Posted inଜାତୀୟ

ଭୋଟର ତାଲିକା ସଂଶୋଧନ ସମୟସୀମା ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ,୧।୧୨: ଦେଶର ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ନିର୍ବାଚନ କମିଶନ (ଇସି) ସପ୍ତାହେ ବୃଦ୍ଧି କରିଛନ୍ତି। ତଦନୁଯାୟୀ ଚୂଡ଼ାନ୍ତ ଭୋଟର ତାଲିକା ଫେବୃଆରୀ ୧୪ରେ ପ୍ରକାଶ ପାଇବ। ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପାଇଁ ଇସି ପୂର୍ବରୁ ବହୁତ କମ୍‌ ସମୟ ଧାର୍ଯ୍ୟ କରିଥିବାରୁ ଏହା ଜନସାଧାରଣଙ୍କ ସମେତ ତଳସ୍ତରରେ କାର୍ଯ୍ୟ କରୁଥିବା ନିର୍ବାଚନ ଅଧିକାରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ନେଇ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ସୋମବାରଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ବିରୋଧୀ ଦଳଗୁଡ଼ିକ ଏସ୍‌ଆଇଆର୍‌ ଉପରେ ଆଲୋଚନା ପାଇଁ ନିଷ୍ପତ୍ତି ନେଇଥିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପୂର୍ବରୁ ଇସି ଏସ୍‌ଆଇଆର୍‌ କାର୍ଯ୍ୟସୂଚୀକୁ ସାମାନ୍ୟ କୋହଳ କରିଛନ୍ତି।
ରବିବାର ୩ ପୃଷ୍ଠାର ନିର୍ଦ୍ଦେଶନାମା ଜାରି କରି ଚିଠା ଭୋଟର ତାଲିକା ପ୍ରକାଶନ ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ଅଧିକ ଗୋଟିଏ ସପ୍ତାହ ଦେଇଛନ୍ତି। ଭୋଟର ଗଣନା ସମୟସୀମା ଡିସେମ୍ବର ୧୧ ରଖାଯାଇଛି, ଯାହାକି ପୂର୍ବରୁ ଡିସେମ୍ବର ୪ ଥିଲା। ଚିଠା ଭୋଟର ତାଲିକା ଡିସେମ୍ବର ୯ରେ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ଚୂଡ଼ାନ୍ତ ତାଲିକା ପ୍ରକାଶନ ସମୟ ପୂର୍ବରୁ ଫେବୃଆରୀ ୭ ଧାର୍ଯ୍ୟ ହୋଇଥିବାବେଳେ ଏହାକୁ ଫେବୃଆରୀ ୧୪କୁ ବୃଦ୍ଧି କରାଯାଇଛି। ଭୋଟର ତାଲିକା ସଂଶୋଧନ ଚାଲିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଇସି ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ପଣ୍ଡିଚେରୀ, ଗୁଜରାଟ, ଗୋଆ, ଛତିଶଗଡ଼, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ଅକ୍ଟୋବର ୨୭ରେ ନିର୍ବାଚନ କମିଶନ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରାୟ ୫୧ କୋଟି ଭୋଟରଙ୍କ ତାଲିକା ସଂଶୋଧନ କରାଯିବ। ତେବେ ସ୍ବଳ୍ପ ସମୟ ମଧ୍ୟରେ ଏସ୍‌ଆଇଆର୍‌ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ଦିଆଯାଇଥିବାରୁ ଏଥିରେ ସାମିଲ ଥିବା ଅଧିକାରୀମାନେ କାର୍ଯ୍ୟଚାପର ସମ୍ମୁଖୀନ ହେଉଥିଲେ। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଅନୂ୍ୟନ ୪୦ ଜଣ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏସ୍‌ଆଇଆର୍‌ କାର୍ଯ୍ୟସୂଚୀକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିଲେ। ରବିବାର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବାରୁ ପୂର୍ବର ଧାର୍ଯ୍ୟ ସମୟସୀମାରେ କାର୍ଯ୍ୟ କରିବା ବାସ୍ତବରେ ସମ୍ଭବ ନୁହେଁ ବୋଲି ଇସି ଜାଣିପାରିଥିବା କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିହାର ଏସ୍‌ଆଇଆର୍‌ ଉପରେ ବିତର୍କ ଦାବି ନେଇ ପାର୍ଲାମେଣ୍ଟର ଗତ ମୌସୁମୀ ଅଧିବେଶନ ବେଳେ ବିରୋଧୀ ଦଳ ହଟ୍ଟଗୋଳ ଜାରି ରଖିବାରୁ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଶୀତ ଅଧିବେଶନ ପାଇଁ ରବିବାର ସରକାର ସର୍ବଦଳୀୟ ବୈଠକ ଡାକିଥିବାବେଳେ ବିରୋଧୀ ଦଳଗୁଡ଼ିକ ଏସ୍‌ଆଇଆର୍‌ ଉପରେ ବିତର୍କ ଦାବି କରିବେ ବୋଲି କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ପହିଲାରୁ ସାମୁଦ୍ରିକ ପ୍ରବେଶ କଟକଣା: ସୀମା ଅତିକ୍ରମ କଲେ ବନ୍ଧା ହେବେ ମତ୍ସ୍ୟଜୀବୀ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କୂଳଠାରୁ ୨୦ କିମି ପରିଧି କୋର୍‌ ଓ ବଫର ଜୋନ୍‌ ଅଞ୍ଚଳରେ ବର୍ଷ…

ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର,୩୧ା୧୦: : ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଶନିବାର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦମ୍ପତି ଏହି…

ବନ୍ୟାଞ୍ଚଳ ପରିଦର୍ଶନବେଳେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ କଲେ ଲୋକେ, ଭିଡିଓ ଭାଇରାଲ…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୟଙ୍କର ବନ୍ୟାରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଜୀବନଜୀବିକା ଉଜୁଡ଼ିଯାଇଛି। ହେଲେ ବନ୍ୟା ବିପନ୍ନ ଲୋକେ ପାଣିଘରରେ…

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲାରେ ୧୦ ଅଧିକାରୀ ନିଯୁକ୍ତ

ଛତ୍ରପୁର,୩୧ା୧୦(ଦିଲ୍ଲୀପ ସାମଲ): ‘ଅର୍ଣ୍ଣବ’ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ…

ବନ୍ୟାଞ୍ଚଳ ସ୍ଥିତି ପରଖିଲେ ଜଳସମ୍ପଦ ପ୍ରମୁଖ ସଚିବ, ବିପର୍ଯ୍ୟସ୍ତର ବାସ୍ତବ ଚିତ୍ର ଦେଖି…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କୂଳ ଲଂଘନ ସହ ବନ୍ଧ ଭାଙ୍ଗିଯିବା ଫଳରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ…

ସୃଷ୍ଟି ହେଲା ଅବପାତ: IMD ଡିଜି କହିଲେ ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆସନ୍ତାକାଲି ବାତ୍ୟା, ପବନର ବେଗ ରହିବ…

ଭୁବନେଶ୍ୱର,୩୧ା୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଅବପାତ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ…

ସଫଳତା ପାଇବା ପାଇଁ ହେଲେ ମଣିଷକୁ ହରିଣ ଶିକାରୀ ପରି ହେବା ଉଚିତ୍‌, ଜାଣନ୍ତୁ ଏପରି ରହସ୍ୟ କଥା କାହିଁକି କହିଛନ୍ତି ଚାଣକ୍ୟ…

ଜଣେ ବ୍ୟକ୍ତି ଯେତେବେଳେ ନିଜର କାର୍ଯ୍ୟ ଏବଂ ଲକ୍ଷ୍ୟରେ ସଫଳ ହୁଏ, ସେତେବେଳେ ହିଁ ଏକ ସୁଖୀ ଜୀବନ ସମ୍ଭବ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ…

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?