ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ

କଟକ, ୮ା୮(କାର୍ତ୍ତିକ ସାହୁ): ଜଣେ ଓଡ଼ିଆ ଗାୟିକାଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ବଲିଉଡ୍‌ର କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ସୋମବାର କଟକ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ୨ ଘଣ୍ଟା ଜେରା କରିଛି। ଥାନାରେ ୧୬୧ ଧାରାରେ ସୌରୀନଙ୍କ ବୟାନ ରେକର୍ଡ କରାଯିବା ସହ ଏସ୍‌ସିବି ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା ହୋଇଥିବା ଜଣାପଡ଼ିଛି।
ଏସିପି ଅମିତାଭ ମହାପାତ୍ର କହିଛନ୍ତି, ହାଇକୋର୍ଟ ସୌରୀନଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୋଲିସକୁ ତଦନ୍ତରେ ସହଯୋଗ କରିବାକୁ ସେ ମହିଳା ଥାନାକୁ ଆସିଥିଲେ। ତାଙ୍କୁ ପଚରାଉଚରା କରାଯାଇଛି। ସୌରୀନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଅଭିଯୋଗ ଆଣିଥିବା ଯୁବତୀ କେବଳ ତାଙ୍କର ଘନିଷ୍ଠ ସାଙ୍ଗ ଥିଲେ ବୋଲି ସେ କହିଛନ୍ତି। ଯୁବତୀଙ୍କ ଠାରୁ ଟଙ୍କା ନେଇଥିବା ବିଷୟରେ ସେ କହିଲେ, ଉଭୟେ ଘନିଷ୍ଠ ବନ୍ଧୁ ଥିବାରୁ ପରସ୍ପରକୁ ଟଙ୍କା ଦିଆନିଆ କରିଥାନ୍ତି। ଯୁବତୀଙ୍କଠାରୁ ସୌରୀନ ଓ ସୌରୀନଙ୍କଠାରୁ ଯୁବତୀ ଟଙ୍କା ନେଇଥାନ୍ତି ବୋଲି ଜେରାରୁ ଜଣାପଡ଼ିଛି। ଆବଶ୍ୟକ ହେଲେ ସୌରୀନଙ୍କୁ ପୁଣି ଥରେ ଥାନାକୁ ଜେରା ପାଇଁ ଡକାଯିବ। ତା’ପରେ ତଦନ୍ତରେ ହୋଇଥିବା ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ ବୋଲି ଏସିପି କହିଛନ୍ତି।
ଥାନାରେ ହାଜର ହେବା ପୂର୍ବରୁ ସୌରୀନ ଗଣମାଧ୍ୟମ ଆଗରେ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରିଣୀଙ୍କୁ ଚିହ୍ନି ନ ଥିବା କହିଥିଲେ। ହେଲେ ମହିଳା ଥାନାରେ ଜେରା ପରେ ସୌରୀନଙ୍କ ଓକିଲ ପ୍ରଦୀପ ପଟ୍ଟନାୟକ ପୋଲିସ ଜେରା ବେଳେ ସୌରୀନ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଜାଣିଥିବା ଓ ସେମାନଙ୍କ ମଧ୍ୟରେ ବନ୍ଧୁତା କଥାକୁ ସ୍ବୀକାର କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ସୌରୀନ ଜଣେ ଓଡ଼ିଆ ଗାୟିକାଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଦେଇଆସୁଥିବା ସମ୍ପର୍କରେ ସମ୍ପୃକ୍ତ ଗାୟିକା ମହିଳା ଥାନାରେ ଜୁନ ୧୨ରେ ଏତଲା ଦେଇଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରୀନ ତାଙ୍କୁ ଠକିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ସୌରୀନ ଟଙ୍କା ନେଇ ଫେରାଉ ନ ଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ମହିଳା ଥାନା ପୋଲିସ ସୌରୀନଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତ ପାଇଁ ଥାନାରେ ହାଜର ହେବାକୁ ସୌରୀନଙ୍କୁ ନୋଟିସ କରାଯାଇଥିଲେ ବି ସେ ଧରାଛୁଆଁ ଦେଇ ନ ଥିଲେ। ଗିରଫଦାରି ଏଡ଼ାଇବାକୁ ସୌରୀନ ଗତ ଜୁନ୍‌ ୨୬ରେ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଗତ ୧ ତାରିଖରେ ଜାମିନ ଆବେଦନର ଶୁଣାଣି କରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨୫ ତାରିଖକୁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?