Posted inଖେଳ

କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି…

ନୂଆଦିଲ୍ଲୀ,୧୨।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଟାର୍ଗେଟ ମଧ୍ୟ କରାଯାଉଛି। ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ବିରାଟଙ୍କ ବିନା ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ ଖେଳିବା ଲାଗି ଇଂଲଣ୍ଡ ଗସ୍ତ କରିପାରେ। ହେଲେ ଏବେ ଯାଏ ସେ ନେଇ ନିଷ୍ପତ୍ତି ହୋଇନାହିଁ। ଏଭଳି ଏଥିଲାଗି କାରଣ ବିରାଟ କୋହଲିଙ୍କ ଲାଗି ଆସନ୍ତା ୨ ମାସ ଗୁରୁତ୍ୱପୂର୍ଣ୍ଣ। କୁହାଯାଉଛି ଯେ ଟିମ୍‌ ଇଣ୍ଡିଆରେ କୋହଲିଙ୍କ ଭବିଷ୍ୟତର ଚିତ୍ର ଚାମ୍ପିଅନ୍ସ ଟ୍ରଫି ଉପରେ ନିର୍ଭର କରିବ। ଏହାପରେ ହିଁ ବିସିସିଆଇ ବଡ଼ ନିଷ୍ପତ୍ତି ନେବ।

ପିଟିଆଇ ରିପୋର୍ଟ ମୁତାବକ, ବିସିସିଆଇ ଶନିବାର ହୋଇଥିବା ବୈଠକରେ ରୋହିତ ଏବଂ କୋହଲିଙ୍କ ବିଷୟରେ ଚର୍ଚ୍ଚା କରିଥିଲା। ହେଲେ ସେମାନଙ୍କୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ବୋର୍ଡ ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଦେଖିବାକୁ ଚାହୁଁଛି। ଏହାପରେ ସେମାନଙ୍କ କ୍ୟାରିୟର ଉପରେ ନିଷ୍ପତ୍ତି ନିଆଯିବ। ଯଦି ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଖରାପ ରୁହେ ତେବେ ଉଭୟଙ୍କ ଉପରେ ନିଷ୍ପତ୍ତି ନିଆଯିବ।

ଟିମ୍‌ ଇଣ୍ଡିଆ ଫେବୃଆରୀ ଏବଂ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଖେଳିବ। ଏହାପରେ ଭାରତୀୟ ଟିମ୍‌ ଇଲଂଣ୍ଡ ଗସ୍ତ କରିବ। ଇଂଲଣ୍ଡରେ ଉଭୟ ଟିମ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯିବ। ଏଥିରେ ବିରାଟ ଖେଳିବେ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍‌ଫି ନେଇ…

ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ  ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

Video Viral: ଘରେ ରଖିଥିବା ହେଲମେଟ୍‌ ଭିତରୁ ବାହାରିଲା ନାଗ, ଆଉ ତା’ପରେ…

ନୂଆଦିଲ୍ଲୀ,୨।୧: ଦେଶର ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଲୋକମାନେ ଥଣ୍ଡାରେ ବାହାରକୁ ଯିବାକୁ ସଂକୋଚ କରୁଛନ୍ତି। ବାହାରକୁ ପାଦ ଦେବା ମାତ୍ରେ ଶରୀର...

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri