ଫେସ୍‌ଲେସ୍‌ ଅପିଲ ଆରମ୍ଭ କଲା ସିବିଡିଟି; ୫.୬ ଲକ୍ଷ କୋଟିର ଟିକସ ମାମଲା ସମାଧାନ ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଦ୍ୱାରା ଫସି ରହିଥିବା ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କାର ଟିକସ ମାମଲାଗୁଡିକ ସମାଧାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଆୟକର ବିଭାଗରେ ଟିକସ ସଂସ୍କାର ଏବଂ ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଲାଗି ସରକାର ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡିଛି। ନୂଆ ଯୋଜନା ଶୁଭାରମ୍ଭ ଦ୍ୱାରା ଆଗାମୀ ଦିନଗୁଡିକରେ ସମସ୍ତ ପ୍ରକାର ଟିକସ ବିବାଦଗୁଡିକ ଇ-ମେଲ୍‌, ଇ-ଏନ୍‌କ୍ୱାରି ଏବଂ ଇ-ଶୁଣାଣି ଦ୍ୱାରା ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଆଇଟି କମିଶନରଙ୍କ ପାଖରେ ପ୍ରାୟ ୪.୬ ଲକ୍ଷ ଅପିଲ ଫଇସଲା ଲାଗି ପଡି ରହିଛି। ମାମଲାଗୁଡିକରେ ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କା ଜଡିତ ରହିଥିବା ବିଭାଗ ପକ୍ଷରୁ ସୂଚନା ରହିଛି।
ବିଭିନ୍ନ ପ୍ରକାର ଆଇନଗତ ମାମଲା ଯୋଗୁ ୨୦୧୮-୧୯ ସୁଦ୍ଧା ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ନ ହୋଇପାରି ଫସି ରହିଛି। ମାମଲାଗୁଡିକ ବିଭିନ୍ନ ଟ୍ରିବ୍ୟୁନାଲ, ହାଇକୋର୍ଟ, ସୁପ୍ରିମକୋର୍ଟରେ ପଡି ରହିଥିବା ଜଣାପଡିଛି। ପୂର୍ବରୁ ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ରିଟର୍ନ ଫାଇଲିଂ ସିଷ୍ଟମ ଆରମ୍ଭ କରାଯାଇଥିଲା। ନୂଆ ପଦକ୍ଷେପ ଦ୍ୱାରା ଟିକସ ମାମଲାଗୁଡିକର ସମାଧାନ ନେଇ ବିଭାଗ ଆଶାବାଦୀ ରହିଛି। ସମସ୍ତ ଆଇଟି ଅପିଲକୁ ଫେସ୍‌ଲେସ୍‌ ଭାବେ ସମାଧାନ କରାଯିବ ବୋଲି ସିବିଡିଟି ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ଏହା ମଧ୍ୟରେ ଜଘନ୍ୟ ଅପରାଧ, ପ୍ରମୁଖ ଟିକସ ଠକେଇ ମାମଲା, ସର୍ଚ୍ଚ ପ୍ରସଙ୍ଗ, ଅନ୍ତର୍ଜାତୀୟ ଟିକସ, କଳାଟଙ୍କା ଆଇନ ଭଳି ମାମଲା ସାମ୍ନାକୁ ସାମିଲ କରାଯାଇନାହିଁ।
ଏହି ବ୍ୟବସ୍ଥାରେ ବର୍ତ୍ତମାନଠାରୁ ଆୟକର ବିଭାଗ ଆୟକର ଅପିଲ, ଅପିଲର ଇ-ଆଲୋକେଶନ, ନୋଟିସର ଇ-ଯୋଗାଯୋଗ, ପ୍ରଶ୍ନ, ଇ-ଯାଞ୍ଚ, ଇ-ଶୁଣାଣି ଏବଂ ଆପିଲେଟ ନିର୍ଦ୍ଦେଶକୁ ଇ-ଯୋଗାଯୋଗ ଦ୍ୱାରା ପ୍ରଦାନ କରିବ। ସମସ୍ତ ପ୍ରକ୍ରିୟାକୁ ଯଥାସମ୍ଭବ ଅନ୍‌ଲାଇନ ମାଧ୍ୟମରେ ସମ୍ପାଦନ କରିବା ଯୋଜନା ରଖାଯାଇଛି। ଏଥିଲାଗି ଆୟକର ବିଭାଗ ଡାଟା ଆନାଲିଟିକ୍ସ, ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେଶନ (ଡିଆଇଏନ୍‌)ର ବ୍ୟବହାର କରିବ। ଆୟକର ବିଭାଗରେ ଏରିୟର ବର୍ତ୍ତମାନ ୧୨.୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ୨୦୧୭-୧୮ରେ ୧୧ ଲକ୍ଷ କୋଟି ଟଙ୍କା ରହିଛି। ଏହାକୁ ଆଦାୟ କରିବା କଷ୍ଟକର ବୋଲି ସିଏଜି ପାର୍ଲାମେଣ୍ଟକୁ ଏକ ରିପୋର୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri