ମଣ୍ଡିରୁ ଉଠୁନି ଧାନ

ସୋନପୁର,୧୨ା୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନକିଣା ଆରମ୍ଭ ହେବାର ୬ ଦିନ ବିତିଲାଣି। ପ୍ରଥମ ପର୍ଯ୍ୟାୟରେ ଜିଲାର ଚାଷୀଙ୍କଠାରୁ ୩୦ଲକ୍ଷ ୪୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ମିଳିଛି। ମାତ୍ର ଶନିବାର ସନ୍ଧ୍ୟା ସୁଦ୍ଧା କେବଳ ୧୮୦୧ ଚାଷୀଙ୍କ ନିକଟରୁ ୯୮ ହଜାର ୯୬୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ୬୩ ପ୍ୟାକ୍ସ ଓ ୩୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନକିଣା ପାଇଁ ଯୋଗାଣ ନିଗମ ସହିତ ଚୁକ୍ତିନାମା କରିଛନ୍ତି। ତେବେ ଜିଲାର କେବଳ ୨୪ଟି ପାକ୍ସ ଓ ୧୬ଟି ଏସ୍‌ଏଚ୍‌ଜି ଧାନ କିଣା ଆରମ୍ଭ କରିଥିବା ଜଣାପଡିଛି।
ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୫ ତାରିଖରୁ ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଳକ ଏବଂ ୯ ରୁ ସୋନପୁର, ତରଭା, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକରୁ ଧାନକିଣା ଆରମ୍ଭ ହୋଇଛି। ତେବେ ତଥ୍ୟ ଅନୁଯାୟୀ ଜିଲାର ୩୯ଟି ପାକ୍ସ ଓ ୨୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ କରି ନାହାନ୍ତି। ଚାଷୀଙ୍କ ଟୋକନ୍‌ ଆସିଥିବା ବେଳେ ମଣ୍ଡି ଖୋଲି ନ ଥିବାରୁ ଧାନ ବିକ୍ରି ହୋଇପାରୁନି। ସୁବର୍ଣ୍ଣପୁର ଜିଲା କୃଷକ ସଂଗଠନ ଏଥିପାଇଁ ଜିଲା ପ୍ରଶାସନ, ମିଲର୍ସ ଓ ଅସାଧୁ ବ୍ୟବସାୟୀଙ୍କୁ ଦାୟୀ କରିଛି। ମଣ୍ଡିରୁ ଚାଷୀଙ୍କ ଧାନ ଉଠୁ ନଥିବା ବେଳେ ରାଇସ୍‌ ମିଲ୍‌ର ଗୋଦାମଗୁଡିକ ଭର୍ତ୍ତି ହୋଇ ସାରିଥିବା କୃଷକ ସଂଗଠନ ଅଭିଯୋଗ କରିଛି। ଏବେ ଆଦ୍ରତା ଦର୍ଶାଇ ଚାଷୀଙ୍କଠାରୁ ଧାନ କିଣାଯାଉନି। ଆରଏମସି କର୍ମଚାରୀ ଓ ଯୋଗାଣ ବିଭାଗ ଠିକ୍‌ ଭାବେ ଧାନର ମାନ ନିର୍ଦ୍ଧାରଣ କରୁନାହାନ୍ତି।
ଖରିଫ ଧାନ ବିକ୍ରି ପାଇଁ ୬୫ହଜାର ୫୨୩ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ତେବେ ଧାନ ବିକ୍ରି ଅନ୍ୟବର୍ଷ ତୁଳନାରେ ମନ୍ଥର ଗତିରେ ଚାଲିଛି। କୋହଲା ପାଗ ପାଇଁ ଧାନ ସଂଗ୍ରହ ଧିମେଇ ଥିବା ପ୍ରଶାସନ ସଫେଇ ଦେଉଛି। ଜିଲାର ୪୦ ମିଲର୍ସ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯୋଗାଣ ନିଗମ ସହିତ ଚୁକ୍ତିନାମା କରିଛନ୍ତି। ତଦନୁଯାୟୀ ସେମାନଙ୍କୁ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍‌ ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ ୩୧ ମିଲର୍ସ ମଣ୍ଡିରୁ ଧାନ ନେଇଛି । ଚାଷୀଙ୍କ ଧାନ ସଂଗ୍ରହରେ ପାକ୍ସ, ଏସ୍‌ଏଚ୍‌ଜି ଓ ମିଲର୍ସମାନେ ଅସହଯୋଗ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ କୁହନ୍ତି, ଧାନକିଣାରେ ସେମିତି କିଛି ସମସ୍ୟା ନାହିଁ। ଧାନରେ ଆଦ୍ରତା ରହିଛି। କୋହଲା ପାଗ ଯୋଗୁଁ ଚାଷୀ ମଣ୍ଡିକୁ ଧାନ ଆଣୁନାହାନ୍ତି। ସମସ୍ତ ମଣ୍ଡି ଖୋଲିବ ଓ ଆସନ୍ତା ସପ୍ତାହ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?