ଶୀତଦିନିଆ ସ୍ବାସ୍ଥ୍ୟ ସମସ୍ୟା

ସମଗ୍ର ବିଶ୍ୱରେ ରହିଥିବା ଦେଶଗୁଡ଼ିକରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗର ପ୍ରାଦୁର୍ଭାବ ପ୍ରତୀୟମାନ ହୋଇଥାଏ। ଆମ ଭାରତରେ ମଧ୍ୟ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ।
ଶୀତଦିନେ ସାଧାରଣତଃ, ଛୋଟ ପିଲା, ବୃଦ୍ଧବୃଦ୍ଧାମାନଙ୍କୁ ଥଣ୍ଡାଜନିତ ରୋଗର ପ୍ରକୋପ ଅଧିକ ଥାଏ। ଏହାଫଳରେ ନାକ ଓ ପାଟିରୁ ତରଳ କଫ ନିର୍ଗତ ହେବା ସହ ଛିଙ୍କ, ସାମାନ୍ୟ ଜ୍ୱର, ମୁଣ୍ଡ ବ୍ୟଥା, ଶରୀରର ଖଞ୍ଜାଗୁଡ଼ିକ ସହ ସର୍ବାଙ୍ଗ ଶରୀର ଯନ୍ତ୍ରଣା ସହ ଦୁର୍ବଳ ଅନୁଭବ ହୋଇଥାଏ। ଏହି ଋତୁରେ ଅଧିକାଂଶ ଲୋକଙ୍କ ଶରୀରରେ ଚର୍ମ ରୋଗ, ଓଠ ଓ ଗୋଡ଼ ଫଟା ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ପ୍ରକୃତିର ଜଳବାୟୁ ପରିବର୍ତ୍ତନ ହେତୁ ହୋଇଥାଏ। ଏହି ରୋଗଗୁଡ଼ିକୁ ଆମେ ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖଥିବା ଔଷଧକୁ ବ୍ୟବହାର କରି ଉପଚାର କରିପାରିବା।
ଆମ ଚାରିପାଖରେ ଥିବା ଜଳବାୟୁରେ ବିଭିନ୍ନ ପ୍ରକାର ଭୂତାଣୁ (Virus) ଭାସମାନ ଅବସ୍ଥାରେ ରହିଥାନ୍ତି, ଯାହାକି ଆମର ନିଃଶ୍ୱାସ ପ୍ରଶ୍ୱାସରେ ଶରୀର ଭିତରକୁ ଅବାଧରେ ପ୍ରବେଶ କରିଥାନ୍ତି। ପରବର୍ତ୍ତୀ ଅବସ୍ଥାରେ ଏଥିଯୋଗୁ ଶରୀରରେ ସଂକ୍ରମଣଜନିତ ବିଭିନ୍ନ ରୋଗ ଦେଖା ଦେଇଥାଏ। ଯେ କୌଣସି ଭୂତାଣୁ ଶରୀରରେ ପ୍ରବେଶ କରିବା ପରେ ତା’ର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଥାଏ। ଯେଉଁମାନଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି (immunity power) ସୁଦୃଢ଼ ରହିଥାଏ, ସେମାନଙ୍କ ଶରୀରରେ ବାହ୍ୟ ପଟୁ ପ୍ରବେଶ କରିଥିବା ଭୂତାଣୁର ପ୍ରଭାବ ହ୍ରାସ ପାଏ ଏବଂ କେତେକ ରୋଗର ଲକ୍ଷଣ ପ୍ରକାଶ ପାଇନଥାଏ। ହେଲେ ଯେଉଁ ବ୍ୟକ୍ତିର ଶରୀରରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ରହିଥାଏ ସେ ବ୍ୟକ୍ତି ଭୂତାଣୁ ସଂକ୍ରମଣର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି। ନିକଟ ଅତୀତରେ କରୋନା ଭୂତାଣୁ ବା କୋଭିଡ -୧୯ ଭୂତାଣୁ ସଂକ୍ରମଣଜନିତ ରୋଗର ସଂକ୍ରମଣରେ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନି ଘଟିଛି। ତେଣୁ ଏସବୁ ବିଷୟକୁ ତର୍ଜମା କଲେ ସ୍ପଷ୍ଟ ଅନୁମେୟ ଯେ, ଆମେ ସର୍ବଦା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରି ରଖିବା ଉଚିତ। ଏହାଦ୍ୱାରା ସମସ୍ତ ଭୂତାଣୁଜନିତ ରୋଗକୁ ଆମେ ସହଜରେ ପ୍ରତିରୋଧ କରିପାରିବା ସହ ଦୀର୍ଘାୟୁ ହୋଇ ବଞ୍ଚି ରହି ପାରିବା।
ଶୀତ ଋତୁରେ ସାଧାରଣତଃ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟାଇବା ଅତି ସରଳ ଓ ସହଜ ଉପାୟ ରହିଛି,। ଶୀତଦିନେ ବନ୍ଧା କୋବି, ଗଣ୍ଠି କୋବି, ଫୁଲକୋବି, ବିଟ, ଗାଜର, କଲରା, ଅମୃତଭଣ୍ଡା, କଞ୍ଚାକଦଳୀ, ପାଳଙ୍ଗ ଶାଗ, କୋଶିଳା ଶାଗ ଆଦି ଅତି ଶସ୍ତା ଓ ସୁଲଭ ଦରରେ ମିଳିଥାଏ। ଏସବୁ ପନିପରିବା ଖାଇଲେ ତାହା ଆମ ଶରରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅନେକାଂଶରେ ସହାୟକ ହୋଇଥାଏ।
ସତର୍କତା
-ଶୀତର ପ୍ରକୋପ ସମୟରେ ରୋଗୀ ବ୍ୟକ୍ତି, ଶିଶୁ, ବୃଦ୍ଧ, ବୃଦ୍ଧା, ଉଚ୍ଚ ରକ୍ତ ଚାପ, ମଧୁମେହ ରୋଗୀ ବିଶେଷ ଧ୍ୟାନ ଦେବା ଉଚିତ।
-ବାଇକ କିମ୍ବା ସାଇକେଲରେ ଯାତାୟାତ ବେଳେ ଶୀତ ବସ୍ତ୍ର ସହ ପାଦରେ ମୋଜା ଓ ଜୋତା ପିନ୍ଧିବା ଜରୁରୀ।
-ଶୀତଦିନେ ନିଅଁା ପୁଇଁବା ବେଳେ ଅଧିକ ସତର୍କ ରହିବା ଉଚିତ।
-ଶୀତଦିନେ ଗରମ ଖାଦ୍ୟ, ଉଷୁମ ପାଣି ପିଇବା ଉଚିତ। ଅତ୍ୟଧିକ ଥଣ୍ଡା ପାଣି ପିଇବା ଅନୁଚିତ।
-ଦୀର୍ଘଦିନ ଥଣ୍ଡାଜନିତ ସଂକ୍ରମିତ ବ୍ୟକ୍ତିମାନେ ଅଧିକ ସତର୍କତା ରହିବା ଉଚିତ। ଆଜମା ରୋଗୀ, ଇସୋନୋଫିଲିଆ, ସାଇନୋସାଇଟିସ, ଉଚ୍ଚ ରକ୍ତ ଚାପ, ମଧୁମେହ, ଆଦି ରୋଗରେ ସଂକ୍ରମିତ ବ୍ୟକ୍ତି ଶୀତର ପ୍ରକୋପକୁ ପ୍ରତିହତ ପାଇଁ ନିଜେ ଅଧିକ ସତର୍କତା ଅଲମ୍ବନ ଜରୁରୀ ଅଟେ।
-ଜରୁରୀ କାମ ନଥିଲେ ଥଣ୍ଡା ସମୟରେ ପଦାକୁ ବାହାରନ୍ତୁ ନାହିଁ।
-ଶୀତ ଦିନେ କୌଣସି ଭୂତାଣୁଜନିତ ରୋଗରେ ସଂକ୍ରମିତ ହେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଆୟୁର୍ବେଦୀୟ ଉପଚାର
ଶୀତଦିନେ ଶରୀରରେ ହେଉଥିବା ରୋଗକୁ ପ୍ରତିରୋଧ ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ନିତାନ୍ତ ଜରୁରୀ। ଥଣ୍ଡାଜନିତ ରୋଗରେ ସଂକ୍ରମିତ ହେଲେ, କୃଷ୍ଣ ତୁଳସୀ ପତ୍ର ରସ ଏକ ଚାମଚ, ମହୁ ଏକ ଚାମଚ, ଅଦା ରସ ଏକ ଚାମଚ ମିଶାଇ ଦିନରେ ୩ ଥର ଲେଖାଏଁ ୩ ରୁ ୫ ଦିନ ସେବନ କରନ୍ତୁ। ତା’ସହ ଉଷୁମ ଜଳ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଥଣ୍ଡାଜନିତ ରୋଗରୁ କେତେକାଂଶରେ ଉପଶମ ମିଳିଥାଏ। ଡାଲଚିନି, ଗୋଲ ମରିଚ, ତେଜପତ୍ର, ଶୁଣ୍ଠିକୁ କିଛି ସମୟ ସିଝାଇ, ଦିନରେ ୨ ରୁ ୩ ଥର,ଲେଖାଏଁ ୩ ଦିନ ଉଷୁମ ଥିବା ବେଳେ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତା’ ସହ ସମସ୍ତ ଥଣ୍ଡାଜନିତ ରୋଗ ଉପଶମ ହୋଇଥାଏ। ପିପଳୀକୁ ଅଳ୍ପ ଉଷୁମ କରିବା ପରେ ତାହାକୁ ଗୁଣ୍ଡ କରି ଦିଅନ୍ତୁ। ତାହାକୁ ମହୁ ସହ ମିଶାଇ ଚାଟି କରି ସେବନ କଲେ ଥଣ୍ଡାଜନିତ ପ୍ରକୋପ କମିଥାଏ। ଜଂଘି ହରିଡ଼ାକୁ ଅଳ୍ପ ଭାଜି ଉଷୁମୁ ଥିବା ବେଳେ ଗୁଣ୍ଡ କରି ମହୁ ସହ ମିଶାଇ ଚାଟି କରି ସେବନ କଲେ ଥଣ୍ଡାଜନିତ କାଶ, ଛିଙ୍କରୁ କେତେକାଂଶରେ ଉପଶମ ମିଳିଥାଏ। ଥଣ୍ଡାଜନିତ ରୋଗକୁ ପ୍ରତିରୋଧ କରିବା ସହ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ, ଚବନପ୍ରାଶ, ଥଣ୍ଡା କାଶରୁ ଉପସମ ପାଇଁ, ହୋନୀଟସ, କଫଲେଟ, କଫୋଲ ଆଦି କଫ ସିରଫ ଓ କଫଲ ଟାବଲେଟ, ବ୍ୟାଘ୍ରୀହରିତକୀ ଲେହ, ଆଦି ଆୟୁର୍ବେଦ ଔଷଧ, ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶ କରି ସେବନ କରନ୍ତୁ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?