Posted inଖେଳ

ରୋନାଲ୍ଡୋଙ୍କୁ ଆଶ୍ୱାସନା ଦେଲେ କୋହଲି

ନୂଆଦିଲ୍ଲୀ,୧୨।୧୨: ରୋନାଲ୍ଡୋଙ୍କ ଦଳ ପର୍ତ୍ତୁଗାଲ ଫିଫା ବିଶ୍ୱକପ ୨୦୨୨ ବାଦ୍‌ ପଡିଛି। ଏହା ସହିତ ରୋନାଲ୍ଡୋଙ୍କର ବିଶ୍ୱ ଚାମ୍ପିୟନ ହେବାର ସ୍ବପ୍ନ ପୁଣି ଥରେ ଭାଙ୍ଗି ଯାଇଛି। ପର୍ତ୍ତୁଗାଲ ପାଇଁ ପାଞ୍ଚଟି ବିଶ୍ୱକପ ଜିତିଥିବା ରୋନାଲ୍ଡୋ ଏପର୍ଯ୍ୟନ୍ତ ଦେଶ ପାଇଁ ଫିଫା ବିଶ୍ୱକପ ଟ୍ରଫି ଜିତି ନାହାଁନ୍ତି ଏବଂ ବର୍ତ୍ତମାନ ତାଙ୍କର ସ୍ବପ୍ନ ଅଧୁରା ରହିଯାଇଛି। ୩୭ ବର୍ଷୀୟ ରୋନାଲ୍ଡୋଙ୍କ ପାଇଁ ବର୍ତ୍ତମାନ ପରବର୍ତ୍ତୀ ବିଶ୍ୱକପ ଖେଳିବା ଅତ୍ୟନ୍ତ କଷ୍ଟକର ହେବ। ପର୍ତ୍ତୁଗାଲ ବିଶ୍ୱକପରୁ ବାଦ୍‌ ପଡିବା ପରେ ରୋନାଲ୍ଡୋ ଏକ ପୋଷ୍ଟ କରି କହିଛନ୍ତି, ସେ ଦେଶ ପାଇଁ ସର୍ବଦା ସଂଗ୍ରାମ କରିଛନ୍ତି ଏବଂ ଭବିଷ୍ୟତରେ ତାଙ୍କର ମନୋଭାବ ମଧ୍ୟ ସମାନ ରହିବ। ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ତାଙ୍କୁ ଆଶ୍ୱାସନା ଦେଇ ଲେଖିଛନ୍ତି, ରୋନାଲ୍ଡୋ ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ପ୍ରେରଣା ଏବଂ କୌଣସି ଟ୍ରଫି ଖେଳ ପ୍ରତି ତାଙ୍କର ଅବଦାନକୁ ହ୍ରାସ କରିପାରିବ ନାହିଁ। ସେ ଇଶ୍ବରଙ୍କ ଏକ ଉପହାର। ଜଣେ ବ୍ୟକ୍ତି ଯିଏ ସର୍ବଦା କଠିନ ପରିଶ୍ରମ କରି ନିଜକୁ ଦେଶ ପାଇଁ ଉତ୍ସର୍ଗୀକୃତ କରେ, ସେ ଭଗବାନଙ୍କ ଆଶୀର୍ବାଦ ଅଟେ। ତୁମେ ମୋ ପାଇଁ ସବୁବେଳେ ସର୍ବଶ୍ରେଷ୍ଠ।
ଫିଫା ବିଶ୍ୱକପ ୨୦୨୨ର କ୍ୱାର୍ଟର ଫାଇନାଲ ମ୍ୟାଚରେ ପର୍ତ୍ତୁଗାଲକୁ ମୋରୋକୋ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛନ୍ତି। ଏହା ସହ ଦଳ ବିଶ୍ୱକପରୁ ବାଦ ପଡିଥିଲା। ପର୍ତ୍ତୁଗାଲର ବିଶ୍ୱକପରୁ ବାଦ୍‌ ପଡିବା ପରେ ରୋନାଲ୍ଡୋ କାନ୍ଦି କାନ୍ଦି ପଡିଆକୁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri