ଅନ୍ତେବାସୀଙ୍କ ସହ ଖାଇଲେ, ବିକାଶ ପ୍ରକଳ୍ପ ବୁଲି ଦେଖିଲେ

ବାରିପଦା ଅଫିସ,୪।୩: ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ଜନକଲ୍ୟାଣ ମୂଳକ ବିକାଶ କାର୍ଯ୍ୟର ଅଗ୍ରଗତି ଓ ନୂତନ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି। ୫-ଟି ସଚିବଙ୍କ ଏହି ଗସ୍ତ ପରେ ଜିଲାର ମୋଟ ୧୫ଟି ପ୍ରକଳ୍ପ ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୧୫୦୦କୋଟି ଟଙ୍କା ଅନୁଦାନ ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଜିଲାବାସୀ ଆଶାବ୍ୟକ୍ତ କରିଛନ୍ତି।
ଜିଲାପାଳ ବିନୀତ ଭରଦ୍ୱାଜଙ୍କ ସହ ୫-ଟି ସଚିବ ସଡ଼କ ପଥରେ ରାଇରଙ୍ଗପୁରରୁ ବାହାରି ଦ୍ୱାରଶୁଣି ଘାଟିର ପ୍ରସ୍ତାବିତ ବିକଳ୍ପ ରାସ୍ତା ନିର୍ମାଣର ସମୀକ୍ଷା କରି ବାଙ୍ଗରିପୋଷି ନିକଟ ଚନ୍ଦନପୁର କତରା ନଦୀ ପୋଲ ନିକଟରେ ଅଟକି ଥିଲେ। ବିଶୋଇ-ଯୋକା-ଚନ୍ଦନପୁର ଦେଇ ୩୧.୪କି.ମି. ରାସ୍ତା ନିର୍ମାଣ ହେଲେ ଘାଟିର ସମସ୍ୟା ଦୂର ହୋଇପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଥିଲେ। ସେଠାରୁ ବାହାରି ବାରିପଦା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ୫କୋଟି ଟଙ୍କା ଅଟକଳରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ମନ୍ଦିର ସମ୍ମୁଖରେ ଥିବା ନାଗରା ଭାଡ଼ିକୁ ନୂତନ ଭାବେ ନିର୍ମାଣ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ପରେ ବେଲଗଡ଼ିଆ ସ୍ଥିତ ଘୋଡ଼ାଶାଳ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପରିଦର୍ଶନ କରି ବାରିପଦା ଷ୍ଟାଡିୟମରେ ପହଞ୍ଚତ୍ ଥିଲେ। ସେଠାରେ କୁନି କୁନି ଖେଳାଳିମାନେ ଫୁଲ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଛାତ୍ରାବାସରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ତାଙ୍କ ସହିତ ସକାଳ ଜଳଖିଆ ଖାଇଥିଲେ। ଏହା ପରେ ପାଲବଣିସ୍ଥିତ ବନବିଭାଗ ଡାକ ବଙ୍ଗଳାରେ ପହଞ୍ଚତ୍ ଉପସ୍ଥିତ ବିଭିନ୍ନ କଲେଜର ଛାତ୍ରୀଛାତ୍ର, ବିଭନ୍ନ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ସହ ଆଞ୍ଚଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରୁ ବାହାରି ଶାମାଖଣ୍ଟା ବ୍ଲକ ବାଲଡିହା ଡ୍ୟାମ ପରିଦର୍ଶନ କରି ପର୍ଯ୍ୟଟକମାନଙ୍କ ନିମନ୍ତେ ବୋଟିଂ ଓ ରହିବା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ା ପରେ ବହୁ ପ୍ରତିକ୍ଷିତ ବାରିପଦା ମଧୁବନଠାରେ ପହଞ୍ଚି ରିଂ-ରୋଡ ଓ ବୁଢାବଳଙ୍ଗ ନଦୀରେ ଆଡିବନ୍ଧ, ଶୁକଯୋଡ଼ା, ଜରାଳୀ ଓ ସରାଳୀ ନଦୀରେ ଆଡିବନ୍ଧ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ସେଠାରୁ ଆସି ୫-ଟି ରୂପାନ୍ତରିତ ବାରିପଦାସ୍ଥିତ ଏମ୍‌କେସି ଉଚ୍ଚ ବିଦ୍ୟାଳୟରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ବିଜ୍ଞାନ ଲାବୋରେଟାରୀ, ଖେଳ ସାମଗ୍ରୀ ଓ ପାଠାଗାର ବୁଲି ଥିଲେ। ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ପିଆର୍‌ଏମ୍‌ର ସୁପରିଣ୍ଟେଣ୍ଡଣ୍ଟ ଡା.ପ୍ରତିଭା ପଣ୍ଡା, ସିଡିଏମ୍‌ଓ ଡା. ରୂପଭାନୁ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେଠାରୁ ବାହାରି ପାଲବଣିସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନକୁ ଯାଇଥିଲେ। କେସିପୁର ବଡ଼ଯୋଡ଼ସ୍ଥିତ ଗୁହାଳଡିହୀ ଗ୍ରାମକୁ ଯାଇ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଉପତ୍ାଦିତ ଏସ୍‌ଏଚ୍‌ଜି ମହିଳାଙ୍କୁ ଭେଟିବା ପରେ ବଡ଼ସାହି ବ୍ଲକ ମାଣତ୍ରୀ ଶୈବପୀଠରେ ଦେବ ଦର୍ଶନ କରିଥିଲେ। ୬୫୦ବର୍ଷର ଐତିହ୍ୟ ବହନ କରୁଥିବା ଏହି ପ୍ରାଚୀନ ପୀଠର ଉନ୍ନତି କରଣ ନିମନ୍ତେ ପ୍ରୟାସ କରାଯିବ ବୋଲି କହିଥିଲେ। ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଗନ୍ତାଘର ଭରପୁର ରହିଛି ା ୫-ଟି ସଚିବଙ୍କ ଗସ୍ତ ପରେ ଅନେକ ଆଶା ଓ ସମ୍ଭାବନାକୁ ଜିଲାବାସୀ ଅପେକ୍ଷା କରିଛନ୍ତି ା ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାରାଥନ କାର୍ଯ୍ୟକ୍ରମ କରିଥିଲେ। ଏହି ଗସ୍ତ ସମୟରେ ବାଲେଶ୍ୱର ଆଇଜି ହିମାଂଶୁ ଲାଲ, ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି, ଡେପୁଟି ଜିଲାପାଳ ସୁଜୟ କୁମାର ପତିଙ୍କ ସମେତ ଜିଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ: ହାଇକୋର୍ଟ

ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲାକୁ  ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷେ, ୩…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri