ଟ୍ରାକ୍‌କୁ ଫେରୁଛି ଭଲିବଲ୍‌

ଢେଙ୍କାନାଳ ଅଫିସ,୧୮।୫ – ପ୍ରତିଭାବାନ୍‌ ଖେଳାଳିଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା, ସେମାନେ ଯେପରି ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଆଣିବେ ସେଥିଲାଗି ୨୦୧୯ରୁ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ୟମ। କମ୍ପାନୀ ପକ୍ଷରୁ ନିୟୋଜିତ ପ୍ରଶିକ୍ଷକ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଉତ୍ସାହୀ ଖେଳାଳିଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦେବା ପରେ ଗ୍ରାମାଞ୍ଚଳରେ ଭଲିବଲକୁ ନେଇ ସୃଷ୍ଟି ହୋଇଛି କ୍ରେଜ୍‌। ଜାତୀୟସ୍ତରୀୟ ଭଲିବଲ୍‌ କୋଚ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମ୍ପାନୀ ପାର୍ଶ୍ୱବର୍ତ୍ତୀ ୧୫ ଗ୍ରାମର ୫୮୦ରୁ ଊର୍ଦ୍ଧ୍ୱ ପୁରୁଷ ଏବଂ ୭୦ ମହିଳା କ୍ରୀଡ଼ାବିତ୍‌ଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଦକ୍ଷତା ବୃଦ୍ଧି କରାଯାଉଛି। ଜିଲାରେ ଭଲିବଲ୍‌ ଟ୍ରାକ୍‌କୁ ଫେରିଥିବାବେଳେ ଏହି ଲୋକପ୍ରିୟ ଖେଳକୁ ଆଗକୁ ନେବା ଲାଗି କମ୍ପାନୀ ପକ୍ଷରୁ କରାଯାଉଥିବା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
କୋଚ୍‌ ଆଶୁତୋଷ ପାତ୍ରଙ୍କ କହିବା କଥା, କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବା ଟାଟାଷ୍ଟିଲ୍‌ର ସୁଦୀର୍ଘ ପରମ୍ପରା ରହିଆସିଛି। କମ୍ପାନୀ ନିଜସ୍ବ ଏକାଡେମୀ ମାଧ୍ୟମରେ ହକି, ଫୁଟ୍‌ବଲ, ତୀରନ୍ଦାଜ ଭଳି କ୍ରୀଡ଼ାବିତ୍‌ଙ୍କ ଦକ୍ଷତାର ବିକାଶ କରାଯାଉଛି। ହିନ୍ଦୋଳ ବ୍ଲକ ରଘୁନାଥପୁର ଗ୍ରାମର ଭଲିବଲ ଖେଳାଳି ଆକାଶ ପାତ୍ର ଏବଂ ଖଲିବେରେଣା ଗ୍ରାମର ସୁବ୍ରତ ବେହେରା ଓଡ଼ିଶା ଭଲିବଲ ଦଳ ପାଇଁ ମନୋନୀତ ହୋଇଛନ୍ତି। ମେ’ ୧୦ରୁ ୧୫ ଯାଏ ମହାରାଷ୍ଟ୍ରର ଇସ୍‌ଲାମପୁରରେ ଆୟୋଜିତ ୨୪ତମ ଜାତୀୟ ଯୁବ ଭଲିବଲ ଚାମ୍ପିୟନଶିପ୍‌ରେ ଉଭୟେ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ। ପ୍ରତିଭାବାନ ଗ୍ରାମୀଣ ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ଆଗକୁ ନେବା ଆହ୍ବାନମୂଳକ ଥିଲା। ୨୦୧୯ରେ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଯୁବ କ୍ରୀଡ଼ାବିତ୍‌ମାନେ ଖେଳ ଏବଂ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଶିକ୍ଷଣ ନେଇଥିବା ଖେଳାଳିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୋଚ୍‌ ଆଶୁତୋଷ କହିଛନ୍ତି। ରାଜ୍ୟ ଦଳରେ ସ୍ଥାନ ପାଇଥିବାରୁ ସୁବ୍ରତ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି। କଠିନ ପରିଶ୍ରମ ଏବଂ କୋଚ୍‌ଙ୍କ ମାର୍ଗଦର୍ଶନରୁ ଏହି ସଫଳତା ମିଳିଛି। ଜାତୀୟସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ଚମତ୍କାର ଅନୁଭୂତି ଥିଲା ବୋଲି ସେ କହିଛନ୍ତି। ସେହିପରି କୋଚ୍‌ ଆଶୁତୋଷଙ୍କ ଦ୍ୱାରା ପ୍ରଶିକ୍ଷିତ ଖେଳାଳି ଆଶିଷ ଭୂତିଆ ମଧ୍ୟ ଜାତୀୟ ଭଲିବଲ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଛାପ ଛାଡ଼ିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ମେ’ ୧୬ରେ ଶେଷ ହୋଇଥିବା ଭୁବନେଶ୍ୱର ଜୋନ୍‌ ସପ୍ତାହାନ୍ତ ଭଲିବଲ କ୍ରୀଡ଼ା ପ୍ରତିଯୋଗିତାରେ ଟାଟାଷ୍ଟିଲ୍‌ ପ୍ରଶିକ୍ଷଣରେ ଖେଳୁଥିବା ୧୪ବର୍ଷରୁ କମ୍‌ ବାଳକ ଟିମ୍‌ ଚାମ୍ପିୟନ ହୋଇଥିଲା। ସେହିପରି ବହୁ ପ୍ରଶିକ୍ଷିତ ଖେଳାଳି ଜିଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ସାଉଁଟୁଛନ୍ତି।
୨୦୧୯ ଜୁନ୍‌ରୁ କମ୍ପାନୀ ନିକଟବର୍ତ୍ତୀ ମଙ୍ଗଳପୁର, ନୂଆହାଟ, ନୂଆଗଁା, ଶିବପୁର, ପାଇକ ପୁରୁଣାକୋଟ ଏବଂ କୁସୁପଙ୍ଗା ଆଦି ପଞ୍ଚାୟତ ଅନ୍ତର୍ଗତ ୧୫ ଗ୍ରାମର ୬୫୦ ମହିଳାପୁରୁଷ ଖେଳାଳି ଟାଟାଷ୍ଟିଲ୍‌ ସହାୟତାରେ ପ୍ରଶିକ୍ଷଣ ନେଉଛନ୍ତି। କମ୍ପାନୀ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମିର ଉନ୍ନତି କରାଯାଇଛି। କ୍ରୀଡ଼ା ଉପକରଣ ମଧ୍ୟ ପ୍ରଦାନ କରାଯାଉଛି। ଖେଳାଳିଙ୍କୁ ଜୁନିୟର, ସବ୍‌ ଜୁନିୟର ଓ ସିନିୟର ବର୍ଗରେ ବିଭକ୍ତ କରି ପ୍ରଶିକ୍ଷଣ ଦିଆଯାଉଛି। ଖଲିବେରେଣା ଏବଂ ମଙ୍ଗଳପୁର ଗ୍ରାମରେ ସୌର ଲାଇଟ୍‌ ବ୍ୟବସ୍ଥା ଥିବା ଭଲିବଲ୍‌ କୋର୍ଟରେ ସନ୍ଧ୍ୟାରେ କ୍ରୀଡ଼ା ଅଭ୍ୟାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri