Categories: ଖେଳ

ଶତକୀୟ ମ୍ୟାଚ୍‌ରେ ମାଇଲଷ୍ଟୋନ ଛୁଇଁଲେ କୋହଲି

ମୋହାଲି,୪।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟରେ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ୩୩ ବର୍ଷୀୟ ବ୍ୟାଟର ପ୍ରଥମ ଇନିଂସରେ ୪୫ ରନ୍‌ର ପାଳି ଖେଳି କ୍ରିକେଟର ଲମ୍ବା ଫର୍ମାଟରେ ପୂରଣ କରିଛନ୍ତି ୮ ହଜାର ରନ୍‌। ଦେଶର ୬ଷ୍ଠ ଭାରତୀୟ ଭାବେ ସେ ଏହି ସଫଳତା ପାଇଛନ୍ତି। ତାଙ୍କ ବ୍ୟତୀତ ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ୍‌, ଭିଭିଏସ୍‌ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହ୍ବାଗ ଟେଷ୍ଟରେ ୮ ହଜାର ରନ୍‌ ପୂରଣ କରିଛନ୍ତି।

କ୍ୟାରିୟରର ୧୬୯ତମ ଇନିଂସରେ ସେ ଏହି ମାଇଲଷ୍ଟୋନରେ ପହଞ୍ଚିଛନ୍ତି। ଖୁବ୍‌ କମ୍‌ ଇନିଂସରେ ୮ ହଜାର ଟେଷ୍ଟ ରନ୍‌ ପୂରଣ କରିବାରେ ସେ ୫ମ ଦ୍ରୁତତମ ଭାରତୀୟ ବ୍ୟାଟର। ଦ୍ରୁତତମ ଭାରତୀୟ ବ୍ୟାଟର ଭାବେ ୮ ହଜାର ରନ୍‌ ପୂରଣ କରିବାର ରେକର୍ଡ ଏବେ ବି ସଚିନ(୧୫୪ ଇନିଂସ)ଙ୍କ ନାମରେ ରହିଛି। ତାଙ୍କ ପଛକୁ ଡ୍ରାଭିଡ୍‌ (୧୫୮), ସେହ୍ବାଗ (୧୬୦) ଓ ଗାଭାସ୍କର (୧୬୬) ରହିଛନ୍ତି।

Share