Posted inଜାତୀୟ

ବୁଲି ବୁଲି ମନ୍ଦିର-ମନ୍ଦିର ପୂଜା, ରାମେଶ୍ୱରମ ସମୁଦ୍ରରେ ବୁଡ଼: ଦକ୍ଷିଣ ବନାମ ଉତ୍ତର ବିବାଦକୁ ସମାପ୍ତ କଲେ ମୋଦି…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନ ସଂପର୍କରେ ଦେଶରେ ପ୍ରବଳ ଉତ୍ସାହ ରହିଛି, ସମଗ୍ର ଦେଶ ରାମଙ୍କ ଭକ୍ତିରେ ବୁଡି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ରାମଙ୍କ ଆଗମନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ‘ରାମ ବ୍ରତୀ’ ମୋଦି ଦକ୍ଷିଣ ଭାରତର ବୂଲି ବୁଲି ମନ୍ଦିର-ମନ୍ଦିରରେ ପୂଜା କରୁଛନ୍ତି। ପିଏମ ମୋଦିଙ୍କ ଏଭଳି ଭାବମୂର୍ତ୍ତିି ଦକ୍ଷିଣ ଭାରତରୁ ଉତ୍ପନ୍ନ ହେଉଛି, ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। କେତେକ ସ୍ଥାନରେ ପିଏମ ମୋଦି ହାତୀଠାରୁ ଆଶୀର୍ବାଦ ନେଉଥିବାର ଏବଂ କେତେକ ସ୍ଥାନରେ ସେ ମନ୍ଦିରରେ ରାମାୟଣ ଶୁଣୁଥିବାର ନଜର ଆସିଛନ୍ତି। ମୋଦି ରାମେଶ୍ୱର ସମୁଦ୍ରରେ ବୁଡ଼ ପକାଇବାର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନାଶିକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳର ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ଏହି ସମସ୍ତ ମନ୍ଦିରର ରାମ ଏବଂ ଅଯୋଧ୍ୟା ସହିତ ଏକ ବିଶେଷ ସଂଯୋଗ ଅଛି ।

ଅପରପକ୍ଷରେ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ରାଜ୍ୟ ଗସ୍ତର ରାଜନୈତିକ ଅର୍ଥ ମଧ୍ୟ ଅନୁମାନ କରାଯାଉଛି। ବାସ୍ତବରେ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଦକ୍ଷିଣ ରାଜ୍ୟରେ ଭାଜପାର ସ୍ଥିତି ସୁଦୃଢ଼ ନୁହେଁ। ଗତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ନିର୍ବାଚନରେ ଭାଜପା ବିଜୟୀ ହୋଇଥିଲା, କିନ୍ତୁ ତେଲେଙ୍ଗାନାରେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ପରେ ଦକ୍ଷିଣ ବନାମ ଉତ୍ତର ଭାରତର ପ୍ରସଙ୍ଗ ପୁଣିଥରେ ଦେଶରେ ଦେଖାଦେଇଥିଲା। ଦକ୍ଷିଣରେ ଭାଜପାର ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ଆଲୋଚନା ଆରମ୍ଭ ହୋଇଥିଲା। ଦକ୍ଷିଣର କିଛି ନେତା ସିଧାସଳଖ କହିଛନ୍ତି କେବଳ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଭାଜପା ଜିତିପାରିବ।

ଭାଜପା ଏହାର ନିର୍ବାଚନ ରଣନୀତି ଭାବି ଚିନ୍ତି ପ୍ରସ୍ତୁତ କରିଛି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେଉଁଠାରେ ଭାଜପା ଦୁର୍ବଳ ଅନୁଭବ କରୁଛି, ଦଳକୁ ମଜବୁତ କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନ୍ଧରେ ଦିଆ ଯାଇଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦକ୍ଷିଣ ଭାରତରେ ଦଳର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ଭାବରେ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି।

ଆସନ୍ତା ଲୋକସଭା ନିର୍ବାଚନରେ ଭାଜପା ୪୦୦ ଟି ଆସନ ଜିତିବାକୁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦଳକୁ ଦକ୍ଷିଣ ଭାରତର ଦୁର୍ଗ ଭାଙ୍ଗିବା ଆବଶ୍ୟକ। ପିଏମ ମୋଦି ଜାଣନ୍ତି ଦକ୍ଷିଣ ଭାରତକୁ ନ ନେଇ ୪୦୦ର ଟାର୍ଗେଟ କଷ୍ଟକର। ଏଭଳି ପରିସ୍ଥିତିରେ ପିଏମ ମୋଦି ବର୍ଷ ଆରମ୍ଭରୁ ଦକ୍ଷିଣ ରାଜ୍ୟ ଗସ୍ତରେ ଯାଇଥିଲେ। ଏଠାରେ ସେ ଉଦଘାଟନ କରି ବିଭିନ୍ନ ଯୋଜନାର ମୂଳଦୁଆ ପକାଇବା ସହପ୍ରମୁଖ ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାମେଶ୍ୱରାମର ରାମନାଥସ୍ବାମୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri