ପୁଣିଥରେ କଳାକାରଙ୍କୁ ପଛରେ ପକାଇଲେ ବିରାଟ

ନୂଆଦିଲ୍ଲୀ,୪ ।୧: ଭ୍ରାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୩.୭୭କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଲଗାତାର ୪ର୍ଥ ଥର ଲାଗି ୨୦୨୦ରେ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରଟି ପାଲଟି ଯାଇଛନ୍ତି । ଏହି ସୂଚୀରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ରଣବୀର ସିଂ । ବ୍ରାଣ୍ଡ ମୂଲାଙ୍କନରେ ନିଜର ନାଁ ରଖିଥିବା ହଫ୍ ଆଣ୍ଡ ଫ୍ଲେପ୍ସ ଗୁୁରୁବାର କହିଛି ୨୦୨୦ ପାଇଁ ଶୀର୍ଷରେ ଥିବ ୧୦ ସର୍ବାଧିକ ମୂଲ୍ୟବାନ ସେଲିବ୍ରିଟିଙ୍କ ସୂଚୀରେ କେବଳ କୋହଲି ହେଉଛନ୍ତି ଫିଲ୍ମ ଉଦ୍ଦ୍ୟୋଗ ବାହାରର ବ୍ୟକ୍ତି । ଆଉ ଏଥିରେ ମାତ୍ର ୨ ଜଣ ମହିଳା ରହିଛନ୍ତି । କରୋନା ମହାମାରୀ ପରେ ବି କୋହଲିଙ୍କ ମୂଲ୍ୟ ୨୩,୭୭କୋଟି ଆମେରିକୀୟ ଡଲାର ରହିଛି । ସେହିପରି ଅକ୍ଷୟ କୁମାରଙ୍କ ବ୍ରାଣ୍ଡ ମୂଲ୍ୟ ୧୩.୮ବୃଦ୍ଧି ସହ ୧୧.୮୯ କୋଟି ଆମେରିକୀୟ ଡଲାର ରହିଛି ଓ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରଣବୀର ସିଂ ୧୦.୨୯ କୋଟି ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି । ହଫ୍ ଆଣ୍ଡ ଫ୍ଲେପ୍ସର ସେଲିବ୍ରିଟି ମୂଲ୍ୟାଙ୍କନ ଅଧ୍ୟୟନର ଷଷ୍ଠ ସଂସ୍କରଣ ଅନୁଯାୟୀ, ୨୦୨୦ରେ ଶୀର୍ଷ ୨୦ଜଣଙ୍କ ମୋଟ ବ୍ରାଣ୍ଡ ମୂଲ୍ୟ ୧ ଅରବ ଆମେରିକୀୟ ଡଲାର ଥିଲା ଯାହା ୨୦୧୯ ତୁଳନାରେ ୫ ପ୍ରତିଶତ କମ୍ । ଏହି ସୂଚୀରେ କରୋଡ ଡଲାରର ମୂଲ୍ୟାଙ୍କନ ସହ ଶାହାରୁଖ ଖାଁ ଚତୁର୍ଥ ସ୍ଥାନରେ ଅଛନ୍ତି । ସେମିତି ଦୀପିକା ପାଦୁକୋନ ୫.୦୪ କୋଟି ଡଲାର ସହ ପଞ୍ଚମରେ ଓ ଆଲିଆ ଭଟ୍ଟ ଷଷ୍ଠ ସ୍ଥାନରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ...

ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍‌ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର...

ମୁମ୍ବାଇ ଦଳରେ ଅର୍ଜୁନ

ମୁମ୍ବାଇ, ୨୭।୮- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ନାଗପୁରରେ ସେପ୍ଟେମ୍ବର ୫ରୁ ହେବାକୁ ଥିବା ‘ବପୁନା...

ଆଇପିଏଲ୍‌ ପୂର୍ବରୁ ପୁଣିଥରେ ଭାବୁକ ହୋଇପଡ଼ିଲେ କୋହଲି: ଫଟୋ ଶେୟାର କରି …

ଏପ୍ରିଏ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ...

କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ବିଦା କଲା ଓଡ଼ିଶା ଏଫ୍‌ସି: ମହଙ୍ଗା ପଡ଼ିଲା ରେପ୍‌ ମନ୍ତବ୍ୟ

ନୂଆଦିଲ୍ଳୀ,୩।୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅନ୍ୟତମ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ଦାୟିତ୍ୱରୁ ହଟାଇଛି। ସୋମବାର ଗୋଆର ବାମ୍ବୋଲିମ୍‌ରେ...

ଭଉଣୀ ବାହାଘର ପାଇଁ ପାଖରେ ନ ଥିଲା ଟଙ୍କା, ଆଜି ବଡ଼ ଷ୍ଟାର

ମୁମ୍ବାଇ: ଆଜି ଅର୍ଥାତ୍‌ ଏପ୍ରିଲ ୨ରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଜନ୍ମଦିନ। ୧୯୮୧ରେ କପିଲ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଲୋକଙ୍କ ମୁହଁରେ ହସ ଫୁଟାଉଥିବା...

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି...

ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ଚିବା(ଜାପାନ),୫।୮: ଭାରତୀୟ ରେସ୍‌ଲର ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ସେ ୫୭ କେ.ଜି. ବର୍ଗ...

Advertisement
Archives

Model This Week