ଅନ୍ତେବାସୀଙ୍କ ସହ ଖାଇଲେ, ବିକାଶ ପ୍ରକଳ୍ପ ବୁଲି ଦେଖିଲେ

ବାରିପଦା ଅଫିସ,୪।୩: ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ଜନକଲ୍ୟାଣ ମୂଳକ ବିକାଶ କାର୍ଯ୍ୟର ଅଗ୍ରଗତି ଓ ନୂତନ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି। ୫-ଟି ସଚିବଙ୍କ ଏହି ଗସ୍ତ ପରେ ଜିଲାର ମୋଟ ୧୫ଟି ପ୍ରକଳ୍ପ ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୧୫୦୦କୋଟି ଟଙ୍କା ଅନୁଦାନ ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଜିଲାବାସୀ ଆଶାବ୍ୟକ୍ତ କରିଛନ୍ତି।
ଜିଲାପାଳ ବିନୀତ ଭରଦ୍ୱାଜଙ୍କ ସହ ୫-ଟି ସଚିବ ସଡ଼କ ପଥରେ ରାଇରଙ୍ଗପୁରରୁ ବାହାରି ଦ୍ୱାରଶୁଣି ଘାଟିର ପ୍ରସ୍ତାବିତ ବିକଳ୍ପ ରାସ୍ତା ନିର୍ମାଣର ସମୀକ୍ଷା କରି ବାଙ୍ଗରିପୋଷି ନିକଟ ଚନ୍ଦନପୁର କତରା ନଦୀ ପୋଲ ନିକଟରେ ଅଟକି ଥିଲେ। ବିଶୋଇ-ଯୋକା-ଚନ୍ଦନପୁର ଦେଇ ୩୧.୪କି.ମି. ରାସ୍ତା ନିର୍ମାଣ ହେଲେ ଘାଟିର ସମସ୍ୟା ଦୂର ହୋଇପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଥିଲେ। ସେଠାରୁ ବାହାରି ବାରିପଦା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ୫କୋଟି ଟଙ୍କା ଅଟକଳରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ମନ୍ଦିର ସମ୍ମୁଖରେ ଥିବା ନାଗରା ଭାଡ଼ିକୁ ନୂତନ ଭାବେ ନିର୍ମାଣ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ପରେ ବେଲଗଡ଼ିଆ ସ୍ଥିତ ଘୋଡ଼ାଶାଳ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପରିଦର୍ଶନ କରି ବାରିପଦା ଷ୍ଟାଡିୟମରେ ପହଞ୍ଚତ୍ ଥିଲେ। ସେଠାରେ କୁନି କୁନି ଖେଳାଳିମାନେ ଫୁଲ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଛାତ୍ରାବାସରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ତାଙ୍କ ସହିତ ସକାଳ ଜଳଖିଆ ଖାଇଥିଲେ। ଏହା ପରେ ପାଲବଣିସ୍ଥିତ ବନବିଭାଗ ଡାକ ବଙ୍ଗଳାରେ ପହଞ୍ଚତ୍ ଉପସ୍ଥିତ ବିଭିନ୍ନ କଲେଜର ଛାତ୍ରୀଛାତ୍ର, ବିଭନ୍ନ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ସହ ଆଞ୍ଚଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରୁ ବାହାରି ଶାମାଖଣ୍ଟା ବ୍ଲକ ବାଲଡିହା ଡ୍ୟାମ ପରିଦର୍ଶନ କରି ପର୍ଯ୍ୟଟକମାନଙ୍କ ନିମନ୍ତେ ବୋଟିଂ ଓ ରହିବା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ା ପରେ ବହୁ ପ୍ରତିକ୍ଷିତ ବାରିପଦା ମଧୁବନଠାରେ ପହଞ୍ଚି ରିଂ-ରୋଡ ଓ ବୁଢାବଳଙ୍ଗ ନଦୀରେ ଆଡିବନ୍ଧ, ଶୁକଯୋଡ଼ା, ଜରାଳୀ ଓ ସରାଳୀ ନଦୀରେ ଆଡିବନ୍ଧ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ସେଠାରୁ ଆସି ୫-ଟି ରୂପାନ୍ତରିତ ବାରିପଦାସ୍ଥିତ ଏମ୍‌କେସି ଉଚ୍ଚ ବିଦ୍ୟାଳୟରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ବିଜ୍ଞାନ ଲାବୋରେଟାରୀ, ଖେଳ ସାମଗ୍ରୀ ଓ ପାଠାଗାର ବୁଲି ଥିଲେ। ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ପିଆର୍‌ଏମ୍‌ର ସୁପରିଣ୍ଟେଣ୍ଡଣ୍ଟ ଡା.ପ୍ରତିଭା ପଣ୍ଡା, ସିଡିଏମ୍‌ଓ ଡା. ରୂପଭାନୁ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେଠାରୁ ବାହାରି ପାଲବଣିସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନକୁ ଯାଇଥିଲେ। କେସିପୁର ବଡ଼ଯୋଡ଼ସ୍ଥିତ ଗୁହାଳଡିହୀ ଗ୍ରାମକୁ ଯାଇ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଉପତ୍ାଦିତ ଏସ୍‌ଏଚ୍‌ଜି ମହିଳାଙ୍କୁ ଭେଟିବା ପରେ ବଡ଼ସାହି ବ୍ଲକ ମାଣତ୍ରୀ ଶୈବପୀଠରେ ଦେବ ଦର୍ଶନ କରିଥିଲେ। ୬୫୦ବର୍ଷର ଐତିହ୍ୟ ବହନ କରୁଥିବା ଏହି ପ୍ରାଚୀନ ପୀଠର ଉନ୍ନତି କରଣ ନିମନ୍ତେ ପ୍ରୟାସ କରାଯିବ ବୋଲି କହିଥିଲେ। ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଗନ୍ତାଘର ଭରପୁର ରହିଛି ା ୫-ଟି ସଚିବଙ୍କ ଗସ୍ତ ପରେ ଅନେକ ଆଶା ଓ ସମ୍ଭାବନାକୁ ଜିଲାବାସୀ ଅପେକ୍ଷା କରିଛନ୍ତି ା ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାରାଥନ କାର୍ଯ୍ୟକ୍ରମ କରିଥିଲେ। ଏହି ଗସ୍ତ ସମୟରେ ବାଲେଶ୍ୱର ଆଇଜି ହିମାଂଶୁ ଲାଲ, ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି, ଡେପୁଟି ଜିଲାପାଳ ସୁଜୟ କୁମାର ପତିଙ୍କ ସମେତ ଜିଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri