ଜରାଜୀର୍ଣ୍ଣ ଅବସ୍ଥାରେ ବିଶିବିଲି ପାଟନାଳୀ

ଡେରାବିଶ,୨୩ା୫ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକର ବିଶିବିଲି ପାଟନାଳୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସମେତ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତବାସୀ ସେମାନଙ୍କର ଚାଷ ପାଇଁ ଏହା ଉପରେ ନିର୍ଭରଶୀଳ। କେନ୍ଦ୍ରାପଡ଼ା ଡ୍ରେନେଜ କଟ୍‌ ବିଭାଗ ଅଧୀନରେ ଥିବା ବିଶିବିଲି ପାଟରେ ଥିବା ପାଟନାଳୀଟି ଦୀର୍ଘବର୍ଷ ହେବ ପୁନରୁଦ୍ଧାର ନ ହେବାରୁ ୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଫଳରେ ୧୦ଟି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଖରିଫ୍‌ ଓ ରବି ଚାଷ ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି। ଦିନଥିଲା ଏହି ପାଟନାଳୀରେ ଆସୁଥିବା ପାଣିରେ ଚାଷ କରି ଗ୍ରାମର ଚାଷୀ ଆନନ୍ଦରେ ଦିନ କାଟୁଥିଲେ। ଦୀର୍ଘବର୍ଷ ହେବ ଏହି ପାଟନାଳୀଟି ପୋତି ହୋଇଯିବା ଫଳରେ ଜଳ ନିଷ୍କାସନ ନ ହେବା ଯୋଗୁ ଚାଷଜମିରେ ପାଣି ଜମି ରହି ଫସଲ ବାରମ୍ବାର ନଷ୍ଟ ହେଉଥିବା ବାରିମୂଳ ପଞ୍ଚାୟତ ଦୋହରା ଗ୍ରାମର ଗୋବିନ୍ଦ ମଲିକ କହିଛନ୍ତି।
୩୦ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପାଟନାଳୀଟି ଡେରାବିଶ ବ୍ଲକ ମଙ୍ଗଳପୁର ପଞ୍ଚାୟତସ୍ଥିତ ଗୋବରୀ ନଦୀରୁ ବାହାରି ବ୍ଲକ ଅଧୀନ ବାରିମୂଳ ସମେତ ବିଭିନ୍ନ ପଞ୍ଚାୟତ ଅଞ୍ଚଳ ବାଟଦେଇ କେନ୍ଦ୍ରାପଡ଼ା ବ୍ଲକ ଜଝାଙ୍ଗଠାରେ ଗୋବରି ନଦୀରେ ମିଶିଛି। ପାଟନାଳୀଟି ତା’ର ଅସ୍ତିତ୍ୱ ହରାଇଥିବା ବେଳେ ସମ୍ପୂର୍ଣ୍ଣ ଶୁଖି ଖେଳପଡ଼ିଆର ଭ୍ରମ ସୃଷ୍ଟି କରିଛି। ଫଳରେ ଏହି ପାଟନାଳୀରୁ ଜଳସେଚନ ସୁବିଧାରୁ ଚାଷୀମାନେ ଚାଷକାର୍ଯ୍ୟରୁ ବଞ୍ଚତ୍ତ ହେଉଥିବା ଗଣିଆମୁହଁ ଗ୍ରାମର ଚାଷୀ ଗଙ୍ଗାଧର ପୃଷ୍ଟି କହିଛନ୍ତି। ଏ ସମ୍ପର୍କରେ ବାରିମୂଳର ପୂର୍ବତନ ସରପଞ୍ଚ ଶୁଦ୍ଧଦେବ ବେହେରା କହିଛନ୍ତି, ଦୀର୍ଘବର୍ଷ ହେବ ପାଟନାଳୀଟି ସଫା ନ ହେବାରୁ ଏକର ଏକର ଚାଷଜମି ଚାଷ ନ ହୋଇ ପଡ଼ିଆ ପଡ଼ିବା ଫଳରେ ସମ୍ପୃକ୍ତ ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ପାଟନାଳୀରୁ ଜଳସେଚିତ ହୋଇ ମକା, କୋବି ସମେତ ପନିପରିବା ଫସଲ କରି ଅଞ୍ଚଳର ଚାଷୀମାନେ ବହୁ ଲାଭବାନ ହେଉଥିଲେ। ମାତ୍ର ବିଭାଗୀୟ ଅପାରଗତା ପାଇଁ ଶହଶହ ସଂଖ୍ୟାରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏ ସମ୍ପର୍କରେ ୧୩ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ତଥା ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀଙ୍କୁ ପଚାରିବାରେ ଜିଲା ପରିଷଦ ବୈଠକରେ ଆଲୋଚନା କରାଯାଇ ତୁରନ୍ତ ଏହି ପାଟନାଳୀର ପୁନରୁଦ୍ଧାର ପାଇଁ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ଅଞ୍ଚଳର ଚାଷୀଙ୍କ ସମସ୍ୟା କିପରି ତୁରନ୍ତ ଦୂର ହେବ ସେ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ସମ୍ପୃକ୍ତ ପଞ୍ଚାୟତର ଶତାଧିକ ଚାଷୀ ଡ୍ରେନେଜ କଟ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଜିଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଆସନ୍ତା ଖରିଫ ଧାନଚାଷ ପାଇଁ ସମୟ ନିକଟତର ହେଉଥିବା ବେଳେ ଚାଷୀମାନେ ଏବେଠୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଡ୍ରେନେଜ କଟ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରେ ବିଶିବିଲି ପାଟନାଳୀର ପୁନରୁଦ୍ଧାର ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଏଷ୍ଟିମେଟ୍‌ ପଠାଯାଇଛି। ଖୁବଶୀଘ୍ର ଏ ନେଇ ଅର୍ଥ ମଞ୍ଜୁର ହେବା ସହ ଆସନ୍ତା ଜୁନ୍‌ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri