କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଅସୁସ୍ଥ

ଭୁବନେଶ୍ୱର,୨୩।୯(ଶର୍ମିଷ୍ଠା ପାଣିଗ୍ରାହୀ): ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଭଜନ କ୍ଷେତ୍ରରେ ସେ ଜଣେ ଅନନ୍ୟା କଣ୍ଠଶିଳ୍ପୀ। ବିଶେଷକରି ପ୍ରଭୁ ଜଗନ୍ନାଥଙ୍କ ଭଜନ ତାଙ୍କୁ ଘରେ ଘରେ ପରିଚୟ ଦେଇଥିବାବେଳେ ଆଜି ବି ‘ହେ ଚକନାୟନ.., ଭଜି ଭଜି ଯାଉ ତୋ ନାମ…, ମୋ ପ୍ରଭୁ ଜଗନ୍ନାଥ…, କଳା ମାଣିକରେ…’ ଆଦି ଓଡ଼ିଆ ଭଜନ କ୍ଷେତ୍ରରେ ସ୍ବତନ୍ତ୍ର ହୋଇ ରହିଛି। ଶାନ୍ତିଲତା ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ପରିବାର, ସମ୍ପର୍କୀୟ ଓ ବନ୍ଧୁଙ୍କ ସମେତ ଶୁଭେଚ୍ଛୁ, ଶ୍ରୋତାମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।