ବୁଥ୍‌ରେ ଉତ୍ତେଜନା, ମତଦାନ ବନ୍ଦ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏସ କରଡାସିଂ ପଞ୍ଚାୟତ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଭୋଟର ତାଲିକାରେ ନାଁ ନ ଥିବାରୁ ଏହି ଉତ୍ତେଜନା ଦେଖାଦେଇଛି। ୯ ନମ୍ବର ବୁଥ୍‌ ଘାଟିତଳ ଗ୍ରାମର ଉତ୍ତ୍ୟକ୍ତ ଲୋକେ ମତଦାନ ପ୍ରକ୍ରିୟାକୁ ବନ୍ଦ କରି ରଖିଛନ୍ତି। ପୋଲିସ ଓ ନିର୍ବାଚନ ଅଧିକାରୀମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ମୁଖ୍ୟତଃ ଘାଟିତଳ ଗ୍ରାମରେ ୭୦ରୁ ଅଧିକ ଲୋକଙ୍କ ଭୋଟର ତାଲିକାରେ ନାମ ନ ଥିବା ଅଭିଯୋଗ ହୋଇଛି । ତେଣୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାଲଟ ପେପର ଓ ବାଲଟ ବକ୍ସ ବୁଥ୍‌ରୁ ଉଠେଇ ନେଇ ଆସିଛନ୍ତି। କେବଳ ଏହି ବୁଥ୍‌ରେ ୩ ଜଣ ଭୋଟର ଭୋଟ୍‌ ଦେଇଥିବା ସେକ୍ଟର ଅଫିସର ଓ ପୋଲିଂ ଅଫିସର କହିଛନ୍ତି। ତେବେ ବର୍ତ୍ତମାନ ଉତ୍ତେଜନା ଲାଗିରହିଛି।