Posted inଖେଳ

ରୋନାଲ୍ଡୋଙ୍କୁ ଆଶ୍ୱାସନା ଦେଲେ କୋହଲି

ନୂଆଦିଲ୍ଲୀ,୧୨।୧୨: ରୋନାଲ୍ଡୋଙ୍କ ଦଳ ପର୍ତ୍ତୁଗାଲ ଫିଫା ବିଶ୍ୱକପ ୨୦୨୨ ବାଦ୍‌ ପଡିଛି। ଏହା ସହିତ ରୋନାଲ୍ଡୋଙ୍କର ବିଶ୍ୱ ଚାମ୍ପିୟନ ହେବାର ସ୍ବପ୍ନ ପୁଣି ଥରେ ଭାଙ୍ଗି ଯାଇଛି। ପର୍ତ୍ତୁଗାଲ ପାଇଁ ପାଞ୍ଚଟି ବିଶ୍ୱକପ ଜିତିଥିବା ରୋନାଲ୍ଡୋ ଏପର୍ଯ୍ୟନ୍ତ ଦେଶ ପାଇଁ ଫିଫା ବିଶ୍ୱକପ ଟ୍ରଫି ଜିତି ନାହାଁନ୍ତି ଏବଂ ବର୍ତ୍ତମାନ ତାଙ୍କର ସ୍ବପ୍ନ ଅଧୁରା ରହିଯାଇଛି। ୩୭ ବର୍ଷୀୟ ରୋନାଲ୍ଡୋଙ୍କ ପାଇଁ ବର୍ତ୍ତମାନ ପରବର୍ତ୍ତୀ ବିଶ୍ୱକପ ଖେଳିବା ଅତ୍ୟନ୍ତ କଷ୍ଟକର ହେବ। ପର୍ତ୍ତୁଗାଲ ବିଶ୍ୱକପରୁ ବାଦ୍‌ ପଡିବା ପରେ ରୋନାଲ୍ଡୋ ଏକ ପୋଷ୍ଟ କରି କହିଛନ୍ତି, ସେ ଦେଶ ପାଇଁ ସର୍ବଦା ସଂଗ୍ରାମ କରିଛନ୍ତି ଏବଂ ଭବିଷ୍ୟତରେ ତାଙ୍କର ମନୋଭାବ ମଧ୍ୟ ସମାନ ରହିବ। ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ତାଙ୍କୁ ଆଶ୍ୱାସନା ଦେଇ ଲେଖିଛନ୍ତି, ରୋନାଲ୍ଡୋ ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ପ୍ରେରଣା ଏବଂ କୌଣସି ଟ୍ରଫି ଖେଳ ପ୍ରତି ତାଙ୍କର ଅବଦାନକୁ ହ୍ରାସ କରିପାରିବ ନାହିଁ। ସେ ଇଶ୍ବରଙ୍କ ଏକ ଉପହାର। ଜଣେ ବ୍ୟକ୍ତି ଯିଏ ସର୍ବଦା କଠିନ ପରିଶ୍ରମ କରି ନିଜକୁ ଦେଶ ପାଇଁ ଉତ୍ସର୍ଗୀକୃତ କରେ, ସେ ଭଗବାନଙ୍କ ଆଶୀର୍ବାଦ ଅଟେ। ତୁମେ ମୋ ପାଇଁ ସବୁବେଳେ ସର୍ବଶ୍ରେଷ୍ଠ।
ଫିଫା ବିଶ୍ୱକପ ୨୦୨୨ର କ୍ୱାର୍ଟର ଫାଇନାଲ ମ୍ୟାଚରେ ପର୍ତ୍ତୁଗାଲକୁ ମୋରୋକୋ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛନ୍ତି। ଏହା ସହ ଦଳ ବିଶ୍ୱକପରୁ ବାଦ ପଡିଥିଲା। ପର୍ତ୍ତୁଗାଲର ବିଶ୍ୱକପରୁ ବାଦ୍‌ ପଡିବା ପରେ ରୋନାଲ୍ଡୋ କାନ୍ଦି କାନ୍ଦି ପଡିଆକୁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri