ଜୁନ୍‌ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଭିଏଲ୍‌ଟିଡି ବାଧ୍ୟତାମୂଳକ

ଭୁବନେଶ୍ୱର, ୨୬।୧୨(ସୁନିତ୍‌ ମିଶ୍ର):ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଯାନଗୁଡ଼ିକୁ ୨୦୨୪ ଜୁନ୍‌ ୩୦ ସୁଦ୍ଧା ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ(ଭିଏଲ୍‌ଟିଡି) ଲଗାଇବାକୁ ବାଧ୍ୟ କରାଯାଇଛି। ନ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯଦି ଜୁନ୍‌ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଏଆଇଏସ୍‌ ୧୪୦ ଷ୍ଟାଣ୍ଡାର୍ଡର ଭିଏଲ୍‌ଡିସି ଲାଗି ନ ଥିଲେ ସେହି ଗାଡ଼ିଗୁଡିକର ଫିଟ୍‌ନେସ୍‌ ସାର୍ଟିଫିକେଟ, ଗାଡ଼ିର ମାଲିକାନା ପରିବର୍ତ୍ତନ ପରମିଟ୍‌ ଜୁଲାଇ ୧ରୁ ଆଉ ହେବ ନାହିଁ। ଏସ୍‌ଟିଏ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସବୁ ଆର୍‌ଟିଓ ଏବଂ ଏଆର୍‌ଟିଓମାନଙ୍କୁ ଜଣାଇ ଦିଆଯାଇଛି। ଯୁଗ୍ମ କମିଶନର ଦୀପ୍ତି ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏହାଛଡ଼ା ଭିଏଲ୍‌ଟିଡି ବ୍ୟବହାର କରି ନ ଥିବା ଗାଡ଼ିଗୁଡିକୁ ରାସ୍ତାରେ ଧରାଗଲେ ସେମାନଙ୍କ ବିରୋଧରେ ଚାଲାଣ ମଧ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ଭୟା ଘଟଣା ପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସମସ୍ତ ବ୍ୟବସାୟିକ ଯାନକୁ ଟ୍ରାକିଂ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ଯାଇ କେନ୍ଦ୍ର ସରକାର ଏକ ରୁଲ୍‌ ଆଣିବା ସହ ଭିଏଲ୍‌ଟିଡି ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦୀର୍ଘଦିନ ସମୟ ଲାଗିଗଲାଣି। ଏହାକୁ ଲାଗୁ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ଏକାଧିକ ତାରିଖ ସ୍ଥିର ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଇପାରି ନାହିଁ। ତେବେ ଗତ ସପ୍ତାହରେ ସମସ୍ତ ନୂଆ ଏବଂ ପୁରୁଣା ଗାଡ଼ିଗୁଡିକରେ ଭିଏଲ୍‌ଟିଡି ଲଗାଇବା ବାଧ୍ୟତାମୂଳକ କରାଯିବା ନେଇ ଏସ୍‌ଟିଏ ପକ୍ଷରୁ ଚିଠି କରାଯାଇଛି। ଏହାସହ ପାଖପାଖି ୨୩ଟି କମ୍ପାନୀ ମଧ୍ୟରୁ ୧୧ଟି କମ୍ପାନୀ ଏଆଇଏସ୍‌ ୧୪୦ ଷ୍ଟାଣ୍ଡାର୍ଡ ରଖିଥିବା ଭିଏଲ୍‌ଟିଡି ମେଶିନ ପରୀକ୍ଷା ଦେଇ ସଫଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପରୀକ୍ଷାମୂଳକ ଭାବେ ଉକ୍ତ ୧୧ କମ୍ପାନୀ ଏହି ମେଶିନ ଲଗାଇପାରିବେ।
ଦୁଇଚକିଆ, ତିନିଚକିଆ ଏବଂ ରିକ୍ସାରେ ଏହା ଲଗାଇବା ବାଧ୍ୟତାମୂଳକ କରାଯାଇନାହିଁ। ହେଲେ ଜାତୀୟ ପରମିଟ୍‌ ରଖିଥିବା ଜିନିଷପତ୍ର ବୋହୁଥିବା ଗାଡ଼ିରେ ଏହା ବାଧ୍ୟତାମୂଳକ ରହିବ। ଏହାସହ ଏକ୍ସପ୍ଲୋସିଭ ନେଉଥିବା ଗାଡ଼ିରେ ମଧ୍ୟ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୧ ତାରିଖଠାରୁ ପଞ୍ଜୀକୃତ ହେବାକୁ ଥିବା ଗାଡ଼ିରେ ଭିଏଲ୍‌ଟିଡି ମେଶିନ ପ୍ରଥମେ ଲଗାଇବା ପାଇଁ ବାଧ୍ୟତାମୂଳକ ରଖାଯାଇଛି। ବିନା ଭିଏଲ୍‌ଟିଡିରେ ଗାଡି ପଞ୍ଜୀକୃତ ହୋଇପାରିବ ନାହିଁ। ଏହିସବୁ ଗାଡିରେ ପ୍ୟାନିକ୍‌ ବଟନ୍‌ର ବ୍ୟବସ୍ଥା ମଧ୍ୟ ରହିିବା ବାଧ୍ୟତାମୂଳକ। ଏହି ବଟନ୍‌ ରଖିବାର ଉଦ୍ଦେଶ୍ୟ ହେଉଛି, ଯଦି କୌଣସି ଯାତ୍ରୀ କେଉଁଆଡ଼େ ଯିବା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ଏହାକୁ ଦବାଇବା ଦ୍ୱାରା ନିକଟସ୍ଥ ଥାନାକୁ ଏକ ମେସେଜ ଚାଲିଯିବ, ଯଦ୍ଦ୍ବାରା କିଛି ଅଘଟଣ ଘଟିବା ପୂର୍ବରୁ ତାହାକୁ ରୋକାଯାଇପାରିବ ବୋଲି ଦୀପ୍ତି ପାତ୍ର କହିଛନ୍ତି। ମୁଖ୍ୟତଃ ବସ୍‌, ଶିକ୍ଷାନୁଷ୍ଠାନରେ ବ୍ୟବହୃତ ଗାଡ଼ି, ଲକ୍‌ଜୁରି କାର୍‌, ମୋଟର କ୍ୟାବ୍‌, ଓମିନି ବସ୍‌, ଘରୋଇ ସେବା ଯୋଗାଉଥିବା ଗାଡ଼ିରେ ପ୍ୟାନିକ୍‌ ବଟନ୍‌ ରହିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ଯେକୌଣସି ଭିଏଲ୍‌ଟିଡି ପ୍ରସ୍ତୁତକାରୀ କମ୍ପାନୀଠାରୁ ଏହା ନେଇପାରିବେ। କିନ୍ତୁ ଭିଏଲ୍‌ଟିଡି ନ ଲଗାଇଲେ ଆସନ୍ତା ୧ତାରିଖ ପରଠାରୁ କିଣା ହେବା ଗାଡ଼ି ପଞ୍ଜୀକୃତ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri