Categories: ଖେଳ

୫ ମାସ ପରେ ଦଳକୁ ଫେରିଲେ କୋହଲି

ବର୍ମିଂହାମ,୯ା୭: ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୫ ମାସର ବିରତି ପରେ ଟି-୨୦କୁ ଫେରୁଥିବା କୋହଲିଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପକ୍ଷେ କୋହଲିଙ୍କ ସ୍ଥାନରେ ଯୁବ ଖେଳାଳି ଦମ୍‌ଦାର ପ୍ରଦର୍ଶନ କରୁଥିବା ବେଳେ ଏହା ତାଙ୍କୁ ଚାପ ସୃଷ୍ଟି କରୁଛି। ହେଲେ ଦ୍ୱିତୀୟ ଟି-୨୦ ମୁକାବିଲାରେ କୋହଲି ଦଳକୁ ଫେରୁଛନ୍ତି। ତାଙ୍କ ଅନୁପସ୍ଥିତିରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ଦୀପକ ହୁଦା ଗତ ଆୟାର୍ଲାଣ୍ଡ ବିପକ୍ଷ ସିରିଜରେ ପ୍ଲେୟର୍‌ ଅଫ ଦ୍‌ ସିରିଜ୍‌ ହୋଇଥିଲେ। ସେହିପରି ଦୁଡା ପ୍ରଥମ ଟି-୨୦ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୩୩ ରନ୍‌ର ଇନିଂସ ଖେଳିଛନ୍ତି।

ଏଭଳିସ୍ଥତିରେ ଶେଷ ଥର ପାଇଁ କୋହଲି ଫେବୃୟାରୀରେ ଭାରତ ପାଇଁ ଖେଳିଥିଲେ। ଟି-୨୦ ବିଶ୍ୱକପ ପରେ କୋହଲି ଭାରତ ପାଇଁ ଗୋଟିଏ ବି ଟି-୨୦ ମୁକାବିଲା ଖେଳି ନାହାନ୍ତି। କୋହଲିଙ୍କ ସମେତ ବିଭିନ୍ନ ବରିଷ୍ଠ ଖେଳାଳିଙ୍କୁ ନିୟମିତ ଭାବେ ବିଶ୍ରାମ ଦିଆଯାଉଛି।
ହୁଦାଙ୍କ ପ୍ରଦର୍ଶନକୁ ଦେଖିଲେ ତାଙ୍କୁ ବାଦ ଦେବା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ କଷ୍ଟକର ହୋଇପଡିଛି। ଅନ୍ୟପକ୍ଷେ କୋହଲିଙ୍କ ପରି ଷ୍ଟାର ଖେଳାଳିଙ୍କୁ ମଧ୍ୟ ବାହାରେ ରଖିହେବ ନାହିଁ। ତେଣୁ ସେ ଇଶାନ କିଶନଙ୍କ ସ୍ଥାନରେ କୋହଲି ଦଳ ପାଇଁ ଓପନ କରି ପାରନ୍ତି ବୋଲି କୁହାଯାଉଛି। କୋହଲିଙ୍କୁ ଏହି ସିରିଜ୍‌ ପରେ ଓ୍ବେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ ପାଇଁ ମଧ୍ୟ ବିଶ୍ରାମ ଦିଆଯାଇଛି।

Share