Posted inଖେଳ

ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌: ପଏଣ୍ଟ ଭାଗ ପାଇଁ ଆଇସିସିର ଯୋଜନା

ଦୁବାଇ, ୨୩।୧୦(ପି.ଟି.)-
କୋଭିଡ-୧୯ ମହାମାରୀ ପାଇଁ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ଅନେକ ଦ୍ୱିପାକ୍ଷିକ ସିରିଜ ସ୍ଥଗିତ ରହିଛି। ମାତ୍ର ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଜୁନ୍‌ରେ ଫାଇନାଲ ଆୟୋଜନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌(ଆଇସିସି) ଲକ୍ଷ୍ୟ ରଖିଛି। ଏପରି ସ୍ଥିତିରେ ଯେଉଁ ସିରିଜଗୁଡ଼ିକ ହୋଇ ପାରି ନାହିଁ ସେଥିପାଇଁ ପଏଣ୍ଟ ଭାଗ କରିବାକୁ ଯୋଜନା କରୁଛି। ଏହି ପ୍ରସଙ୍ଗରେ ଆସନ୍ତା ମାସରେ କ୍ରିକେଟ କମିଟି ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି। ଇଏସପିଏନ୍‌ କ୍ରିକ୍‌ଇନ୍‌ଫୋ ଓ୍ବେବସାଇଟ୍‌ ଅନୁସାରେ ଗୋଟିଏ ବିକଳ୍ପ ହେଉଛି ପଏଣ୍ଟ ଭାଗ ଏବଂ ଅନ୍ୟ ବିକଳ୍ପଟି କେବଳ ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ଖେଳାଯିବାକୁଥିବା ମ୍ୟାଚ ଗୁଡ଼ିକୁ ବିଚାରକୁ ନେଇ ପଏଣ୍ଟ କଥା ଚିନ୍ତା କରାଯାଇପାରେ। ନିୟମ ଅନୁସାରେ ପ୍ରତି ସିରିଜ ପାଇଁ ୧୨୦ ପଏଣ୍ଟ ଧାର୍ଯ୍ୟ କରାଯାଇଛି। ସିରିଜରେ ମ୍ୟାଚ ସଂଖ୍ୟା ଅନୁସାରେ ଏହି ପଏଣ୍ଟ ଭାଗ ହେଉଛି। ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିଜୟୀ ଦଳ ୬୦ ପଏଣ୍ଟ ପାଇଛି ଏବଂ ଡ୍ର କ୍ଷେତ୍ରରେ ୩୦ ପଏଣ୍ଟ ଦିଆଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜ କ୍ଷେତ୍ରରେ ଏହା ୪୦ ଓ ୨୦ ପଏଣ୍ଟ ହେଉଛି। ସେହିପରି ୪ ମ୍ୟାଚ ସିରିଜ କ୍ଷେତ୍ରରେ ୩୦, ୧୫ ଏବଂ ସର୍ବାଧିକ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨୪ ଓ ୧୨ ପଏଣ୍ଟ ଦିଆ ଯାଉଛି। ମହାମାରୀ ପାଇଁ ଚଳିତ ବର୍ଷ ଅନେକ ଟେଷ୍ଟ ସ୍ଥଗିତ ରହିଛି। ଅନେକ କ୍ଷେତ୍ରରେ ଏହା କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ନୁହେଁ। ୨୦୨୧ ମାର୍ଚ୍ଚ ଶେଷରେ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଶେଷ ହେବାକୁ ଥିବାରୁ ଆଇସିସି ଏପରି ନିଷ୍ପତ୍ତି ନେବାକୁ ଯୋଜନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri