ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଗଞ୍ଜାମ,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ଚି଼ହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନ ହେବା ଲାଗି ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଥାନା ଆଇଆଇସି ଦିପ୍ତୀରଞ୍ଜନ ବେହେରା ଏବଂ ହୁମା ଫାଣ୍ଡି ଅଧିକାରୀ ପ୍ରିୟଦର୍ଶୀ ପ୍ରମୁଖ ସେଠାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।