ବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନ

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାରେ ୫ମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରସୁଲପୁର ଓ ବରୀ ବ୍ଲକ୍‌ର ୮ ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୭୨ ପଞ୍ଚାୟତରେ ମତଦାନ ଗୁରୁବାର ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ହିଂସା, ବୁଥ୍‌ କ୍ୟାପ୍‌ଚରିଂ, ଖବରଦାତା ଓ ପୋଲିସକୁ ଆକ୍ରମଣ, ବୋମାମାଡ଼ ଆଦି ଘଟଣା ପରିସ୍ଥିତିକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛି। ଅଧିକାଂଶ ଭୋଟର ନିଜ ଅସନ୍ତୋଷକୁ ଭୋଟ ମାଧ୍ୟମରେ ଜାହିର କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଯାଜପୁର ବ୍ଲକ ନିର୍ବାଚନରେ ବ୍ୟାପକ ଅବ୍ୟବସ୍ଥା ଏଥର ବରୀ ଓ ରସୁଲପୁର ବ୍ଲକର ଭୋଟରଙ୍କୁ ସଚେତନ କରିଛି ବୋଲି ମତ ପ୍ରକାଶ ପାଇଛି।

ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଭାଜପା ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିବାରୁ ବରୀ ଓ ରସୁଲପୁର ବ୍ଲକରେ ପ୍ରତିଦ୍ୱିନ୍ଦ୍ୱିତା ଜୋର ଧରିଛି। ବରୀ ବ୍ଲକରେ ବିଧାୟିକା ସୁନନ୍ଦା ଦାସ ଓ ବିଜେଡିର ଅନ୍ୟତମ ହେଭିୱେଟ ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମର୍ଥକ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେଉଛି। ପ୍ରଥମ ପର୍ଯ୍ୟାୟ ମତଦାନରେ ହିଂସାର କାରଣ ମଧ୍ୟ ଏହା ହୋଇଥାଇପାରେ ବୋଲି କୁହାଯାଉଛି। ଭାଜପାର ସାଙ୍ଗଠନିକ ସ୍ଥିତି ଦୁର୍ବଳ ରହିଥିଲେ ହେଁ ଭୋଟରଙ୍କ ମନ ଜିଣିବାକୁ ଭାଜପା ନେତା ଉଦ୍ୟମ ଜାରି ରଖିଛନ୍ତି। ଗତ ସାଧାରଣ ନିର୍ବାଚନରେ ବିଶ୍ୱରଞ୍ଜନଙ୍କ ନେତୃତ୍ୱରେ ଭାଜପା ବରୀ ନିର୍ବାଚନମଣ୍ଡଳୀରେ ୪୫.୫୮% ଭୋଟ ହାତେଇଥିଲା। ଅନ୍ୟପକ୍ଷେ ବିଜେଡି ୪୮.୨୮% ଭୋଟ ହାତେଇ ମାତ୍ର ୪,୩୬୨ ଭୋଟ ବ୍ୟବଧାନରେ ଜିତି ପାରିଥିଲା। ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପା ନେତା ବିଶ୍ୱରଞ୍ଜନ ବିଜେଡି ଶିବିରରେ ଯୋଗ ଦେଇଥିଲେ। ଏହାପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଜେଡି ବିଧାୟିକା ଦାସ ଓ ମଲ୍ଲିକ ଗୋଟିଏ ଶିବିରରେ ଥାଇ ନିଜ ନିଜ ସମର୍ଥକ ପ୍ରାର୍ଥୀଙ୍କୁ ଜିତାଇବାକୁ ବଳ ଲଗାଉଛନ୍ତି। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନରେ ଫଳିବ ବୋଲି ଦୁଇ ନେତା ଆଶାବାଦୀ ରହିଛନ୍ତି। କଂଗ୍ରେସ ପ୍ରଚାର ଏଠାରେ ନିଷ୍କ୍ରିୟ ଥିବା ମନେ ହେଉଛି। ତଥାପି ହିଂସାକୁ ପସନ୍ଦ କରୁ ନ ଥିବା ଭୋଟର ବିକଳ୍ପ ଭାବେ କଂଗ୍ରେସକୁ ବାଛିଥିବା ସୂଚନା ମିଳିଛି।

ବରୀ ବ୍ଲକର ୨୯ ପଞ୍ଚାୟତରେ ୪ ଜିଲା ପରିଷଦ ଆସନ ରହିଛି। ଏଥିପାଇଁ ୧୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ୩୮୦ ବୁଥ୍‌ ମଧ୍ୟରୁ ୩୪୮ଟି ବୁଥ୍‌ ଅର୍ଥାତ ୯୨% ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ଯାହାକି ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ପୂର୍ବକୁ ହିଂସା ଘଟଣାକୁ ମନେ ପକାଇ ୧୩୭୯୨୪ ଭୋଟର ମଧ୍ୟରୁ କେତେଜଣ ଭୋଟ ଦେବାକୁ ଯିବେ କି ନାହଁ ସେ ନେଇ ଆଶଙ୍କାରେ ରହିଛନ୍ତି।

୪ ଜିଲା ପରିଷଦ ଜୋନ୍‌କୁ ନେଇ ଗଠିତ ରସୁଲପୁର ବ୍ଲକରେ ତିନିକୋଣିଆ ରାଜନୀତି ଚାଲିଛି। ଧର୍ମଶାଳା ଓ କୋରେଇ ବିଧାନସଭା କ୍ଷେତ୍ରରେ ଏହି ବ୍ଲକର ୯ଟି ଲେଖାଏ ଗ୍ରାମ ପଞ୍ଚାୟତ ରହିଛି। ବରୀ ନିର୍ବାଚନମଣ୍ଡଳୀରେ ଏହି ବ୍ଲକର ୧୦ ପଞ୍ଚାୟତ ଅନ୍ତର୍ଭୁକ୍ତ। ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନାଭିକେନ୍ଦ୍ର ଭାବେ ପରିଚିତ ଏହି ବ୍ଲକର ୩୪ ଓ ୩୬ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଛି। ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ, ଭାଜପା ନେତ୍ରୀ ସ୍ମୃତିରେଖା ପହି, କଂଗ୍ରେସ ନେତା ପ୍ରମୁଖ ଏହି ବ୍ଲକରେ ନିଜର ସମ୍ମାନ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ବ୍ଲକରେ ୨୮ ପଞ୍ଚାୟତରେ ୪ଟି ଜିଲା ପରିଷଦ ଜୋନ ରହିଛି। ୧୩୯୨୫୬ ଭୋଟର ୪୬୫ ବୁଥରେ ନିଜର ମତଦାନ ସାବ୍ୟସ୍ତ କରିବେ। ତେବେ ୮୮ଟି ବୁଥ୍‌କୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେଣୁ ଜିଲା ଓ ରାଜ୍ୟର ନିର୍ବାଚନୀ ହିଂସା ବରୀ ଓ ରସୁଲପୁର ବ୍ଲକଦ୍ୱୟକୁ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri