ବିପଦରେ ବିରୂପା ନଦୀବନ୍ଧ

ଚଣ୍ଡିଖୋଲ,୧୩ା୩(ଡି.ଏନ୍‌.ଏ.):ବନ୍ୟା ଦାଉରୁ ରକ୍ଷା ପାଇଁ ନଦୀବନ୍ଧ ନିର୍ମାଣ କରାଯାଇଥାଏ। ଏହି ନଦୀବନ୍ଧର ସୁରକ୍ଷା ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ହିଁ ରହିଥାଏ। ମାତ୍ର ବିରୂପା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ପ୍ରତି ବିପଦ ଦେଖାଦେଇଛି। ଏବେ ଉକ୍ତ ନଦୀବନ୍ଧର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ଯାଇଥିବା ଉକ୍ତ ନଦୀବନ୍ଧର ରାସ୍ତା ନିର୍ମାଣ ପାଇଁ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା ପରେ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ଆଳରେ ନଦୀବନ୍ଧର ସୁରକ୍ଷା ପାଇଁ ଯେଉଁ ପଥର ପ୍ୟାକିଂ କରାଯାଇଥିଲା ତାହାକୁ ଠିକାସଂସ୍ଥା କାଢ଼ିଦେଇଛି। ତେଣୁ ବନ୍ୟା ଆସିଲେ ସେଠାରେ ପଡ଼ିଥିବା ନୂଆମାଟି ବନ୍ୟାଜଳ ରୋକିବାରେ ସହାୟକ ହୋଇପାରିବ ନାହିଁ। ପୂର୍ବରୁ ଏହି ନଦୀବନ୍ଧର କଳାଶ୍ରୀଠାରେ ୪ଥର ଘାଇ ସୃଷ୍ଟି ହୋଇଛି। ପତରାଜପୁରଠାରେ ଥରେ ଘାଇ ସୃଷ୍ଟି ହୋଇଛି। ସେଥିପାଇଁ ଘାଇ ବନ୍ଧାଇବା ସମୟରେ ଜଳସମ୍ପଦ ବିଭାଗ ତରଫରୁ ଏହାକୁ ପଥର ପ୍ୟାକିଂ କରାଯାଇଥିଲା। ପୂର୍ତ୍ତ ବିଭାଗର କାମ ନେଇଥିବା ଠିକାସଂସ୍ଥା ଏହି ପଥରଗୁଡ଼ିକ କାଢ଼ି ଦେଇଥିବା ବେଳେ ପୁନର୍ବାର ଘାଇ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନାଥାଉ କି, କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ରହିଥିବା ଏହି ନଦୀବନ୍ଧକୁ ୨୦୧୯ ଡିସେମ୍ବର ୨୩ରେ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନକୁ ରାସ୍ତା ନିର୍ମାଣ ନିମନ୍ତେ ହସ୍ତାନ୍ତର କରାଯାଇଥିଲା। ପୂର୍ତ୍ତ ବିଭାଗ ତରଫରୁ ୨୨କୋଟି ଟଙ୍କା ବ୍ୟୟରେ ରାସ୍ତା କାର୍ଯ୍ୟ ଜାରି ରହିଛି। ୧୦ କିଲୋମିଟର ୨ଶହ ମିଟର ଲମ୍ବ ସମ୍ପୃକ୍ତ ନଦୀବନ୍ଧର କଳାଶ୍ରୀଠାରେ ପୂର୍ବରୁ ୪ଥର ଘାଇ ହୋଇଛି। ୧୯୫୫, ୧୯୭୨, ୧୯୮୨ ଓ ୨୦୦୧ରେ ଏଠାରେ ଘାଇ ସୃଷ୍ଟି ହୋଇ ୫ ପଞ୍ଚାୟତ ପାଇଁ ବିପଦ ସୃଷ୍ଟି କରିଥିଲା। ସେହିଭଳି ଏହି ବନ୍ଧର ପତରାଜପୁରଠାରେ ୨୦୦୧ରେ ଘାଇ ସୃଷ୍ଟି ହୋଇଥିଲା। ଏଠାରେ ଘାଇ ସୃଷ୍ଟିହେଲେ କେନ୍ଦ୍ରାପଡ଼ା ଜିଲା ପାଇଁ ବିପଦ। ଯେତେବେଳେ ବଡ଼ ବନ୍ୟା ହୋଇଛି ସେତେବେଳେ ଏଠାରେ ଘାଇ ହୋଇଛି। ପୂର୍ତ୍ତ ବିଭାଗ ତରଫରୁ ଟେଣ୍ଡର ସମୟରେ ଏହି ଘାଇ ସ୍ଥାନରେ ପଥର ପ୍ୟାକିଂ କରିବାକୁ ନିର୍ଦ୍ଦେଶନାମା ରହିଥିବାବେଳେ ଠିକାସଂସ୍ଥା ଏହାକୁ ନ ମାନି ସମ୍ପୃକ୍ତ ଚିହ୍ନଟ ଘାଇ ସ୍ଥାନରୁ ପଥରଗୁଡ଼ିକୁ ଅନ୍ୟତ୍ର ନେଇ ଯାଉଛି, ଯାହାଦ୍ୱାରା ବିପଦ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଯଦି ସେଠାରେ ପଥର ପ୍ୟାକିଂ ପୂର୍ବରୁ ଥିବ ତେବେ ନିଶ୍ଚିତ କରାଯିବ। ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କୁ ପଚାରିବାରେ ସେ କୁହନ୍ତି, ଯଦି ପୂର୍ତ୍ତ ବିଭାଗ ସେଠାରୁ ପଥର କାଢ଼ି ଦେଇଥାଏ ଆମେ ତାକୁ ପୁଣି ତୁରନ୍ତ ପଥର ପ୍ୟାକିଂ ପାଇଁ ନିର୍ଦ୍ଦେଶ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri