ରାୟଗଡ଼ାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ସଫଳ

ରାୟଗଡ଼ା(ସ୍ବ.ପ୍ର)/ରାୟଗଡ଼ାଅଫିସ/ ମୁନିଗୁଡ଼ା/ଚନ୍ଦ୍ରପୁର/ ବିଷମକଟକ/ଗୁଣପୁର (ଡି.ଏନ୍‌.ଏ.), ୨୦।୪: ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆକ୍ରମଣ କରାଯିବାରୁ ବହୁ ଲୋକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ରାୟଗଡା ସମେତ ଓଡିଶାର ୧୪ ଜିଲାରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ରାୟଗଡ଼ା ଜିଲାରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ବିଶ୍ୱ ହିନ୍ଦୁ ପରିଷଦ ସମେତ ବଜରଙ୍ଗ ଦଳ, ଭାରତୀୟ ମଜଦୁର ସଂଘ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନଗୁଡିକ ଏକାଠି ହୋଇ ରାୟଗଡ଼ା ସଦର ମହକୁମାର କପିଳାସ ଛକ ନିକଟସ୍ଥ ୩୨୬ ନଂ. ଜାତୀୟ ରାଜପଥ, ରିଲାଏନ୍ସ ସପିଂ ମଲ୍‌ ଏବଂ ମଝିଘରିଆଣି ମନ୍ଦିର ଛକ ଠାରେ ରାସ୍ତା ଅବରୋଧ କରିଥିଲେ।
ବନ୍ଦ ବେଳେ ମେଡ଼ିକାଲ, ମେଡ଼ିସିନ ଷ୍ଟୋର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ବଜାର ଓ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ଅଳ୍ପ କେତୋଟି ବାଇକ ଓ ଅଟୋ ଚଳାଚଳ କରୁଥିବା ବେଳେ ସମସ୍ତ ପ୍ରକାର ମାଲବାହୀ ଗାଡ଼ି ଓ ଯାତ୍ରୀବାହୀ ବସ ବନ୍ଦ ରହିଥିଲା। ବନ୍ଦ ଡାକରାରେ ବିଶ୍ୱ ହିନ୍ଦୁ ପରିଷଦର ଜିଲା ସଭାପତି ଗୌର ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆରଏସଏସର ପ୍ରାନ୍ତ ସେବା ପ୍ରମୁଖ ଦୀପକ କୁମାର ରାଉତ, ଭାଜପା ଜିଲା ସମ୍ପାଦକ ତଥା ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ପଦ୍ମନାଭ ଦାସ, ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ବସନ୍ତ ଉଲାକା, ଆରଏସଏସ ଯୁବ ପ୍ରମୁଖ ଶ୍ୟାମକୁମାର ଦାସ, ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ, ଭାଜପା ନଗର ସଭାନେତ୍ରୀ ମଞ୍ଜୁଳା ମିଣିଆକାଙ୍କ ସମେତ ବହୁ ହିନ୍ଦୁ ଯୁବକ ଯୁବତୀ ଯୋଗଦେଇ ବନ୍ଦକୁ ସଫଳ କରିଥିଲେ। ସେହିଭଳି ଜିଲାର ବିଭିନ୍ନ ବ୍ଲକରେ ମଧ୍ୟ ବନ୍ଦ ସଫଳ ହୋଇଥିବା ଜଣାପଡ଼ିଛି। ମୁନିଗୁଡ଼ାରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି। ବଜରଙ୍ଗ ଦଳର ଶ୍ୱେତ ଦାସ, ସୁନ୍ଦର ଗୌଡ଼, ସୁବାସ ଗୌଡ଼, ମିଟୁ ବେହେରା, ବୁଡୁ ଶବର,ସୁଦୀପ ପଟ୍ଟନାୟକ,ବେଣୁଧର ସାହୁ,ଉମାଶଙ୍କର ସାହୁ,ବୀରଭଦ୍ର ଆଚାରି ପ୍ରମୁଖଙ୍କ ପରିଚାଳନାରେ ମୁନିଗୁଡ଼ାର ସମସ୍ତ ହିନ୍ଦୁ ସଙ୍ଗଠନ,ହିନ୍ଦୁତ୍ୱବାଦୀ ଜନସାଧାରଣ,ସାଧାରଣ ଜନତା,ବ୍ୟବସାୟୀ,ସାମାଜିକ ଅନୁଷ୍ଠାନ ଏହି ବନ୍ଦରେ ସାମିଲ ହୋଇ ହିନ୍ଦୁମାନଙ୍କୁ ହୋଇଥିବା ଆକ୍ରମଣ ଓ ପ୍ରଶାସନିକ ବିଫଳତାର ପ୍ରତିବାଦ ଜଣାଇଥିଲେ। ଚନ୍ଦ୍ରପୁର ବ୍ଲକର ଡାଙ୍ଗଷୋରଡାଠାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସରକାରୀ ବେସରକାରୀ ବସ୍‌ ଚଳଚଳ ବନ୍ଦ ରହିଥିଲା। ସ୍ଥାନୀୟ ପୋଲିସ ଏଏସ୍‌ଆଇ ଧନେଶ୍ୱର ମାଝିଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସେହିପରି ବିଷମକଟକରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ପଡିଥିଲା। ଏଠାରେ ଏମଜିଏନଆର୍‌ଇଜିଏସ୍‌ ଓ ଗ୍ରାମୀଣ ଗୃହ ଯୋଜନାର ଜନଶୁଣାଣି ହେବାକୁ ଥିବା ବେଳେ ବନ୍ଦ ଯୋଗୁ ତାହା ବାତିଲ ହୋଇଥିଲା। ମେଡିକାଲ ଓ ଆମ୍ବୁଲାନ୍ସ ଓ ଜରୁରୀ କାଳୀନ ସେବାକୁ ଛାଡି ଦେଲେ ଆଉ ସବୁ ବନ୍ଦ ହୋଇଥିଲା। ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ମଣ୍ଡଳ ସଭାପତି ସୁଦର୍ଶନ କୁସଲିଆ ଏବଂ ବଜରଙ୍ଗ ଦଳ ସଭାପତି ସୁଭ୍ରାଂଶୁ ମହାପାତ୍ର, ଗୌତମ ଉଲ୍କାକା ପ୍ରମୁଖ ବନ୍ଦକୁ ସଫଳ କରାଇଥିଲେ। ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟପାଳଙ୍କୁ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗୁଣୁପୁର ସହରର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ମଧ୍ୟ ପ୍ରଭାବିତ ହୋଇଥିଲା l ଏପରିକି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ମଧ୍ୟ ବାଦ ପଡି ନ ଥିଲା । ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ସାହୁ, ୱାଇ ଗଣପତି ରାଓ , ଶ୍ରୀନିବାସ ସ୍ବାଇଁ , ସତ୍ୟ କର ଅମର ସାହୁ ବିଶ୍ୱ ହିନ୍ଦୁ ପରିଷଦର ପ୍ରଭାତ ମହାପାତ୍ର, ଗୋପାଳ ଦେବ ପାତ୍ର , ବିରଞ୍ଚି ପାଣିଗ୍ରାହୀ , ନୁନୁ ପାଢ଼ୀ ଦିପୁ ପଣ୍ଡା , ନନ୍ଦୀ କେଶ୍ୱର ଚୌଧୁରୀ, ବି. ଗଜପତି ରାଓ, ଟିଙ୍କୁ ପଣ୍ଡା ପ୍ରମୁଖ ବନ୍ଦ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri