ପୂର୍ବ ଅବ୍ୟବସ୍ଥାକୁ ଭୁଲିଛନ୍ତି ଭୋଟର

ଯାଜପୁର ରୋଡ,୧୮ା୩(ଡି.ଏନ.ଏ.): ଭୋଟ ସରିଲେ ବିଜୟୀ ନେତା ଯେମିତି ତାଙ୍କ ପ୍ରତିଶ୍ରୁତି ଭୁଲି ଯାଇଥାନ୍ତି ସେମିତି ଭୋଟ ଆସିଲେ ଭୋଟର ମଧ୍ୟ ସହରର ପୂର୍ବ ଅବ୍ୟବସ୍ଥାକୁ ଭୁଲି ଯାଉଛନ୍ତି ବୋଲି ବ୍ୟାସନଗର ପୌର ନିର୍ବାଚନ ବେଳେ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବ୍ୟାସନଗରରେ ଉଭୟ ଅଧ୍ୟକ୍ଷା ଓ କାଉନସିଲର ପଦବୀ ପାଇଁ ଏଥର ତ୍ରିମୁଖୀ ଲଢ଼େଇ ହେଉଛି। ଏଥିରେ ପ୍ରଥମକରି ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟ ଦବଦବା ରହୁଛି ବୋଲି ମତପ୍ରକାଶ ପାଇଛି। ଏକାଧିକ ଆଶାୟୀଙ୍କୁ ମନାଇବାରେ ବିଜେଡି ଓ ଭାଜପା ବିଫଳ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଯାଜପୁର ଜିଲାର କୋରୋଇ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ପୌର ପରିଷଦରେ ପ୍ରାୟ ୧୯ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ବିପକ୍ଷରେ ସିଧାସଳଖ ପ୍ରଚାର ଚଳାଇଛନ୍ତି। ଏପରିକି ନହକା ଗ୍ରାମବାସୀ ପ୍ରେସ୍‌ ମିଟ ଜରିଆରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଖୋଲାଖୋଲି ମତପୋଷଣ କରିଛନ୍ତି। ସେହିପରି ଅନ୍ୟ କେତେକ ୱାର୍ଡରେ ମୁହଁ ଖୋଲି ନ ଥିଲେ ହେଁ ବନ୍ଧୁବାନ୍ଧବ, ପରିଜନଙ୍କୁ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ ଉସୁକାଉଥିବା ଶୁଣିବାକୁ ମିଳୁଛି। ପ୍ରାୟ ସମସ୍ତ ୱାର୍ଡରେ ବିଜେଡି କର୍ମୀମାନେ ଏହାର ମୁକାବିଲା କରିବାକୁ ସମସ୍ତ ପ୍ରକାର ବଳ ପ୍ରୟୋଗ କରିବେ ବୋଲି କୁହାଯାଉଛି। ସହରର ୯, ୧୦, ୧୧, ୧୯, ୨୬, ୨୨ ଭଳି ୱାର୍ଡରେ କଂଗ୍ରେସ ମଧ୍ୟ ଭଲ ସ୍ଥିତିରେ ରହିଛି ବୋଲି ଆଲୋଚନା ହେଉଛି। କିନ୍ତୁ ଭାଜପା ଏଠାରେ ସେତେଟା ସକ୍ରିୟ ନ ଥିବାରୁ ବିଜେଡି ଓ କଂଗ୍ରେସ ମଇଦାନରେ ତିଷ୍ଠି ରହିବ ବୋଲି ସହରବାସୀ କୁହାକୁହି ହେଉଛନ୍ତି। ବ୍ୟାସନଗର ପୌର ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଶାସକ ବିଜେଡିର ଆଶାୟୀଙ୍କ ସଂଖ୍ୟା ବହୁ ଅଧିକ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଅଶୋକ ବଳ ବିଧାୟକ ନିର୍ବାଚିତ ହେବା ପରେ ବ୍ୟାସନଗର ବିଜେଡିରେ ରହିଥିବା ଅର୍ନ୍ତଦ୍ୱନ୍ଦ ଦୂର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଉପଯୁକ୍ତ ନେତୃତ୍ୱ ଅଭାବ ଯୋଗୁ ଏହିି ସମସ୍ୟା ଦୂର ହେବା ପରିବର୍ତ୍ତେ ଆହୁରି ବଢି ଯାଇଛି। ପ୍ରାୟ ଅଧିକାଂଶ ୱାର୍ଡରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ବଡ଼ କଥା ହେଲା, ସେମାନେ ତାଙ୍କୁ ଭୋଟ ନ ଦେଲେ ନାଇଁ କିନ୍ତୁ ବିଜେଡିକୁ ଭୋଟ ଦିଅନ୍ତୁ ନାହିଁ ବୋଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ୨୦୧୩ ପୌର ନିର୍ବାଚନରେ ବିଜେଡିର ସବିତା ରାଉତ ଅଧ୍ୟକ୍ଷା ହୋଇପାରିଥିଲେ ା କିନ୍ତୁ ଶେଷ ୨ ବର୍ଷ ମଧ୍ୟରେ ବ୍ୟାସନଗର ପୌରାଧ୍ୟକ୍ଷା ରାଉତଙ୍କ ବିରୋଧରେ ୩ ଥର ଅନାସ୍ଥା ପ୍ରସ୍ତାବ ଆସିଥିଲା। ଅନାସ୍ଥା ନାଟକରେ ସହରର ବିକାଶ ବଳି ପଡିଥିଲା। ମାତ୍ର ୧୨ ମାସ ମଧ୍ୟରେ ୩ଟି ଅନାସ୍ଥାକୁ ସାମ୍ନା କରୁଥିବା ପୌରାଧ୍ୟକ୍ଷା ରାଉତ ନିଜର ପରାକାଷ୍ଠା ଦେଖାଇ ଆଇନର ଲଢେଇରେ ବିଜୟୀ ହୋଇଥିଲେ। ଅନାସ୍ଥା ଭୋଟ ହୋଇଥିଲା। କିନ୍ତୁ ହାଇକୋର୍ଟର ଅନ୍ତରୀଣ ଆଦେଶ ବଳରେ ଫଳ ପ୍ରକାଶ ପାଇ ନ ଥିଲା। ଅଥଚ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ପୌରାଧ୍ୟକ୍ଷା ରାଉତ ବିଜେଡିରୁ ନିଲମ୍ବିତ ହୋଇଥିଲେ। ଏହି ଅନାସ୍ଥା ନାଟକ ଚାଲିବା ଦିନଠାରୁ ସହରର ପରିମଳ, ରାସ୍ତାଘାଟ, ପାନୀୟ ସମସ୍ୟା, ବ୍ୟାସ ସରୋବରର ଉନ୍ନତିକରଣ ଆଦି ବିକାଶ କାର୍ଯ୍ୟ ବନ୍ଦ ହୋଇ ପଡିଥିଲା। ସେତେବେଳେ ନେତାଙ୍କ ନୀତିରେ ଥିବା ଢିଲାପଣକୁ ସହରବାସୀ ସହଜରେ ବୁଝି ପାରିଥିଲେ। ସହରବାସୀଙ୍କ ସ୍ବାର୍ଥକୁ ପଛରେ ପକାଇ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଥିବା ନେଇ ସହରବାସୀଙ୍କ ମଧ୍ୟରେ ସେତେବେଳେ ଆଲୋଚନା ଜୋର ଧରିଥିଲା। ପାରିଷଦଙ୍କ ମନବୃତ୍ତିକୁ ବଦଳାଇବାରେ ନେତୃତ୍ୱ ସକ୍ଷମ ହୋଇ ପାରି ନ ଥିଲା। କୌଣସି ପାରିଷଦକୁ ନିୟନ୍ତ୍ରଣ କରିବା ବଦଳରେ ବିଜେଡି ନେତୃତ୍ୱ ନୀରବ ରହିବାକୁ ପସନ୍ଦ କରିଥିଲେ। ତେଣୁ ଚଳିତ ପୌର ନିର୍ବାଚନରେ ସେହି ବିଜେଡି ମଙ୍ଗୁଆଳ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତେବେ ଏହି ପ୍ରସଙ୍ଗକୁ ବିରୋଧି ପ୍ରାର୍ଥୀମାନେ ଭୋଟରଙ୍କ ସମ୍ମୁଖରେ ସେତେଟା ଉପସ୍ଥାପନ କରି ପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?