ସମସ୍ତ ତହସିଲରେ ଭର୍ଚୁଆଲ କୋର୍ଟ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଗତ ୪ ବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୨୦୧୯ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବସୁନ୍ଧରା ଯୋଜନାରେ ପ୍ରଦାନ କରାଯାଉଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ନାମରେ ରେକର୍ଡ କରାଯାଉଛି। ୩୨,୩୯୬ ପରିବାର ବସୁନ୍ଧରା ଯୋଜନାରେ ସାମିଲ ହୋଇଛନ୍ତି। ସେହିପରି ମହିଳାମାନଙ୍କୁ ଷ୍ଟାମ୍ପଦେୟ ଉପରେ ୧ ପ୍ରତିଶତ ରିହାତି ଦିଆଯାଇଛି। ଏଥିସହିତ ୫-ଟି ରୂପାନ୍ତରଣ କାର୍ଯ୍ୟଗୁଡ଼ିକ ମଧ୍ୟରୁ ବିଭାଗର ୩୪ ସେବା ଅନ୍‌ଲାଇନ ମାଧ୍ୟମରେ ଉପଲବ୍ଧ ହେଉଛି। ନାଗରିକମାନେ ଅନ୍‌ଲାଇନରେ ପୁରୁଣା ପଞ୍ଜୀକୃତ ଦଲିଲର ଦାଖଲ ଖାରଜ, ଚାଷଜମି କିସମର ଘରବାଡ଼ିକୁ ପରିବର୍ତ୍ତନ ଏବଂ ଆପୋସ ବୁଝାମଣାରେ ଜମି ବିଭାଜନ ମାମଲା ପାଇଁ ଆବେଦନ କରିପାରୁଛନ୍ତି। ୨୦୧୯ରୁ ପ୍ରାୟ ୩,୯୦,୦୦୦ ପଟ୍ଟା ୭ଦିନ ମଧ୍ୟରେ ଓ ୫୫,୦୦୦ ପଟ୍ଟା ଗୋଟିଏ ଦିନରେ ସଂଶୋଧନ କରାଯାଇ ସ୍ପିଡ୍‌ ପୋଷ୍ଟ କିମ୍ବା ରାଜସ୍ବ ରଥ ମାଧ୍ୟମରେ ଆବେଦନକାରୀଙ୍କ ନିକଟକୁ ପଠାଯାଇଛି। ବିଭାଗ ତରଫରୁ ପ୍ରତ୍ୟେକ ମାସରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଆପୋସ ବୁଝାମଣାରେ ଜମି ବିଭାଜନ ଏବଂ ପ୍ରଜାଖାନା ସଂଶୋଧନ ନିମନ୍ତେ ୧୦୦ଟି ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ବ ବିଭାଗ ତରଫରୁ ସମସ୍ତ ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ପ୍ରାୟ ୧୧,୧୮୩ ମାମଲା ଫଇସଲା ହୋଇପାରିଛି। ୨୦୧୯ରୁ ଲୋକମାନେ ଅନ୍‌ଲାଇନରେ ଜମି ଖଜଣା, ସେସ୍‌ ଏବଂ ଜଳକର ଦେଇ ପାରୁଛନ୍ତି। ବସୁନ୍ଧରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବାର୍ଷିକ ଆୟର ମାନଦଣ୍ଡକୁ ୬୦,୦୦୦ ଟଙ୍କାରୁ ୧,୦୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୯୦୨ ପଡା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ପରିବେଶର ସୁରକ୍ଷା ନିମନ୍ତେ ରାଜସ୍ବ ବିଭାଗ ପ୍ରାୟ ୩୫,୦୦୦ ଏକର ଜମି କ୍ଷତିପୂରକ ବନୀକରଣ ପାଇଁ ସଂରକ୍ଷିତ ରଖିଛି ବୋଲିି ମନ୍ତ୍ରୀ କହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଗତ ୪ ବର୍ଷ ମଧ୍ୟରେ ନୂତନ ଭାବେ ୩୧୭ ଓଏଏସ୍‌ ଏବଂ ୧୧୦ ଓଆରଏସ୍‌, ୧୧୦୩ ଆରଆଇ, ୮୮୫ ଏଆରଆଇ ଏବଂ ୫୩୮ ଅମିନ ପଦବୀ ସୃଷ୍ଟି କରାଯାଇଛି। ଏହି ଅବଧି ମଧ୍ୟରେ ୯୯୯୧୨ ଓଏଏସ୍‌, ୬୪୫ ଓଆରଏସ୍‌, ୯୨୦ ଜେଆରଏସ୍‌, ୫୮୬ ଆର୍‌ଆଇ, ୫୭୬ ଏଆରଆଇ ଏବଂ ୫୩୮ ଅମିନଙ୍କୁ ନିଯୁକ୍ତି ଦିଆଯାଇଛି। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠିତ ହୋଇଛି। ଏହି ଟାସ୍କଫୋର୍ସ ବିଭିନ୍ନ ସମସ୍ୟାର ବିଶ୍ଳେଷଣ କରି ପର୍ଯ୍ୟାୟ କ୍ରମେ ପ୍ରସ୍ତାବମାନ ଦେଇଛି। ଚକବନ୍ଦୀ ଅଧିନିୟମ, ୧୯୭୨ ଧାରା ୩୪କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଆଇନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଗ୍ରାମକଣ୍ଠ ପରମ୍ବୋକ, ନଜୁଲ, ଆବାଦୀ, ଖାସମାହାଲ ଜମିର ବନ୍ଦୋବସ୍ତ ପାଇଁ ଉଦ୍ଦିଷ୍ଟ ସଲାମିକୁ ୨୦ରୁ ୦୨ ପ୍ରତିଶତକୁ କମାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri