Posted inଖେଳ

୧୩ ରନ୍‌ ଦୂରରେ ରେକର୍ଡ

ଜୋହାନ୍ସବର୍ଗ,୨।୧: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବର୍ତ୍ତମାନ କୋଚ୍‌ ତଥା ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ରେକର୍ଡକୁ ପଛରେ ପକାଇବାର ସୁଯୋଗ ଅଛି। ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୬ ମ୍ୟାଚ୍‌ ଖେଳିଥିବା ଭାରତୀୟ ଅଧିନାୟକଙ୍କ ନାମରେ ୬୧୧ ରନ୍‌ ରହିଛି। ସେହିଭଳି ଡ୍ରାଭିଡ୍‌ ୧୧ ମ୍ୟାଚ୍‌ରେ ୬୨୪ ରନ୍‌ କରିଥିଲେ। ଏହି ଧାରାରେ ବର୍ତ୍ତମାନ କୋଚ୍‌ଙ୍କୁ ପଛରେ ପକାଇବା ପାଇଁ କୋହଲିଙ୍କୁ ୧୪ ରନ୍‌ ଦରକାର। ତେବେ ଏହି ଦେଶରେ ଭାରତୀୟ ବ୍ୟାଟର ଭାବେ ସଚିନ ତେନ୍ଦୁଲକର ସର୍ବାଧିକ ରନ୍‌ କରିଛନ୍ତି। ସେ ୧୫ ମ୍ୟାଚ୍‌ରେ ସର୍ବାଧିକ ୧୧୬୧ ରନ୍‌ କରିଥିଲେ।

ଦୁଇ ବର୍ଷ ହେଲା ଶତକ ଅପେକ୍ଷାରେ ଥିବା କୋହଲି ସେଞ୍ଚୁରିଆନ ଟେଷ୍ଟରେ ୩୫ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ପାଳିରେ ୧୮ ରନ୍‌ କରିଥିଲେ। ଉଭୟ ଥର ଅଫ୍‌ ଷ୍ଟମ୍ପ ବାହାର ବଲକୁ କଭର ଉପରେ ମାରିବାକୁ ଯାଇ ଧରା ପଡ଼ିଥିଲେ ଉଇକେଟ ପଛରେ।

ଏହାବାଦ୍‌ ଷ୍ଟିଭ ଓ୍ବ’ଙ୍କ ଅଧିନାୟକତ୍ୱ ରେକର୍ଡର ସମ୍ମକକ୍ଷ ହେବାର ସୁଯୋଗ ରହିଛି ୩୨ ବର୍ଷୀୟ ବ୍ୟାଟରଙ୍କ ପାଖରେ। ଏପର୍ଯ୍ୟନ୍ତ ୬୭ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିବା କୋହଲି ୪୦ଟି ମ୍ୟାଚ୍‌ ଜିତିଛନ୍ତି। ଜୋହାନ୍ସବର୍ଗ ଟେଷ୍ଟରେ ଭାରତ ବିଜୟ ହେଲେ ସଫଳତମ ଟେଷ୍ଟ ଅଧିନାୟକଙ୍କ ତାଲିକାରେ କୋହଲି ମିଳିତ ତୃତୀୟ ସ୍ଥାନ ଅଧିକାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri