Posted inଖେଳ

ନିଜ କାର୍‌ ବିକିଲେ ବିରାଟ କୋହଲି: ଦାମ୍‌ ଶୁଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କାର୍‌ କଲେକ୍ସନ କରିବାକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରେ ବିଭିନ୍ନ କମ୍ପାନୀର କାର୍‌ ରହିଛି। ଏଥିରେ ଅଡି, ବିଏମଡବ୍ଲୁ ଠାରୁ ଆରମ୍ଭ କରି ଅନେକ କମ୍ପାନୀ ପର୍ଯ୍ୟନ୍ତ କାର ସାମିଲ ଅଛି। ଏବେ ତାଙ୍କ ଦ୍ୱାରା ବ୍ୟବହୃତ ଏହିପରି କାର୍‌ ଲମ୍ବୋର୍ଗିନି ଗାଲାର୍ଡୋ ସ୍ପାଇଡର୍‌ ସେ ବିକ୍ରି କରିଛନ୍ତି। ବିରାଟ ଏହି କମଳା ରଙ୍ଗର କାରକୁ ୨୦୧୫ରେ କିଣିଥିଲେ ଏବଂ ଏହାକୁ କେବଳ କିଛି ମାସ ପାଇଁ ବ୍ୟବହାର କରିଥିଲେ। ଏବେ ଏହି ହାଇ ସ୍ପିଡ କାରର ମୂଲ୍ୟ ହେଉଛି ୧.୩୫ କୋଟି ଟଙ୍କା।
ଏହି କାର ଏତେ ଦ୍ରୁତ ଅଟେ ଯେ, ଏହା ମାତ୍ର ୪ ସେକେଣ୍ଡରେ ୦ ରୁ ୧୦୦କିଲୋମିଟର ବେଗ ଧରିଥାଏ। ଏହି କାରର ସର୍ବୋଚ୍ଚ ଗତି ହେଉଛି ୩୨୪ କିଲୋମିଟର। ଏହା ୫.୨ ଲିଟର ଭି୧୦ ଇଞ୍ଜିନ ଦ୍ୱାରା ଚାଳିତ, ଯାହା ଏହି ଯାନକୁ ଅତୁଳନୀୟ ଶକ୍ତି ଦେଇଥାଏ। ଶେଷ ଗାଲାର୍ଡୋ ମଡେଲ ୨୦୧୫ରେ ବାହାରିଥିଲା। ବିରାଟ ଏହି କାରକୁ ଅଳ୍ପ ସମୟ ପାଇଁ ବ୍ୟବହାର କରିବା ପରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଚିରେ ଅବସ୍ଥିତ ରୟାଲ ଡ୍ରାଇଭ୍‌ର ମାର୍କେଟିଂ ମ୍ୟାନେଜର ନିଶ୍ଚିତ କରିଛନ୍ତି ଯେ, ବିରାଟଙ୍କ ଲମ୍ବୋର୍ଗିନି ବିକ୍ରୟ ପାଇଁ ପ୍ରସ୍ତୁତ। ଏହି କାରଟି ମାତ୍ର ୧୦ ହଜାର କିଲୋମିଟର ଚାଲିଛି।
କୋଚିର ମାର୍କେଟିଂ ମ୍ୟାନେଜର ଆହୁରି କହିଛନ୍ତି ଯେ, ଏହି କାରକୁ ରୟାଲ ଡ୍ରାଇଭ ଚଳିତ ବର୍ଷ ଜାନୁଆରୀରେ କୋଲକାତାର କାର ଡିଲରଙ୍କଠାରୁ କିଣିଛି। ଏହା ହେଉଛି ଏକ ୨୦୧୩ ମଡେଲ ଲମ୍ବୋର୍ଗିନି, ଯାହା କୋହଲିଙ୍କ ଦ୍ୱାରା ଅଳ୍ପ ଦିନ ପାଇଁ ବ୍ୟବହୃତ ହୋଇଥିଲା। ଜାନୁଆରୀ ୨୦୨୧ରେ ଆମେ ଏହି ସେଲିବ୍ରିଟି କାରକୁ କୋଲକାତାର ଏକ ପ୍ରିମିୟମ ଏବଂ ବିଳାସପୂର୍ଣ୍ଣ ପ୍ରି-ମାଲିକ କାର ଡିଲରଙ୍କଠାରୁ କିଣିଥିଲୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri