‘ଆଗ ପାଣି ପରେ ଭୋଟ’

ବାରିପଦା ଅଫିସ,୯।୨: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବ୍ଲକ କୁସୁମବନ୍ଧ ପଞ୍ଚାୟତ ଅନ୍ତର୍ଗତ ୩ ଗଁାର ଲୋକେ ପାଣି ସମସ୍ୟା ନେଇ ଭୋଟ ବର୍ଜନ କରିବେ ବୋଲି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗ୍ରାମରେ ପାନୀୟ ଜଳର ଘୋର ସଙ୍କଟ ରହିଥିବା ବେଳେ ନେତାମନ୍ତ୍ରୀଙ୍କୁ ଗଁାରେ ପୁରାଇ ଦେବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଥମେ ଆମକୁ ପିଇବାକୁ ପାଣି ଦିଅ ପରେ ଭୋଟ ନେବ ନଚେତ୍‌ ଭୋଟ ବର୍ଜନ କରିବୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି।
ଅନୁଯାୟୀ ଶିମିଳିପାଳ ପାଦଦେଶରେ ଅବସ୍ଥିତ କୁସୁମବନ୍ଧ ପଞ୍ଚାୟତର ଜେଡାସାହି, କୁରୁକୁଟିଆ ଓ ଅସନଶିଖର ଗ୍ରାମରେ ପାନୀୟ ଜଳର ସଙ୍କଟ ଦୀର୍ଘ ଦିନ ଧରି ରହିଆସୁଛି। ଏହି ୩ ଗ୍ରାମରେ ପାଖାପାଖି ୪ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ପଥୁରିଆ ଅଞ୍ଚଳ ପାଇଁ ନଳକୂଅରୁ ପାଣି ଶୁଖିଯିବା ଫଳରେ ପାନୀୟ ଜଳ ପାଇଁ ସେମାନେ ପରିତ୍ୟକ୍ତ କୂଅ ଉପରେ ନିର୍ଭର କରି ଚଳିଆସୁଛନ୍ତି। ସେହିପରି ଫ୍ଲୋରାଇଡ ଅଞ୍ଚଳ ହୋଇଥିବାରୁ ପିଇବା ଅନୁପଯୋଗୀ ପାଣି ପାଇଁ ଗ୍ରାମର ଶିଶୁ ଓ ବୃଦ୍ଧାବୃଦ୍ଧମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ନିର୍ବାଚନ ପାଖେଇ ଆସିଲେ ମାଳ ମାଳ ନେତା ଆସି ପ୍ରମୁଖ ସମସ୍ୟା ପାନୀୟ ଜଳ ଯୋଗାଇ ଦେବେ ବୋଲି କହି ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି। ଭୋଟ ପାଇ ନିର୍ବାଚିତ ହେବା ପରେ କୌଣସି ନେତାଙ୍କ ମୁହଁ ଦର୍ଶନ କରିବାକୁ ମିଳୁ ନ ଥିବା ବେଳେ ସରକାରୀ ଯୋଜନା ଗୁଡିକ ଅପହଞ୍ଚ ସାଜିଛି। ଫଳରେ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ପ୍ରତି କାହାରି ଦୃଷ୍ଟି ପଡୁ ନ ଥିବାରୁ ଅଞ୍ଚଳବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ରଘୁନାଥ ମାରାଣ୍ଡି, ବନମାଳୀ ହାଁସଦା ପ୍ରକାଶ କରିଛନ୍ତି ା ଦୀର୍ଘ ବର୍ଷ ଧରି ଗ୍ରାମବାସୀ ପାନୀୟ ଜଳ ସମସ୍ୟାରେ ପଡ଼ି ହନ୍ତସନ୍ତ ହେଉଥିବା ବେଳେ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ଆନୁକୂଲ୍ୟରେ ଓଭର ହେଡ୍‌ ଟାଙ୍କି ମାଧ୍ୟମରେ ଜଳ ଯୋଗାଣ ହେଉଥିବା ବେଳେ ପାଣି ପାଇପ୍‌ ଗୁଡ଼ିକ ଫାଟି ଯିବାରୁ ଲୋକଙ୍କ ନିକଟରେ ପାଣି ଅପହଞ୍ଚ ହୋଇପଡ଼ିଛି। ବାରମ୍ବାର ବିଡିଓ, ସରପଞ୍ଚ, ସମିତିସଭ୍ୟଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ପାଇପ୍‌ ଗୁଡିକ ମରାମତି କରାଯାଉ ନ ଥିବାରୁ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଇଛି। ା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri