Posted inଜାତୀୟ

ବୁଲି ବୁଲି ମନ୍ଦିର-ମନ୍ଦିର ପୂଜା, ରାମେଶ୍ୱରମ ସମୁଦ୍ରରେ ବୁଡ଼: ଦକ୍ଷିଣ ବନାମ ଉତ୍ତର ବିବାଦକୁ ସମାପ୍ତ କଲେ ମୋଦି…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନ ସଂପର୍କରେ ଦେଶରେ ପ୍ରବଳ ଉତ୍ସାହ ରହିଛି, ସମଗ୍ର ଦେଶ ରାମଙ୍କ ଭକ୍ତିରେ ବୁଡି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ରାମଙ୍କ ଆଗମନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ‘ରାମ ବ୍ରତୀ’ ମୋଦି ଦକ୍ଷିଣ ଭାରତର ବୂଲି ବୁଲି ମନ୍ଦିର-ମନ୍ଦିରରେ ପୂଜା କରୁଛନ୍ତି। ପିଏମ ମୋଦିଙ୍କ ଏଭଳି ଭାବମୂର୍ତ୍ତିି ଦକ୍ଷିଣ ଭାରତରୁ ଉତ୍ପନ୍ନ ହେଉଛି, ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। କେତେକ ସ୍ଥାନରେ ପିଏମ ମୋଦି ହାତୀଠାରୁ ଆଶୀର୍ବାଦ ନେଉଥିବାର ଏବଂ କେତେକ ସ୍ଥାନରେ ସେ ମନ୍ଦିରରେ ରାମାୟଣ ଶୁଣୁଥିବାର ନଜର ଆସିଛନ୍ତି। ମୋଦି ରାମେଶ୍ୱର ସମୁଦ୍ରରେ ବୁଡ଼ ପକାଇବାର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନାଶିକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳର ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ଏହି ସମସ୍ତ ମନ୍ଦିରର ରାମ ଏବଂ ଅଯୋଧ୍ୟା ସହିତ ଏକ ବିଶେଷ ସଂଯୋଗ ଅଛି ।

ଅପରପକ୍ଷରେ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ରାଜ୍ୟ ଗସ୍ତର ରାଜନୈତିକ ଅର୍ଥ ମଧ୍ୟ ଅନୁମାନ କରାଯାଉଛି। ବାସ୍ତବରେ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଦକ୍ଷିଣ ରାଜ୍ୟରେ ଭାଜପାର ସ୍ଥିତି ସୁଦୃଢ଼ ନୁହେଁ। ଗତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ନିର୍ବାଚନରେ ଭାଜପା ବିଜୟୀ ହୋଇଥିଲା, କିନ୍ତୁ ତେଲେଙ୍ଗାନାରେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ପରେ ଦକ୍ଷିଣ ବନାମ ଉତ୍ତର ଭାରତର ପ୍ରସଙ୍ଗ ପୁଣିଥରେ ଦେଶରେ ଦେଖାଦେଇଥିଲା। ଦକ୍ଷିଣରେ ଭାଜପାର ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ଆଲୋଚନା ଆରମ୍ଭ ହୋଇଥିଲା। ଦକ୍ଷିଣର କିଛି ନେତା ସିଧାସଳଖ କହିଛନ୍ତି କେବଳ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଭାଜପା ଜିତିପାରିବ।

ଭାଜପା ଏହାର ନିର୍ବାଚନ ରଣନୀତି ଭାବି ଚିନ୍ତି ପ୍ରସ୍ତୁତ କରିଛି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେଉଁଠାରେ ଭାଜପା ଦୁର୍ବଳ ଅନୁଭବ କରୁଛି, ଦଳକୁ ମଜବୁତ କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନ୍ଧରେ ଦିଆ ଯାଇଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦକ୍ଷିଣ ଭାରତରେ ଦଳର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ଭାବରେ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି।

ଆସନ୍ତା ଲୋକସଭା ନିର୍ବାଚନରେ ଭାଜପା ୪୦୦ ଟି ଆସନ ଜିତିବାକୁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦଳକୁ ଦକ୍ଷିଣ ଭାରତର ଦୁର୍ଗ ଭାଙ୍ଗିବା ଆବଶ୍ୟକ। ପିଏମ ମୋଦି ଜାଣନ୍ତି ଦକ୍ଷିଣ ଭାରତକୁ ନ ନେଇ ୪୦୦ର ଟାର୍ଗେଟ କଷ୍ଟକର। ଏଭଳି ପରିସ୍ଥିତିରେ ପିଏମ ମୋଦି ବର୍ଷ ଆରମ୍ଭରୁ ଦକ୍ଷିଣ ରାଜ୍ୟ ଗସ୍ତରେ ଯାଇଥିଲେ। ଏଠାରେ ସେ ଉଦଘାଟନ କରି ବିଭିନ୍ନ ଯୋଜନାର ମୂଳଦୁଆ ପକାଇବା ସହପ୍ରମୁଖ ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାମେଶ୍ୱରାମର ରାମନାଥସ୍ବାମୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

‘ତୁମର ସ୍ବାମୀ ମରିଯିବ…’, ଏମିତି କହି ତିନି ବର୍ଷ ଧରି ମହିଳାଙ୍କୁ ବଳାତ୍କାର କଲେ ‘କ୍ୟାପ୍ଟେନ’, ପେନ ଡ୍ରାଇଭରେ ମିଳିଲା ୫୮ଟି ଭିଡିଓ

ନାସିକ,୨୦।୩: ମହାରାଷ୍ଟ୍ରର ନାସିକରେ, ପୋଲିସ ଗୁରୁବାର ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅଶୋକ କୁମାର ଖରାଟଙ୍କୁ ଗିରଫ କରିଛି। ଅଶୋକଙ୍କ ବିରୋଧରେ ତିନି ବର୍ଷରୁ ଅଧିକ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri