ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ

କଟକ, ୮ା୮(କାର୍ତ୍ତିକ ସାହୁ): ଜଣେ ଓଡ଼ିଆ ଗାୟିକାଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ବଲିଉଡ୍‌ର କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ସୋମବାର କଟକ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ୨ ଘଣ୍ଟା ଜେରା କରିଛି। ଥାନାରେ ୧୬୧ ଧାରାରେ ସୌରୀନଙ୍କ ବୟାନ ରେକର୍ଡ କରାଯିବା ସହ ଏସ୍‌ସିବି ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା ହୋଇଥିବା ଜଣାପଡ଼ିଛି।
ଏସିପି ଅମିତାଭ ମହାପାତ୍ର କହିଛନ୍ତି, ହାଇକୋର୍ଟ ସୌରୀନଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୋଲିସକୁ ତଦନ୍ତରେ ସହଯୋଗ କରିବାକୁ ସେ ମହିଳା ଥାନାକୁ ଆସିଥିଲେ। ତାଙ୍କୁ ପଚରାଉଚରା କରାଯାଇଛି। ସୌରୀନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଅଭିଯୋଗ ଆଣିଥିବା ଯୁବତୀ କେବଳ ତାଙ୍କର ଘନିଷ୍ଠ ସାଙ୍ଗ ଥିଲେ ବୋଲି ସେ କହିଛନ୍ତି। ଯୁବତୀଙ୍କ ଠାରୁ ଟଙ୍କା ନେଇଥିବା ବିଷୟରେ ସେ କହିଲେ, ଉଭୟେ ଘନିଷ୍ଠ ବନ୍ଧୁ ଥିବାରୁ ପରସ୍ପରକୁ ଟଙ୍କା ଦିଆନିଆ କରିଥାନ୍ତି। ଯୁବତୀଙ୍କଠାରୁ ସୌରୀନ ଓ ସୌରୀନଙ୍କଠାରୁ ଯୁବତୀ ଟଙ୍କା ନେଇଥାନ୍ତି ବୋଲି ଜେରାରୁ ଜଣାପଡ଼ିଛି। ଆବଶ୍ୟକ ହେଲେ ସୌରୀନଙ୍କୁ ପୁଣି ଥରେ ଥାନାକୁ ଜେରା ପାଇଁ ଡକାଯିବ। ତା’ପରେ ତଦନ୍ତରେ ହୋଇଥିବା ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ ବୋଲି ଏସିପି କହିଛନ୍ତି।
ଥାନାରେ ହାଜର ହେବା ପୂର୍ବରୁ ସୌରୀନ ଗଣମାଧ୍ୟମ ଆଗରେ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରିଣୀଙ୍କୁ ଚିହ୍ନି ନ ଥିବା କହିଥିଲେ। ହେଲେ ମହିଳା ଥାନାରେ ଜେରା ପରେ ସୌରୀନଙ୍କ ଓକିଲ ପ୍ରଦୀପ ପଟ୍ଟନାୟକ ପୋଲିସ ଜେରା ବେଳେ ସୌରୀନ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଜାଣିଥିବା ଓ ସେମାନଙ୍କ ମଧ୍ୟରେ ବନ୍ଧୁତା କଥାକୁ ସ୍ବୀକାର କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ସୌରୀନ ଜଣେ ଓଡ଼ିଆ ଗାୟିକାଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଦେଇଆସୁଥିବା ସମ୍ପର୍କରେ ସମ୍ପୃକ୍ତ ଗାୟିକା ମହିଳା ଥାନାରେ ଜୁନ ୧୨ରେ ଏତଲା ଦେଇଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରୀନ ତାଙ୍କୁ ଠକିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ସୌରୀନ ଟଙ୍କା ନେଇ ଫେରାଉ ନ ଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ମହିଳା ଥାନା ପୋଲିସ ସୌରୀନଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତ ପାଇଁ ଥାନାରେ ହାଜର ହେବାକୁ ସୌରୀନଙ୍କୁ ନୋଟିସ କରାଯାଇଥିଲେ ବି ସେ ଧରାଛୁଆଁ ଦେଇ ନ ଥିଲେ। ଗିରଫଦାରି ଏଡ଼ାଇବାକୁ ସୌରୀନ ଗତ ଜୁନ୍‌ ୨୬ରେ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଗତ ୧ ତାରିଖରେ ଜାମିନ ଆବେଦନର ଶୁଣାଣି କରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨୫ ତାରିଖକୁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri