‘ଫେଷ୍ଟିଭ୍‌ ସିଜନ୍‌ ସେଲ୍‌’ ଆରମ୍ଭ କଲା Vistara; ୧,୯୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା…

ନୂଆଦିଲ୍ଲୀ,୮।୧୧: ପ୍ରମୁଖ ବିମାନ କମ୍ପାନୀ ‘ବିସ୍ତାରା’ ପାର୍ବଣ ଋତୁକୁ ଆଖି ଆଗରେ ରଖି ଏକ ସ୍ବତନ୍ତ୍ର ‘ସେଲ୍‌’ ଆରମ୍ଭ କରିଛି। ଏହାର ଲାଭ ଉଠାଇ ଯେକେହି ନିଜର ଆଗାମୀ ବିମାନ ଯାତ୍ରା ଲାଗି ଏବେଠାରୁ ଶସ୍ତାରେ ଟିକେଟ କିଣିପାରିବେ। ବିମାନ କମ୍ପାନୀ ଘରୋଇ ନେଟଓ୍ବାର୍କରେ ୩ ଦିନର ସେଲ୍‌ ଆରମ୍ଭ କରିଛି। ନଭେମ୍ବର ୭ ମଧ୍ୟରାତ୍ରରୁ ଏହା ଆରମ୍ଭ ହୋଇସାରିଥିବା ବେଳେ ନଭେମ୍ବର ୯ ରାତିଯାଏ ଚାଲିବ। ଅର୍ଥାତ ବିସ୍ତାରା ନିଜର ସେଲ୍‌ ୭୨ ଘଣ୍ଟା ଯାଏ ଚାଲୁ ରଖିବ।

ବିସ୍ତାରାର ସମସ୍ତ ଅଫର ଆସନ୍ତା ବର୍ଷ ଏପ୍ରିଲ ୧୦ ଯାଏ ଯାତ୍ରା ଲାଗି ବୈଧ ରହିବ। ଏଥିରେ ତିନୋଟି ଯାକ କ୍ୟାବିନ କ୍ଲାସ ଟିକେଟ ଉପରେ ରିହାତି ମିଳିବ। ଏଥିସହ ‘ପ୍ରଥମେ ଆସନ୍ତୁ ପ୍ରଥମେ ପାଆନ୍ତୁ ’ଆଧାରରେ ଅଫର ଥିବା ସିଟ୍‌ ଉପଲବ୍ଧ ରହିବ। ଇକୋନୋମି କ୍ଲାସ ଲାଗି ଗୋଟିଏ ପଟର ଭଡ଼ା ୧,୯୯୯ ଟଙ୍କା, ପ୍ରିମିୟମ ଇକୋନୋମି ଲାଗି ୨,୭୯୯ ଟଙ୍କା ଏବଂ ବିଜିନେସ୍‌ କ୍ଲାସ ଲାଗି ୧୦,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ସେଲ ଅନୁଯାୟୀ ଏହାର ବୁକିଂ ସମସ୍ତ ପ୍ଲାଟ୍‌ଫର୍ମରେ ହୋଇପାରୁଛି।

ତେବେ ଏଥିଲାଗି ଯେକେହି କମ୍ପାନୀର ଓ୍ବେବ୍‌ସାଇଟ୍‌ , ଏହାର ମୋବାଇଲ ଆପ୍‌, ବିସ୍ତାରାର ବିମାନବନ୍ଦର ଟିକେଟ ଅଫିସ, କଲ ସେଣ୍ଟର, ଅନଲାଇନ୍‌ ଟ୍ରାଭେଲ ଏଜେନ୍ସି ଏବଂ ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ଟିକେଟ ବୁକ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri