ପୂର୍ବ ଅବ୍ୟବସ୍ଥାକୁ ଭୁଲିଛନ୍ତି ଭୋଟର

ଯାଜପୁର ରୋଡ,୧୮ା୩(ଡି.ଏନ.ଏ.): ଭୋଟ ସରିଲେ ବିଜୟୀ ନେତା ଯେମିତି ତାଙ୍କ ପ୍ରତିଶ୍ରୁତି ଭୁଲି ଯାଇଥାନ୍ତି ସେମିତି ଭୋଟ ଆସିଲେ ଭୋଟର ମଧ୍ୟ ସହରର ପୂର୍ବ ଅବ୍ୟବସ୍ଥାକୁ ଭୁଲି ଯାଉଛନ୍ତି ବୋଲି ବ୍ୟାସନଗର ପୌର ନିର୍ବାଚନ ବେଳେ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବ୍ୟାସନଗରରେ ଉଭୟ ଅଧ୍ୟକ୍ଷା ଓ କାଉନସିଲର ପଦବୀ ପାଇଁ ଏଥର ତ୍ରିମୁଖୀ ଲଢ଼େଇ ହେଉଛି। ଏଥିରେ ପ୍ରଥମକରି ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟ ଦବଦବା ରହୁଛି ବୋଲି ମତପ୍ରକାଶ ପାଇଛି। ଏକାଧିକ ଆଶାୟୀଙ୍କୁ ମନାଇବାରେ ବିଜେଡି ଓ ଭାଜପା ବିଫଳ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଯାଜପୁର ଜିଲାର କୋରୋଇ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ପୌର ପରିଷଦରେ ପ୍ରାୟ ୧୯ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ବିପକ୍ଷରେ ସିଧାସଳଖ ପ୍ରଚାର ଚଳାଇଛନ୍ତି। ଏପରିକି ନହକା ଗ୍ରାମବାସୀ ପ୍ରେସ୍‌ ମିଟ ଜରିଆରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଖୋଲାଖୋଲି ମତପୋଷଣ କରିଛନ୍ତି। ସେହିପରି ଅନ୍ୟ କେତେକ ୱାର୍ଡରେ ମୁହଁ ଖୋଲି ନ ଥିଲେ ହେଁ ବନ୍ଧୁବାନ୍ଧବ, ପରିଜନଙ୍କୁ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ ଉସୁକାଉଥିବା ଶୁଣିବାକୁ ମିଳୁଛି। ପ୍ରାୟ ସମସ୍ତ ୱାର୍ଡରେ ବିଜେଡି କର୍ମୀମାନେ ଏହାର ମୁକାବିଲା କରିବାକୁ ସମସ୍ତ ପ୍ରକାର ବଳ ପ୍ରୟୋଗ କରିବେ ବୋଲି କୁହାଯାଉଛି। ସହରର ୯, ୧୦, ୧୧, ୧୯, ୨୬, ୨୨ ଭଳି ୱାର୍ଡରେ କଂଗ୍ରେସ ମଧ୍ୟ ଭଲ ସ୍ଥିତିରେ ରହିଛି ବୋଲି ଆଲୋଚନା ହେଉଛି। କିନ୍ତୁ ଭାଜପା ଏଠାରେ ସେତେଟା ସକ୍ରିୟ ନ ଥିବାରୁ ବିଜେଡି ଓ କଂଗ୍ରେସ ମଇଦାନରେ ତିଷ୍ଠି ରହିବ ବୋଲି ସହରବାସୀ କୁହାକୁହି ହେଉଛନ୍ତି। ବ୍ୟାସନଗର ପୌର ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଶାସକ ବିଜେଡିର ଆଶାୟୀଙ୍କ ସଂଖ୍ୟା ବହୁ ଅଧିକ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଅଶୋକ ବଳ ବିଧାୟକ ନିର୍ବାଚିତ ହେବା ପରେ ବ୍ୟାସନଗର ବିଜେଡିରେ ରହିଥିବା ଅର୍ନ୍ତଦ୍ୱନ୍ଦ ଦୂର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଉପଯୁକ୍ତ ନେତୃତ୍ୱ ଅଭାବ ଯୋଗୁ ଏହିି ସମସ୍ୟା ଦୂର ହେବା ପରିବର୍ତ୍ତେ ଆହୁରି ବଢି ଯାଇଛି। ପ୍ରାୟ ଅଧିକାଂଶ ୱାର୍ଡରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ବଡ଼ କଥା ହେଲା, ସେମାନେ ତାଙ୍କୁ ଭୋଟ ନ ଦେଲେ ନାଇଁ କିନ୍ତୁ ବିଜେଡିକୁ ଭୋଟ ଦିଅନ୍ତୁ ନାହିଁ ବୋଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ୨୦୧୩ ପୌର ନିର୍ବାଚନରେ ବିଜେଡିର ସବିତା ରାଉତ ଅଧ୍ୟକ୍ଷା ହୋଇପାରିଥିଲେ ା କିନ୍ତୁ ଶେଷ ୨ ବର୍ଷ ମଧ୍ୟରେ ବ୍ୟାସନଗର ପୌରାଧ୍ୟକ୍ଷା ରାଉତଙ୍କ ବିରୋଧରେ ୩ ଥର ଅନାସ୍ଥା ପ୍ରସ୍ତାବ ଆସିଥିଲା। ଅନାସ୍ଥା ନାଟକରେ ସହରର ବିକାଶ ବଳି ପଡିଥିଲା। ମାତ୍ର ୧୨ ମାସ ମଧ୍ୟରେ ୩ଟି ଅନାସ୍ଥାକୁ ସାମ୍ନା କରୁଥିବା ପୌରାଧ୍ୟକ୍ଷା ରାଉତ ନିଜର ପରାକାଷ୍ଠା ଦେଖାଇ ଆଇନର ଲଢେଇରେ ବିଜୟୀ ହୋଇଥିଲେ। ଅନାସ୍ଥା ଭୋଟ ହୋଇଥିଲା। କିନ୍ତୁ ହାଇକୋର୍ଟର ଅନ୍ତରୀଣ ଆଦେଶ ବଳରେ ଫଳ ପ୍ରକାଶ ପାଇ ନ ଥିଲା। ଅଥଚ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ପୌରାଧ୍ୟକ୍ଷା ରାଉତ ବିଜେଡିରୁ ନିଲମ୍ବିତ ହୋଇଥିଲେ। ଏହି ଅନାସ୍ଥା ନାଟକ ଚାଲିବା ଦିନଠାରୁ ସହରର ପରିମଳ, ରାସ୍ତାଘାଟ, ପାନୀୟ ସମସ୍ୟା, ବ୍ୟାସ ସରୋବରର ଉନ୍ନତିକରଣ ଆଦି ବିକାଶ କାର୍ଯ୍ୟ ବନ୍ଦ ହୋଇ ପଡିଥିଲା। ସେତେବେଳେ ନେତାଙ୍କ ନୀତିରେ ଥିବା ଢିଲାପଣକୁ ସହରବାସୀ ସହଜରେ ବୁଝି ପାରିଥିଲେ। ସହରବାସୀଙ୍କ ସ୍ବାର୍ଥକୁ ପଛରେ ପକାଇ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଥିବା ନେଇ ସହରବାସୀଙ୍କ ମଧ୍ୟରେ ସେତେବେଳେ ଆଲୋଚନା ଜୋର ଧରିଥିଲା। ପାରିଷଦଙ୍କ ମନବୃତ୍ତିକୁ ବଦଳାଇବାରେ ନେତୃତ୍ୱ ସକ୍ଷମ ହୋଇ ପାରି ନ ଥିଲା। କୌଣସି ପାରିଷଦକୁ ନିୟନ୍ତ୍ରଣ କରିବା ବଦଳରେ ବିଜେଡି ନେତୃତ୍ୱ ନୀରବ ରହିବାକୁ ପସନ୍ଦ କରିଥିଲେ। ତେଣୁ ଚଳିତ ପୌର ନିର୍ବାଚନରେ ସେହି ବିଜେଡି ମଙ୍ଗୁଆଳ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତେବେ ଏହି ପ୍ରସଙ୍ଗକୁ ବିରୋଧି ପ୍ରାର୍ଥୀମାନେ ଭୋଟରଙ୍କ ସମ୍ମୁଖରେ ସେତେଟା ଉପସ୍ଥାପନ କରି ପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri