ଶୀତଦିନିଆ ସ୍ବାସ୍ଥ୍ୟ ସମସ୍ୟା

ସମଗ୍ର ବିଶ୍ୱରେ ରହିଥିବା ଦେଶଗୁଡ଼ିକରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗର ପ୍ରାଦୁର୍ଭାବ ପ୍ରତୀୟମାନ ହୋଇଥାଏ। ଆମ ଭାରତରେ ମଧ୍ୟ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ।
ଶୀତଦିନେ ସାଧାରଣତଃ, ଛୋଟ ପିଲା, ବୃଦ୍ଧବୃଦ୍ଧାମାନଙ୍କୁ ଥଣ୍ଡାଜନିତ ରୋଗର ପ୍ରକୋପ ଅଧିକ ଥାଏ। ଏହାଫଳରେ ନାକ ଓ ପାଟିରୁ ତରଳ କଫ ନିର୍ଗତ ହେବା ସହ ଛିଙ୍କ, ସାମାନ୍ୟ ଜ୍ୱର, ମୁଣ୍ଡ ବ୍ୟଥା, ଶରୀରର ଖଞ୍ଜାଗୁଡ଼ିକ ସହ ସର୍ବାଙ୍ଗ ଶରୀର ଯନ୍ତ୍ରଣା ସହ ଦୁର୍ବଳ ଅନୁଭବ ହୋଇଥାଏ। ଏହି ଋତୁରେ ଅଧିକାଂଶ ଲୋକଙ୍କ ଶରୀରରେ ଚର୍ମ ରୋଗ, ଓଠ ଓ ଗୋଡ଼ ଫଟା ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ପ୍ରକୃତିର ଜଳବାୟୁ ପରିବର୍ତ୍ତନ ହେତୁ ହୋଇଥାଏ। ଏହି ରୋଗଗୁଡ଼ିକୁ ଆମେ ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖଥିବା ଔଷଧକୁ ବ୍ୟବହାର କରି ଉପଚାର କରିପାରିବା।
ଆମ ଚାରିପାଖରେ ଥିବା ଜଳବାୟୁରେ ବିଭିନ୍ନ ପ୍ରକାର ଭୂତାଣୁ (Virus) ଭାସମାନ ଅବସ୍ଥାରେ ରହିଥାନ୍ତି, ଯାହାକି ଆମର ନିଃଶ୍ୱାସ ପ୍ରଶ୍ୱାସରେ ଶରୀର ଭିତରକୁ ଅବାଧରେ ପ୍ରବେଶ କରିଥାନ୍ତି। ପରବର୍ତ୍ତୀ ଅବସ୍ଥାରେ ଏଥିଯୋଗୁ ଶରୀରରେ ସଂକ୍ରମଣଜନିତ ବିଭିନ୍ନ ରୋଗ ଦେଖା ଦେଇଥାଏ। ଯେ କୌଣସି ଭୂତାଣୁ ଶରୀରରେ ପ୍ରବେଶ କରିବା ପରେ ତା’ର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଥାଏ। ଯେଉଁମାନଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି (immunity power) ସୁଦୃଢ଼ ରହିଥାଏ, ସେମାନଙ୍କ ଶରୀରରେ ବାହ୍ୟ ପଟୁ ପ୍ରବେଶ କରିଥିବା ଭୂତାଣୁର ପ୍ରଭାବ ହ୍ରାସ ପାଏ ଏବଂ କେତେକ ରୋଗର ଲକ୍ଷଣ ପ୍ରକାଶ ପାଇନଥାଏ। ହେଲେ ଯେଉଁ ବ୍ୟକ୍ତିର ଶରୀରରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ରହିଥାଏ ସେ ବ୍ୟକ୍ତି ଭୂତାଣୁ ସଂକ୍ରମଣର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି। ନିକଟ ଅତୀତରେ କରୋନା ଭୂତାଣୁ ବା କୋଭିଡ -୧୯ ଭୂତାଣୁ ସଂକ୍ରମଣଜନିତ ରୋଗର ସଂକ୍ରମଣରେ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନି ଘଟିଛି। ତେଣୁ ଏସବୁ ବିଷୟକୁ ତର୍ଜମା କଲେ ସ୍ପଷ୍ଟ ଅନୁମେୟ ଯେ, ଆମେ ସର୍ବଦା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରି ରଖିବା ଉଚିତ। ଏହାଦ୍ୱାରା ସମସ୍ତ ଭୂତାଣୁଜନିତ ରୋଗକୁ ଆମେ ସହଜରେ ପ୍ରତିରୋଧ କରିପାରିବା ସହ ଦୀର୍ଘାୟୁ ହୋଇ ବଞ୍ଚି ରହି ପାରିବା।
ଶୀତ ଋତୁରେ ସାଧାରଣତଃ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟାଇବା ଅତି ସରଳ ଓ ସହଜ ଉପାୟ ରହିଛି,। ଶୀତଦିନେ ବନ୍ଧା କୋବି, ଗଣ୍ଠି କୋବି, ଫୁଲକୋବି, ବିଟ, ଗାଜର, କଲରା, ଅମୃତଭଣ୍ଡା, କଞ୍ଚାକଦଳୀ, ପାଳଙ୍ଗ ଶାଗ, କୋଶିଳା ଶାଗ ଆଦି ଅତି ଶସ୍ତା ଓ ସୁଲଭ ଦରରେ ମିଳିଥାଏ। ଏସବୁ ପନିପରିବା ଖାଇଲେ ତାହା ଆମ ଶରରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅନେକାଂଶରେ ସହାୟକ ହୋଇଥାଏ।
ସତର୍କତା
-ଶୀତର ପ୍ରକୋପ ସମୟରେ ରୋଗୀ ବ୍ୟକ୍ତି, ଶିଶୁ, ବୃଦ୍ଧ, ବୃଦ୍ଧା, ଉଚ୍ଚ ରକ୍ତ ଚାପ, ମଧୁମେହ ରୋଗୀ ବିଶେଷ ଧ୍ୟାନ ଦେବା ଉଚିତ।
-ବାଇକ କିମ୍ବା ସାଇକେଲରେ ଯାତାୟାତ ବେଳେ ଶୀତ ବସ୍ତ୍ର ସହ ପାଦରେ ମୋଜା ଓ ଜୋତା ପିନ୍ଧିବା ଜରୁରୀ।
-ଶୀତଦିନେ ନିଅଁା ପୁଇଁବା ବେଳେ ଅଧିକ ସତର୍କ ରହିବା ଉଚିତ।
-ଶୀତଦିନେ ଗରମ ଖାଦ୍ୟ, ଉଷୁମ ପାଣି ପିଇବା ଉଚିତ। ଅତ୍ୟଧିକ ଥଣ୍ଡା ପାଣି ପିଇବା ଅନୁଚିତ।
-ଦୀର୍ଘଦିନ ଥଣ୍ଡାଜନିତ ସଂକ୍ରମିତ ବ୍ୟକ୍ତିମାନେ ଅଧିକ ସତର୍କତା ରହିବା ଉଚିତ। ଆଜମା ରୋଗୀ, ଇସୋନୋଫିଲିଆ, ସାଇନୋସାଇଟିସ, ଉଚ୍ଚ ରକ୍ତ ଚାପ, ମଧୁମେହ, ଆଦି ରୋଗରେ ସଂକ୍ରମିତ ବ୍ୟକ୍ତି ଶୀତର ପ୍ରକୋପକୁ ପ୍ରତିହତ ପାଇଁ ନିଜେ ଅଧିକ ସତର୍କତା ଅଲମ୍ବନ ଜରୁରୀ ଅଟେ।
-ଜରୁରୀ କାମ ନଥିଲେ ଥଣ୍ଡା ସମୟରେ ପଦାକୁ ବାହାରନ୍ତୁ ନାହିଁ।
-ଶୀତ ଦିନେ କୌଣସି ଭୂତାଣୁଜନିତ ରୋଗରେ ସଂକ୍ରମିତ ହେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଆୟୁର୍ବେଦୀୟ ଉପଚାର
ଶୀତଦିନେ ଶରୀରରେ ହେଉଥିବା ରୋଗକୁ ପ୍ରତିରୋଧ ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ନିତାନ୍ତ ଜରୁରୀ। ଥଣ୍ଡାଜନିତ ରୋଗରେ ସଂକ୍ରମିତ ହେଲେ, କୃଷ୍ଣ ତୁଳସୀ ପତ୍ର ରସ ଏକ ଚାମଚ, ମହୁ ଏକ ଚାମଚ, ଅଦା ରସ ଏକ ଚାମଚ ମିଶାଇ ଦିନରେ ୩ ଥର ଲେଖାଏଁ ୩ ରୁ ୫ ଦିନ ସେବନ କରନ୍ତୁ। ତା’ସହ ଉଷୁମ ଜଳ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଥଣ୍ଡାଜନିତ ରୋଗରୁ କେତେକାଂଶରେ ଉପଶମ ମିଳିଥାଏ। ଡାଲଚିନି, ଗୋଲ ମରିଚ, ତେଜପତ୍ର, ଶୁଣ୍ଠିକୁ କିଛି ସମୟ ସିଝାଇ, ଦିନରେ ୨ ରୁ ୩ ଥର,ଲେଖାଏଁ ୩ ଦିନ ଉଷୁମ ଥିବା ବେଳେ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତା’ ସହ ସମସ୍ତ ଥଣ୍ଡାଜନିତ ରୋଗ ଉପଶମ ହୋଇଥାଏ। ପିପଳୀକୁ ଅଳ୍ପ ଉଷୁମ କରିବା ପରେ ତାହାକୁ ଗୁଣ୍ଡ କରି ଦିଅନ୍ତୁ। ତାହାକୁ ମହୁ ସହ ମିଶାଇ ଚାଟି କରି ସେବନ କଲେ ଥଣ୍ଡାଜନିତ ପ୍ରକୋପ କମିଥାଏ। ଜଂଘି ହରିଡ଼ାକୁ ଅଳ୍ପ ଭାଜି ଉଷୁମୁ ଥିବା ବେଳେ ଗୁଣ୍ଡ କରି ମହୁ ସହ ମିଶାଇ ଚାଟି କରି ସେବନ କଲେ ଥଣ୍ଡାଜନିତ କାଶ, ଛିଙ୍କରୁ କେତେକାଂଶରେ ଉପଶମ ମିଳିଥାଏ। ଥଣ୍ଡାଜନିତ ରୋଗକୁ ପ୍ରତିରୋଧ କରିବା ସହ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ, ଚବନପ୍ରାଶ, ଥଣ୍ଡା କାଶରୁ ଉପସମ ପାଇଁ, ହୋନୀଟସ, କଫଲେଟ, କଫୋଲ ଆଦି କଫ ସିରଫ ଓ କଫଲ ଟାବଲେଟ, ବ୍ୟାଘ୍ରୀହରିତକୀ ଲେହ, ଆଦି ଆୟୁର୍ବେଦ ଔଷଧ, ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶ କରି ସେବନ କରନ୍ତୁ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri