ଥାଏ ବା ଲୋକଙ୍କର ଉପଯୋଗିତା ନ ଥାଏ। ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଜନତାଙ୍କୁ ସାମୟିକ ଭାବରେ ଭ୍ରମିତ କରି ରଖିବା। ଆଚରଣବିଧି ଲାଗୁ ହୋଇଗଲା ପରେ ସେଇ ନାଗରିକମାନେ ଭୋଟର ହେଇ ଯାଆନ୍ତି। ସେମାନଙ୍କୁ ନିଜ ସପକ୍ଷକୁ ନେବା ପାଇଁ ନିଜ ନିଜ ଭିତରେ ଅସୁସ୍ଥ ପ୍ରତିଯୋଗିତା ଆରମ୍ଭ ହୁଏ, ଯାହାର କ୍ଷତି ଭରଣା ହୋଇପାରେନି। ଜାତି, ଧର୍ମ, ସମ୍ପ୍ରଦାୟକୁ ନେଇ ଭିତ୍ତିହୀନ, ମିଥ୍ୟା, କପୋଳକଳ୍ପିତ ଅଥବା ଆଧୁନିକ ଭାଷାରେ ଡିପ୍‌ ଫେକ୍‌ ଭିଡିଓର ସହାୟତା ନିଆଯାଏ। ଜନତାଙ୍କ ଭିତରେ ହିଂସା ଆଉ ଘୃଣା ବାଣ୍ଟିବାର ବୀଜ ବପନ କରାଯାଏ। ଶେଷରେ ନିର୍ବାଚନ ପୂର୍ବ ରାତିରେ ନେତାମାନେ ତାଙ୍କର ବ୍ରହ୍ମାସ୍ତ୍ର ସ୍ବରୂପ ଟଙ୍କା, ମଦ, ମାଂସ ବାଣ୍ଟିଥା’ନ୍ତି। ସାମାନ୍ୟ ଲୋଭର ବଶବର୍ତ୍ତୀ ହୋଇ ଭୋଟରଟିଏ ନିଜକୁ ବିକ୍ରି କରି ଦେଇଥାଏ। ଦେଶର ନାଗରିକ ହିସାବରେ ସମାଜ ପ୍ରତି ତା’ର କିଛି କର୍ତ୍ତବ୍ୟ ରହିଛି ସେ ଭୁଲିଯାଏ।
ନେତାମାନେ ଜନତାଙ୍କୁ କେବେ ନାଗରିକ ବୋଲି ଭାବନ୍ତି ନାହିଁ, କାରଣ ନିର୍ବାଚନ ପୂର୍ବରୁ ଜନତାଙ୍କ ଗୋଡ଼ ଧରିବା ତାଙ୍କର ଅସହାୟତା ଆଉ ନିର୍ବାଚନ ପରେ ତାଙ୍କ ତଣ୍ଟି ଧରିବା ତାଙ୍କ ଅଧିକାର ବୋଲି ଭାବନ୍ତି। ତେଣୁ ଜନତା ବା ଭୋଟର ନେତାଙ୍କୁ ସମାଜସେବୀ ଭାବିବାର ଭ୍ରମ ନ କରିବା ଉଚିତ। କୌଣସି ନେତାର ମିଛ ପ୍ରଲୋଭନରେ ଭାସିଯିବା ପୂର୍ବରୁ ସେ ପ୍ରତିଶ୍ରୁତିର ସତ୍ୟତା ପରଖି ନେବା ଉଚିତ। ଦଳବଦଳ କରୁଥିବା ନକଲି ସମାଜସେବୀମାନଙ୍କ ପ୍ରତି ନିଜର ଆଖି ଖୋଲା ରଖି ବିଚାର କରିବାକୁ ହେବ। ସବା ଶେଷରେ ‘ନୀଳଶୈଳ’ର ଗୋଟିଏ କାଳଜୟୀ ବାକ୍ୟ ଉଦ୍ଧାର କରାଯାଉ। ”ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ, ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରଭାବ ଚଲା ମେଘ ପରି ଅସ୍ଥିର।“ ତେଣୁ ଭୋଟରମାନେ ରାଜନୀତି ପାଇଁ ନିଜ ନିଜ ଭିତରେ ସମ୍ପର୍କ ଖରାପ କରିବା ପୂର୍ବରୁ ଏ ବାକ୍ୟଟି ସ୍ମରଣ ରଖିଲେ ସଭିଙ୍କର ମଙ୍ଗଳ।

  • ବିପ୍ଳବ
    ମକୁନ୍ଦପୁର, ବାଙ୍କୀ
    ମୋ: ୯୪୩୭୪୬୮୦୧୬

Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri