Categories: ଖେଳ

ମ୍ୟାଚ ପରେ ଅନୁଷ୍କାଙ୍କୁ ଇସାରା କରିଥିଲେ କୋହଲି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୪: ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍‌ରେ ପରାସ୍ତ କରିଛି। କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମ୍ୟାଚ ଦେଖିବାକୁ ଆସିଥିଲେ। ମ୍ୟାଚ ପରେ କୋହଲି ନିଜେ ଗ୍ରାଉଣ୍ଡରୁ ଷ୍ଟାଡିୟମରେ ବସିଥିବା ଅନୁଷ୍କାଙ୍କୁ ଇସାରାରେ କଥାବାର୍ତ୍ତା କରୁଥିବା ନଜର ଆସିଥିଲେ।
ଅନୁଷ୍କା ମଧ୍ୟ ଏହା ଉପରେ ହସିଥିଲେ। ପ୍ରଶଂସକମାନେ କୋହଲି ଏବଂ ଅନୁଷ୍କାଙ୍କ ଏହି ଭିଡିଓକୁ ଏତେ ପସନ୍ଦ କରିଥିଲେ ଯେ ସେମାନେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହାକୁ ନେଇ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

Share