ଭୋଡାଫୋନ ଟିକସ ମାମଲାରେ ସରକାରଙ୍କୁ ଝଟକା

ନୂଆଦିଲ୍ଲୀ: ଭୋଡାଫୋନ ଉପରେ ପ୍ରାୟ ୨ ବିଲିୟନ ଡଲାର(ପ୍ରାୟ୧୫ ହଜାର କୋଟି) ଟିକସ ମାମଲାରେ ସରକାରଙ୍କୁ ଶୁକ୍ରବାର ଝଟକା ଲାଗିଛି। ଏହି ମାମଲା କୋର୍ଟ ବାହାରେ ଫଇସଲା ହେଉଥିବା ବେଳେ ଏଥିରେ ଭୋଡାଫୋନ ବିଜୟ ଲାଭ କରିଛି। ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଭୋଡାଫୋନ ସପକ୍ଷରେ ମାମଲାର ଶୁଣାଣି କରିଛନ୍ତି। କମ୍ପାନୀ ଉପରେ ଭାରତ ସରକାର ଲଗାଇଥିବା ଟିକସ ଏବଂ ଟିକସ ଉପରେ ସୁଧ ଏବଂ ଜରିମାନାକୁ ବେଆଇନ ବୋଲି ଶୁଣାଣିରେ କୁହାଯାଇଛି। ଏଭଳି କାର୍ଯ୍ୟ ଭାରତ-ନେଦରଲାଣ୍ଡସ ମଧ୍ୟରେ ହୋଇଥିବା ନିବେଶ ଚୁକ୍ତିର ଉଲ୍ଲଂଘନ ବୋଲି ଏଥିରେ ସ୍ପଷ୍ଟ କରାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଟ୍ରିବ୍ୟୁନାଲ ଶୁଣାଣି ବେଳେ କହିଛନ୍ତି, ଭାରତ ଭୋଡାଫୋନଠାରୁ ସମସ୍ତ ବକେୟା ରାଶି ମାଗିବା ବନ୍ଦକରୁ। ଏହି ମାମଲା ଉପରେ ଭାରତ ସରକାର ଏବଂ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନାଯୋଗ୍ୟ, ଭୋଡାଫୋନ ୨୦୦୭ରେ ଭାରତରେ ହଚିସନ ଓ୍ବାମ୍ପୂଆର ମୋବାଇଲ ବିଜନେସକୁ ଅଧିଗ୍ରହଣ କରିଥିଲା। ଏହିଠାରୁ ଟିକସ ବିବାଦ ଆରମ୍ଭ ହୋଇଥିଲା। ଭୋଡାଫୋନ ଟିକସ ପ୍ରଦାନ କରୁ ବୋଲି ଭାରତ ସରକାର ଦାବି କରିଥିଲେ। ମାତ୍ର କମ୍ପାନୀ ଏହାରକୁ ବିରୋଧ କରିବା ସହ ମାମଲା ଆରମ୍ଭ ହୋଇଥିଲା। ୨୦୧୨ରେ ସୁପ୍ରିମକୋର୍ଟ କମ୍ପାନୀ ସପକ୍ଷରେ ଶୁଣାଣି କରିଥିଲେ। ହେଲେ ସରକାର ଏହି ବର୍ଷ ନିୟମରେ ପରିବର୍ତ୍ତନ କରିଦେଇଥିଲେ। ୨୦୧୪ରେ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତର୍ଜାତୀୟ ଆର୍ବିଟ୍ରେଶନର ଦ୍ୱାରସ୍ଥ ହୋଇଥିଲା। ବିଭିନ୍ନ କମ୍ପାନୀ ଭାରତ ସରକାରଙ୍କ ଅନ୍ତର୍ଜାତୀୟ ଆର୍ବିଟ୍ରେଶନକୁ ଘୋଷାଡି ଛନ୍ତି। ଭାରତ ସରକାର ଏଭଳି ୧୨ରୁ ଅଧିକ ମାମଲା ଲଢୁଛନ୍ତି। ଏଥିରେ କେର୍ନ ଏନର୍ଜି ମଧ୍ୟ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri