ଭିଆଇଟିର ଭିଟି ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ,୨୯।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି) ଦ୍ୱାରା ପରିଚାଳିତ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା(ଭିଟି) ର ଫଳାଫଳ ନିକଟରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲ ୧୭ରୁ ୨୩ ପର୍ଯ୍ୟନ୍ତ ଭାରତର ୧୨୧ ସହର ଏବଂ ବିଦେଶର ୪ଟି ସହର (ଦୁବାଇ, କୁଏଟ୍‌, ମସ୍କାଟ ଏବଂ କାତାର)ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରବେଶିକ ଫଳାଫଳ https://ugresults.vit.ac.in/viteee ପୋର୍ଟାଲରେ ପ୍ରକାଶିତ ହୋଇଛି, ଯାହାକି VIT ୱେବ୍‌ସାଇଟ୍‌ www.vit.ac.in ରେ ସବିଶେଷ ଉପଲବ୍ଧ ରହିଛି। ଉକ୍ତ ଫଳାଫଳ ଅନୁଯାୟୀ ଝାଡ଼ଖଣ୍ଡର କୁଶାଗ୍ର ବଶିଷ୍ଟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ପ୍ରକାଶଲ ଶ୍ରୀନିବାସ ଚୌଧାରୀ ୨ୟ ସ୍ଥାନ ଏବଂ ମାହିନ୍‌ ପ୍ରମୋଦ ଧୋକେ ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି କେରଳର ଆଶିକ୍‌ ଷ୍ଟେନି ୪ର୍ଥ, ବିହାରର ଅଙ୍କିତ କୁମାର ୫ମ, ଆନ୍ଧ୍ରପ୍ରଦେଶର ନନ୍ଦୟାଲା ପ୍ରିନ୍ସ ବ୍ରାନହମ୍‌ ରେଡ୍ଡୀ ୬ଷ୍ଠ, ବିହାରର ଏମ୍‌ଡି ଉମର ଫୈସଲ ୭ମ, ମହାରାଷ୍ଟ୍ରର ଅନ୍‌ସୁଲ ସନ୍ଦୀପ ନାଫାଡେ ୮ମ, ହରିୟାଣାର ରଷିତ ଗୁପ୍ତା ୯ମ ଏବଂ ଉତ୍ତରପ୍ରଦେଶର ତନ୍ମୟ ବାଗେଲ ୧୦ମ ସ୍ଥାନରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଭିଆଇଟିର କାଉନସେଲିଂ ୨୦୨୩ ଏପ୍ରିଲ ୨୬ ରୁ ଜୁନ୍‌୧୪ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଭିଆଇଟି ର଼୍ୟାଙ୍କ୍‌ଧାରୀ କାଉନସେଲିଂ ପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଗ୍ରହଣ କରାଯାଇଛି। ବିଶେଷକରି ୧-୨୦,୦୦୦ ର଼୍ୟାଙ୍କ୍‌ଧାରୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ୨୬ ରୁ ୩୦ ଏପ୍ରିଲ ଏବଂ ୨ ପର୍ଯ୍ୟାୟ କାଉନସେଲିଂ ୨୦,୦୦୧-୪୫,୦୦୦ ର଼୍ୟାଙ୍କ ପାଇଁ ମେ’ ୯ରୁ ୧୧ ପର୍ଯ୍ୟନ୍ତ ରହିଛି। ସେହିଭଳି ୪୫,୦୦୧-୭୦,୦୦୦ ର଼୍ୟାଙ୍କ ପାଇଁ ୩ୟ ପର୍ଯ୍ୟାୟ ସହ ମେ’ ୨୦ରୁ ୨୨ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri