ମଣ୍ଡିରୁ ଉଠୁନି ଧାନ

ସୋନପୁର,୧୨ା୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନକିଣା ଆରମ୍ଭ ହେବାର ୬ ଦିନ ବିତିଲାଣି। ପ୍ରଥମ ପର୍ଯ୍ୟାୟରେ ଜିଲାର ଚାଷୀଙ୍କଠାରୁ ୩୦ଲକ୍ଷ ୪୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ମିଳିଛି। ମାତ୍ର ଶନିବାର ସନ୍ଧ୍ୟା ସୁଦ୍ଧା କେବଳ ୧୮୦୧ ଚାଷୀଙ୍କ ନିକଟରୁ ୯୮ ହଜାର ୯୬୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ୬୩ ପ୍ୟାକ୍ସ ଓ ୩୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନକିଣା ପାଇଁ ଯୋଗାଣ ନିଗମ ସହିତ ଚୁକ୍ତିନାମା କରିଛନ୍ତି। ତେବେ ଜିଲାର କେବଳ ୨୪ଟି ପାକ୍ସ ଓ ୧୬ଟି ଏସ୍‌ଏଚ୍‌ଜି ଧାନ କିଣା ଆରମ୍ଭ କରିଥିବା ଜଣାପଡିଛି।
ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୫ ତାରିଖରୁ ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଳକ ଏବଂ ୯ ରୁ ସୋନପୁର, ତରଭା, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକରୁ ଧାନକିଣା ଆରମ୍ଭ ହୋଇଛି। ତେବେ ତଥ୍ୟ ଅନୁଯାୟୀ ଜିଲାର ୩୯ଟି ପାକ୍ସ ଓ ୨୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ କରି ନାହାନ୍ତି। ଚାଷୀଙ୍କ ଟୋକନ୍‌ ଆସିଥିବା ବେଳେ ମଣ୍ଡି ଖୋଲି ନ ଥିବାରୁ ଧାନ ବିକ୍ରି ହୋଇପାରୁନି। ସୁବର୍ଣ୍ଣପୁର ଜିଲା କୃଷକ ସଂଗଠନ ଏଥିପାଇଁ ଜିଲା ପ୍ରଶାସନ, ମିଲର୍ସ ଓ ଅସାଧୁ ବ୍ୟବସାୟୀଙ୍କୁ ଦାୟୀ କରିଛି। ମଣ୍ଡିରୁ ଚାଷୀଙ୍କ ଧାନ ଉଠୁ ନଥିବା ବେଳେ ରାଇସ୍‌ ମିଲ୍‌ର ଗୋଦାମଗୁଡିକ ଭର୍ତ୍ତି ହୋଇ ସାରିଥିବା କୃଷକ ସଂଗଠନ ଅଭିଯୋଗ କରିଛି। ଏବେ ଆଦ୍ରତା ଦର୍ଶାଇ ଚାଷୀଙ୍କଠାରୁ ଧାନ କିଣାଯାଉନି। ଆରଏମସି କର୍ମଚାରୀ ଓ ଯୋଗାଣ ବିଭାଗ ଠିକ୍‌ ଭାବେ ଧାନର ମାନ ନିର୍ଦ୍ଧାରଣ କରୁନାହାନ୍ତି।
ଖରିଫ ଧାନ ବିକ୍ରି ପାଇଁ ୬୫ହଜାର ୫୨୩ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ତେବେ ଧାନ ବିକ୍ରି ଅନ୍ୟବର୍ଷ ତୁଳନାରେ ମନ୍ଥର ଗତିରେ ଚାଲିଛି। କୋହଲା ପାଗ ପାଇଁ ଧାନ ସଂଗ୍ରହ ଧିମେଇ ଥିବା ପ୍ରଶାସନ ସଫେଇ ଦେଉଛି। ଜିଲାର ୪୦ ମିଲର୍ସ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯୋଗାଣ ନିଗମ ସହିତ ଚୁକ୍ତିନାମା କରିଛନ୍ତି। ତଦନୁଯାୟୀ ସେମାନଙ୍କୁ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍‌ ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ ୩୧ ମିଲର୍ସ ମଣ୍ଡିରୁ ଧାନ ନେଇଛି । ଚାଷୀଙ୍କ ଧାନ ସଂଗ୍ରହରେ ପାକ୍ସ, ଏସ୍‌ଏଚ୍‌ଜି ଓ ମିଲର୍ସମାନେ ଅସହଯୋଗ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ କୁହନ୍ତି, ଧାନକିଣାରେ ସେମିତି କିଛି ସମସ୍ୟା ନାହିଁ। ଧାନରେ ଆଦ୍ରତା ରହିଛି। କୋହଲା ପାଗ ଯୋଗୁଁ ଚାଷୀ ମଣ୍ଡିକୁ ଧାନ ଆଣୁନାହାନ୍ତି। ସମସ୍ତ ମଣ୍ଡି ଖୋଲିବ ଓ ଆସନ୍ତା ସପ୍ତାହ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri