ଆଜି ୨,୨୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପୁରୀ ଅଫିସ,୧୮।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ୨ୟ ପର୍ଯ୍ୟାୟ ମତଦାନ ହେବ। ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ଟି ୱାର୍ଡ, ୪ଟି ଜିଲା ପରିଷଦ ଜୋନ ଓ ଗୋପ ବ୍ଲକ୍‌ର ୩୧ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୪୫୯ଟି ୱାର୍ଡ, ୪ଟି ଜିଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ। ନିମାପଡ଼ାରେ ୧୦୦ଜଣ ସରପଞ୍ଚ, ୯୩ଜଣ ସମିତି ସଭ୍ୟ, ୯୦୭ଜଣ ୱାର୍ଡ ମେମ୍ବର, ୧୮ଜଣ ଜିଲା ପରିଷଦ, ଗୋପ ବ୍ଲକ୍‌ରେ ୧୦୩ ସରପଞ୍ଚ, ୧୦୧ ସମିତି ସଭ୍ୟ, ୯୧୭ ୱାର୍ଡମେମ୍ବର, ୧୮ ଜିଲା ପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ନିମାପଡ଼ା ବ୍ଲକ୍‌ର ୧ ଲକ୍ଷ ୫୭ ହଜାର ୭୩୬ ଜଣ ଭୋଟର, ଗୋପର ୧ ଲକ୍ଷ ୪୫ ହଜାର ୭୯୧ ଜଣ ଭୋଟରଙ୍କୁ ମିଶାଇ ସମୁଦାୟ ୩ ଲକ୍ଷ ୩ ହଜାର ୫୨୭ ଜଣ ଭୋଟର ମତଦାତା ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି ନିମାପଡ଼ା ପାଇଁ ୩୩ଜଣ ଓ ଗୋପ ପାଇଁ ୩୦ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଥିଲେ। ଉଭୟ କେନ୍ଦ୍ରରେ ୨୧୯ (୧୧୩ଟି ଗୋପ)ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି।
ବ୍ଲକ୍‌ର ୩ ନମ୍ବର ୱାର୍ଡ, ନିମାପଡ଼ାର ତେରୁଣ୍ଡିଆ ପଞ୍ଚାୟତର ୧୬ ନମ୍ବର ୱାର୍ଡକୁ ପିଙ୍କ୍‌ ବୁଥ୍‌ ଭାବେ ପ୍ରସ୍ତୁତ କରାଯାଉଛି। ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ କର୍ମଚାରୀ ଓ ଅଧିକାରୀ ମହିଳା ରହିବେ। ପୋଲିଂ ପାର୍ଟିମାନେ ବୁଧବାରଠାରୁ ସମ୍ପୃକ୍ତ ବ୍ଲକ୍‌ରେ ପହଞ୍ଚିସାରିଥିବା ବେଳେ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଶୁକ୍ରବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ହେବ। ଆସନ୍ତା ୨୬ରେ ଭୋଟଗଣତି ହେବ। ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ କାଁ ଭାଁ କିଛି ସ୍ଥାନ ବ୍ୟତୀତ ଅନ୍ୟ ସବୁଠି ମତଦାନ ଶାନ୍ତିପୂର୍ଣ୍ଣ ଥିଲା ଓ ଆଗାମୀ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସମ୍ବେଦନଶୀଳ ବୁଥ୍‌ରେ ଅତିରିକ୍ତ ଫୋର୍ସ, ପ୍ରତି ବୁଥ୍‌ରେ ଜଣେ ଲେଖାଏ ପୋଲିସ କର୍ମଚାରୀ, ମୋବାଇଲ୍‌ ଭ୍ୟାନ୍‌ ସହ ପ୍ରତି କ୍ଲଷ୍ଟରରେ ପୋଲିସ୍‌ ଅଧିକାରୀଙ୍କ ନିଯୁକ୍ତି ଉପରେ ଧ୍ୟାନ ଦିଆଯାଇଛି। ସେହିଭଳି ୩ଜଣ ଡିଏସ୍‌ପି ଓ ୨ ଅତିରିକ୍ତ ଏସ୍‌ପି ମଧ୍ୟ ଦାୟିତ୍ୱରେ ରହିଛନ୍ତି। ବିଶେଷ ଭାବେ ପ୍ରଥମ ପର୍ଯ୍ୟାୟ ମତଦାନରେ କଣାସ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଭଳି ସ୍ଥାନରେ ହିଂସା ଦେଖାଦେଇଥିବା ହେତୁ ପୋଲିସ ପ୍ରଶାସନ କଡ଼ା ସୁରକ୍ଷା ନେଇ ସମସ୍ତ ଫୋକସ୍‌ ଦେଉଛି ବୋଲି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri