ଆଇପିଏଲ ବିବାଦ ପରେ ଅନୁଷ୍କାଙ୍କ ସହ ମନ୍ଦିର ପହଞ୍ଚିଲେ ବିରାଟ କୋହଲି, ୟୁଜର୍ସ କହିଲେ ପ୍ରଥମେ ଲଢେଇ କର ପୁଣି ମନ୍ଦିର ଯାଅ

ନୂଆଦିଲ୍ଲୀ,୩।୫: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ଅନୁଷ୍କାଙ୍କ ଜନ୍ମଦିନରେ ପତି ତଥା କ୍ରିକେଟର ବିରାଟ କୋହଲି ଏକ ସୁନ୍ଦର ପୋଷ୍ଟ ଶେୟାର କରିଥିଲେ। ଏବେ ଏହି କପଲଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହି କପଲ ଏକ ମନ୍ଦିରରେ ଦର୍ଶନ କରୁଥିବା ଦେଖାଯାଇଛି।
ନିକଟରେ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ମ୍ୟାଚ ଦେଖିବାକୁ ଲକ୍ଷ୍ନୌ ପହଞ୍ଚିଥିଲେ। ଏବେ ବିରାଟ ଓ ଅନୁଷ୍କା ଭଗବାନଙ୍କ ଦର୍ଶନ କରିବାକୁ ବାହାରିଛନ୍ତି। ଏହା ପୂର୍ବରୁ ବି ସମୟ ସମୟରେ ଏହି କପଳ ଭଗବାନଙ୍କ ଦର୍ଶନ କରୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ଏବେ କିନ୍ତୁ ଯେଉଁ ଭିଡିଓ ଭାଇରାଲ ହୋଇଛି ଏଥିରେ ଅନେକେ ୟୁଜର୍ସ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଗୌତମ ଗମ୍ଭିରଙ୍କ ସହ ଲଢେଇ ପରେ ଭଗବାନଙ୍କ ଦର୍ଶନ। ଆଉ ଜଣେ ଲେଖିଛନ୍ତି, ପ୍ରଥମେ ଲଢେଇ କର ପୁଣି ମନ୍ଦିର ଦର୍ଶନ କର। ସୂଚନାଯୋଗ୍ୟ, ନିକଟରେ ଏକ ମ୍ୟାଚ ସମୟରେ ବିରାଟ କାହଲି ଓ ଗୌତମ ଗମ୍ଭିରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

Share