କାଲି ସକାଳ ୮ରୁ ପୌର ଭୋଟ୍‌

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ। ଏଥିପାଇଁ ଏନ୍‌ଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ଓ୍ବାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ୪ ହଜାର ୩ ଶହ ୭୩ ବୁଥ୍‌ରେ ମୋଟ୍‌ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ କରିବେ। ୫୯ଟି ଏନ୍‌ଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ମୋଟ୍‌ ୧୭ ଶହ ୩୭ ଓ୍ବାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ୪ ହଜାର ୩୭୩ ବୁଥରେ ଭୋଟରମାନେ ମତ ଦାନ କରିବେ। ପ୍ରତି ବୁଥରେ ଦୁଇଟି ଇଭିଏମ ରହିବ। ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ । କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହିସବୁ ଜାଗାରେ ଗୋଟିଏ ଲେଖାଏ ଅତିରିକ୍ତ ବାଲଟ ୟୁନିଟ ଇଭିଏମ ଲାଗିବ। ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।