ଆଇପିଏଲ ୨୦୨୦ରୁ ଓହରିପାରେ ଭିଭୋ

ନୂଆଦିଲ୍ଲୀ, ୪ା୮ (ପି.ଟି.)-  ସମ୍ପ୍ରତି ଭାରତ-ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଆପୋସ ବୁଝାମଣା ଜରିଆରେ ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ ଏହି ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଟାଇଟଲ ସ୍ପନସରଶିପ୍‌ରୁ ଓହରିଯାଇପାରେ। ଦୁଇ ପଡୋଶୀ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିବା ପରେ ବିସିସିଆଇ ଏହି କମ୍ପାନୀ ସହ ୨୦୨୧-୨୦୨୩ ପର୍ଯ୍ୟନ୍ତ ସଂଶୋଧିତ ଚୁକ୍ତି କରିପାରେ। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଭାରତୀୟ କ୍ରିକେଟ ବୋର୍ଡର ଜଣେ ବରିଷ୍ଠ କର୍ମକର୍ତ୍ତା ଏ ବିଷୟ ପ୍ରକାଶ କରିଛନ୍ତି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଇତିମଧ୍ୟରେ କମ୍ପାନୀର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଭିଭୋ ବର୍ଷକ ପାଇଁ ଟାଇଟଲ ପ୍ରାୟୋଜକ ନ ରହି ପାରେ ବୋଲି ସୂଚନା ଦେଇଛି। ହେଲେ ଏହା କମ୍ପାନୀର ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଇଷ୍ଟର୍ନ ଲଦାଖରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନିଜ କମ୍ପାନୀ ଓ ଉତ୍ପାଦକୁ ବର୍ଜନ ପାଇଁ ଆହ୍ବାନ ଦିଆଯାଇଛି। ରବିବାର ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ବୈଠକ ବସିଥିଲା। ଏଥିରେ ଭିଭୋ ସମେତ ସମସ୍ତ ପ୍ରାୟୋଜକ ସ୍ପନସରଙ୍କୁ ଚୁକ୍ତି କାଏମ ରଖାଯାଇଥିଲା। ଭିଭୋ ସହିତ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ୫ ବର୍ଷିଆ ଚୁକ୍ତି ଅନୁଯାୟୀ ଏହି କମ୍ପାନୀ ବାର୍ଷିକ ହାରାହାରି ୪୪୦ କୋଟି ଟଙ୍କା ଦେଇଥାଏ। ଏହି କମ୍ପାନୀ ବର୍ଷକ ପାଇଁ ଦୂରେଇଯିବା ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ବୋର୍ଡ ଅଫିସିଆଲ ଜଣକ ଏକଥା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଏକ ନିଷ୍ପତ୍ତି ନିଆଯିବ ତାହା ଆପୋସ ବୁଝାମଣା ମାଧ୍ୟମରେ ହେବ ଏବଂ ବିସିସିଆଇ ବ୍ୟାଙ୍କ ଗ୍ୟାରେଣ୍ଟି ଉଠାଇପାରିବ ନାହିଁ। ତେବେ ଭିନ୍ନ ପରିସ୍ଥିତିରେ ଯଥା ସ୍ପନସର କମ୍ପାନୀ ଯଦି ଏହାର ପ୍ରତିଶ୍ରୁତି ଭଙ୍ଗ କରେ ତେବେ ବିସିସିଆଇ ବ୍ୟାଙ୍କ୍‌ ଗ୍ୟାରେଣ୍ଟି ଉଠାଇପାରିବ। କିନ୍ତୁ ଏଠାରେ ଉଭୟ ପକ୍ଷ ଆପୋସ ବୁଝାମଣାରେ ପଳାୟନ ପନ୍ଥା ଅନୁକରଣ ଲକ୍ଷ୍ୟରେ ଅଛନ୍ତି। କେନ୍ଦ୍ର ସରକାର ଯେତେବେଳେ ୬୦ଟି ଚାଇନିଜ ଆପ୍‌ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବାସନ୍ଦ ଲାଗି ନିଷ୍ପତ୍ତି ନେଲେ ବିସିସିଆଇ ଚାଇନିଜ ସ୍ପନସରକୁ କାଏମ ରଖିଥିବାରୁ ପ୍ରଶ୍ନ ଉଠିଥିଲା। ବିସିସିଆଇ ଇତିମଧ୍ୟରେ କେତୋଟି ଭାରତୀୟ କମ୍ପାନୀ ସହ ଆଲୋଚନା କରିଛି। ସେମାନେ ସ୍ବଳ୍ପକାଳୀନ ଚୁକ୍ତି ପାଇଁ ଅଗ୍ରହ ପ୍ରକାଶ କରିଛନ୍ତି। ସମ୍ଭବତଃ ଏକ ବର୍ଷ ପାଇଁ। ଟୁର୍ନାମେଣ୍ଟ ଏଥର ବିଦେଶରେ ଆୟୋଜିତ ହେଉଛି। ସ୍ବଳ୍ପ ସମୟ ମଧ୍ୟରେ ୪୪୦ କୋଟି ଟଙ୍କା ଭରଣା କରିବା ସହଜ ହେବ ନାହିଁ। ଆହୁରିମଧ୍ୟ ଦର୍ଶକ ବିହୀନ ଷ୍ଟାଡିୟମର ଆକର୍ଷଣ ରହିବ ନାହିଁ। କିନ୍ତୁ ଭିଭୋ ବିଧିବଦ୍ଧ ଭାବେ ଓହରିଯିବା ଲାଗି ନିଷ୍ପତ୍ତି ନେବା ପରେ ଯାହା ବିଚାର କରାଯିବ ବୋଲି ବୋର୍ଡ ଅଫିସିଆଲ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri