Posted inଖେଳ

ଅନ୍ତିମ ବଲରେ ଛକା ମାରି ବରୋଦାକୁ ସେମିଫାଇନାଲ ଟିକେଟ୍‌ ଦେଲେ ସୋଲାଙ୍କି

ଅହମ୍ମଦାବାଦ,୨୭ା୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ହରିୟାଣାକୁ ୮ ଉଇକେଟରେ ହରାଇ ଦେଇଛି ବରୋଦା। ଏହି ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ମାତ୍ର ୧୪୯ ରନ୍‌ର ଟାର୍ଗେଟ ପିଛା କରୁଥିଲା ବରୋଦା। ମାତ୍ର ବ୍ୟାଟ୍ସମ୍ୟାନମାନଙ୍କ ଧିମା ବ୍ୟାଟିଂ ଯୋଗୁ ମ୍ୟାଚ୍‌ ଜିତିବା କଷ୍ଟକର ହୋଇପଡ଼ିଥିଲା। ଏପରି କି ଅନ୍ତିମ ୩ ବଲରେ ବରୋଦାକୁ ଦରାକର ଥାଏ ୧୫ ରନ୍‌। ୨୦ତମ ଓଭରର ଚତୁର୍ଥ ବଲକୁ ଛକା ଲଗାଇ ଦଳର ବିଜୟ ଆଶା ଭାଙ୍ଗିବାକୁ ଦେଇ ନ ଥିଲେ ବିଷ୍ଣୁ ସୋଲାଙ୍କି। ପଞ୍ଚମ ବଲକୁ ଚୌକା ମାରିବା ପରେ ଅନ୍ତିମ ବଲରେ ଦଳକୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଆବଶ୍ୟକ ଥାଏ ୫ ରନ୍‌। ହେଲେ ଲଙ୍ଗ୍‌ ଅନ ଅଞ୍ଚଳକୁ ଛକା ମାରି ଦଳକୁ ଦେଇଥିଲେ ବିଜୟ ଭେଟି। ମ୍ୟାଚ୍‌ରେ ବିଜୟୀ ଦଳ ପାଇଁ ହିରୋ ସାଜି ଥିବା ସୋଲାଙ୍କି ୪୬ ବଲରେ ଖେଳିଥିଲେ ୭୧ ରନ୍‌ର ବିସ୍ଫୋରକ ପାଳି। ଏଥିରେ ସାମିଲ ଥିଲା ୫ ଛକା ଓ ୪ ଚୌକା। ପ୍ରଥମେ ବ୍ୟାଟିଂ କରିଥିବା ମୋହିତ ଶର୍ମାଙ୍କ ନେତୃତ୍ୱାଧୀନ ହରିୟାଣା ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ କ୍ଷତିରେ ୧୪୮ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ…

ଆଶୁତୋଷ ରାଙ୍କାଙ୍କୁ ଘଉଡ଼ାଇଲେ ଗ୍ରାମବାସୀ: CJP କର୍ମୀ – ଲୋକଙ୍କ ମଧ୍ୟରେ ତୁମୁଳ ବିବାଦ

ନୂଆଦିଲ୍ଲୀ, ୨୧।୮: ଜୟପୁରରେ କଥିତ ଭାବେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରବକ୍ତା ଆଶୁତୋଷ ରାଙ୍କାଙ୍କୁ ଗ୍ରାମବାସୀ ଘଉଡ଼ାଇ ଦେଇଥିବା ଦାବି କରାଯାଇଛି। CJP କର୍ମୀ ଓ…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ପୁଣି ଆଜିଠୁ ଜୋର୍‌ଦାର ଆନ୍ଦୋଳନ: ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି ଶତାଧିକ ଲୋକ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୧।୮: ଦିଲ୍ଲୀରେ ପେପର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଏବେ ‘ସଂରକ୍ଷଣ ହଟାଅ ଆନ୍ଦୋଳନ’ ଜୋର ଧରିଛି। ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

ଭୁତକୋଠି ସାଜିଛି କଲ୍ୟାଣ ମଣ୍ଡପ: ୧୦ ବର୍ଷ ହେଲା ହୋଇପଡିଛି ଅକାମୀ

କେସିଙ୍ଗା,୨୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ମିଟରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଗୋଦାମ ଗୃହ ଗତ ୨୦୧୬-୧୭…

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri