Posted inଜାତୀୟ

ଦିନକ ପରେ ୧୨୨ ଆସନରେ ଭୋଟ: ବିହାର ପ୍ରଚାର ଶେଷ

ପାଟନା/ନୂଆଦିଲ୍ଲୀ,୧୦ା୧୧:ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଥମିଯାଇଛି। ନଭେମ୍ବର ୬ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ୧୨୧ ଆସନରେ ରେକର୍ଡ ୬୫.୦୮% ମତଦାନ ହୋଇଥିଲା, ଯାହାକି ରାଜ୍ୟର ନିର୍ବାଚନୀ ଇତିହାସରେ ସର୍ବାଧିକ। ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ କଡ଼ା ବ୍ୟବସ୍ଥା ମଧ୍ୟରେ ଆସନ୍ତା ମଙ୍ଗଳବାର ୧୨୨ ଆସନରେ ଭୋଟ ଗ୍ରହଣ କରାଯିବ। ହାତରେ କମ୍‌ ସମୟ ଥିବାରୁ ଉଭୟ ଶାସକ ଓ ବିରୋଧୀ ପକ୍ଷର ସବୁ ଦଳ ସୁଫଳ ଆଶାରେ ଶେଷ ଗୋଟି ଚଳାଇବାରେ ଲାଗିଛନ୍ତି। ୧୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ବିହାର ବିଧାନସଭାକୁ ପୁନଃ ଦଖଲ ପାଇଁ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ସର୍ବାଧିକ ପ୍ରଚାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ସହ ଏନ୍‌ଡିଏ ଶାସିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ବିଶେଷକରି ମୋଦି ଓ ଶାହାଙ୍କ ମାରାଥନ୍‌ ପ୍ରଚାର ବିହାରୀ ଭୋଟରଙ୍କୁ ଅଧିକ ଆକର୍ଷିତ କରିଥିବା ପରିଲକ୍ଷିତ ହୋଇଛି। ସେହିପରି ମୁଖମନ୍ତ୍ରୀ ନୀତିଶ କୁମାର ନିଜ ଗାଦି ରକ୍ଷା ପାଇଁ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପ୍ରାର୍ଥୀଙ୍କ ପାଇଁ ଧୂଅଁାଧାର ପ୍ରଚାର କରିଥିଲେ। ଏନ୍‌ଡିଏର ଅନ୍ୟ ୨ ସହଯୋଗୀ ଏଲ୍‌ଜେପି ରାମବିଳାଶର ମୁଖ୍ୟ ଚିରାଗ ପାଶ୍ୱାନ ଏବଂ ହିନ୍ଦୁସ୍ତାନୀ ଆଓ୍ବାମ ପାର୍ଟି (ଧର୍ମନିରପେକ୍ଷ)ର ଜିତନ୍‌ରାମ ମାଞ୍ଝି ମୋଦିଙ୍କ ଲୋକପ୍ରିୟତା ସାଙ୍ଗକୁ ବିହାରରେ ବିକାଶକୁ ପ୍ରସଙ୍ଗ କରି ବୈତରଣୀ ପାର ହେବାକୁ ଉଦ୍ୟମ କରିଛନ୍ତି। ଏଭଳି ସ୍ଥିତିରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ ନୀତିଶଙ୍କଠାରୁ କ୍ଷମତା ଛଡ଼ାଇ ଆଣିବା ପାଇଁ ରଣନୀତି ପ୍ରୟୋଗ କରିଛି। ଗତ ନିର୍ବାଚନରେ ସବୁଠୁ ବଡ଼ ଦଳ ଭାବେ ଉଭା ହେବା ସତ୍ତ୍ୱେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସରକାର ଗଢ଼ିବାକୁ ସୁଯୋଗ ପାଇ ନ ଥିବାରୁ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଏଥର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଳମ୍ବିତ ନିର୍ବାଚନ ପ୍ରଚାର ତାଙ୍କ ଦଳକୁ ସୁଫଳ ଦେଇ ନ ପାରେ ବୋଲି କୁହାଯାଉଛି। ନିର୍ବାଚନ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ନିଜେ ଲଢ଼ୁ ନ ଥିଲେ ବି ତାଙ୍କ ଜନ ସୁରାଜ ପାର୍ଟିର ପ୍ରାର୍ଥୀମାନଙ୍କ ପାଇଁ ଯଥାସାଧ୍ୟ ପ୍ରଚାର କରିଛନ୍ତି। ତାଙ୍କ ଦଳକୁ ବିଶେଷ ସଫଳତା ମିଳିବ ନାହିଁ, କିନ୍ତୁ ଭୋଟ ବିଭାଜନରେ ସେ ନିର୍ଣ୍ଣାୟକ ହୋଇପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି। ଏଥର ନିର୍ବାଚନରେ ପ୍ରଥମ ଥର ପାଇଁ ପରିବାରକୁ ବାଦ୍‌ ଦେଇ ଭାଗ୍ୟ ପରୀକ୍ଷା କରୁଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ପୁଅ ତେଜସ୍ବୀ ଯାଦବ। ତେବେ ତାଙ୍କ ପ୍ରଭାବ ଗୋଟିଏରୁ ୮ଟି ଆସନରେ ସୀମିତ ରହିପାରେ ବୋଲି ଅନୁମାନ କରାଯାଉଛି। ଗତ ନିର୍ବାଚନରେ ୫ ଆସନରେ ବିଜୟୀ ହୋଇଥିବା ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ ପୂର୍ବ ସଫଳତା ଦୋହରାଇ ନ ପାରେ ବୋଲି ଆକଳନ କରାଯାଉଛି।
ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପରେ ପ୍ରଥମ ଥର ନିର୍ବାଚନ ହେଉଥିବାରୁ ଏହାର ଫଳାଫଳ କେଉଁ ଆଡ଼କୁ ଯିବ ତାହା ଆସନ୍ତା ୧୪ରେ ସ୍ପଷ୍ଟ ହୋଇଯିବ। କିନ୍ତୁ ବର୍ତ୍ତମାନ ସବୁ ଦଳ ନିଜ ନିଜ ସପକ୍ଷରେ ସଫଳତା ଆସିବା ନେଇ ଦାବି କରୁଛନ୍ତି। ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏନ୍‌ଡିଏ ଏବଂ ମହାମେଣ୍ଟର ନେତାମାନେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଲି, ରୋଡ୍‌ ଶୋ’ ଆଦି କରି ଭୋଟ ପୂର୍ବରୁ ଶେଷଥର ପାଇଁ ବଳ କଷିଛନ୍ତି। କେନ୍ଦ୍ରମନ୍ତ୍ରୀ ଶାହା, ରାଜନାଥ, ଶିବରାଜ ସିଂ ଚୌହାନ ଅନେକ ସ୍ଥାନରେ ସଭା କରିଥିବାବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରାରିଆର ସିକ୍ତିରେ ଭାଜପାର ପ୍ରଚାର କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ କିଷନଗଞ୍ଜ ଓ ପୁର୍ନେଆରେ ମହାମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଜେଡିୟୁ ମୁଖ୍ୟ ନୀତିଶ ତାଙ୍କ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଦେଖାଇ ମହିଳା ଭୋଟରଙ୍କୁ ପୁଣି ଟାଣିବାକୁ ଉଦ୍ୟମ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri