Posted inଖେଳ

କୋହଲି-ଶାସ୍ତ୍ରୀଙ୍କ ଏହି ଗୋଟିଏ ଭୁଲ ପାଇଁ ଏବେ ପୁରା ଟିମ୍‌ ଅସୁବିଧାରେ; ବିସିସିଆଇ ଖପ୍ପା

ନୂଆଦିଲ୍ଲୀ,୧୦।୯: ଇଂଲଣ୍ଡରେ ଭାରତୀୟ ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚଳିତ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ମାଞ୍ଚେଷ୍ଟରରେ ଅନ୍ତିମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଏଥିରେ ଭାରତ ବିଜେତା ହୋଇ ଇତିହାସ ରଚିବ ବୋଲି ଆଶା କରାଯାଉଥିଲା। ହେଲେ କରୋନା ଯୋଗୁ ଅନ୍ତିଶ୍ଚିତତାକୁ ଠେଲି ହୋଇଯାଇଛି ଏହି ସିରିଜ୍‌। ଶେଷ ଟେଷ୍ଟକୁ ବାତିଲ କରିଦିଆଯାଇଥିବା ନେଇ ସ୍ପଷ୍ଟ କରାଯାଇଛି। ତେବେ ଏଥିରେ ବିଜେତା କିଏ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ଆଗାମୀ ଦିନରେ ପୁନର୍ବାର ମ୍ୟାଚ୍‌କୁ ଖେଳାଯିବାକୁ ଆଲୋଚନା ଜାରି ରହିଛି। ପୂର୍ବରୁ ଶ୍ରୀଲଙ୍କା ଗସ୍ତ ବେଳେ କରୋନା ଯୋଗୁ ଭାରତୀୟ ଟିମ୍‌ ଅଡୁଆରେ ପଡ଼ିଥିବା ବେଳେ ଏବେ ଇଂଲଣ୍ଡରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି। ଏସବୁକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ବାୟୋ ବବଲ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏତେ ଶକ୍ତ କଟକଣା ଭିତରେ କରୋନା କିଭଳି ଆସିଲା ବୋଲି ପ୍ରଶଂସକ ଯୁକ୍ତି ବାଢ଼ୁଛନ୍ତି।

ନିକଟରେ ଇଂଲଣ୍ଡର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ଅଧିନାୟକ ବିରାଟ କୋହଲି ଯୋଗ ଦେଇଥିଲେ। ଓଭାଲ ଟେଷ୍ଟ ପୂର୍ବରୁ ଉଭୟଙ୍କ ସହ କିଛି ଖେଳାଳି ମଧ୍ୟ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁତ ଗହଳି ହୋଇଥିବା ବେଳେ ଯେ କେହି ବିନା ମାସ୍କରେ ଥିଲେ। ଏପରିକି ସାମାଜିକ ଦୂରତା ବଜାୟ ରଖାଯାଇ ନ ଥିଲା। ଏହାର ପରିଣାମସ୍ବରୂପ ଓଭାଲ ଟେଷ୍ଟର ଚତୁର୍ଥ ଦିନ ଶାସ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ସେ ଆଇସୋଲେଶନରେ ରହିଥିବା ବେଳେ ତାଙ୍କ ସହ ବୋଲିଂ କୋଚ୍‌ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର୍‌.ଶ୍ରୀଧର ଏବଂ ଫିଜିଓ ନିତୀନ ପଟେଲ ପ୍ରମୁଖ କରୋନା ସଂକ୍ରମିତ ହୋଇଥିଲେ।

ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତର ଟ୍ରେନିଂ ସେଶନ୍‌ ବନ୍ଦ କରିଦିଆଯାଇଥିବା ଖବର ମିଳିଥିଲା। ପରେ ଜୁନିୟର ଫିଜିଓ ଯୋଗେଶ ପରମାର କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଏହାପରେ ଖେଳାଳିମାନଙ୍କ ଟେଷ୍ଟ କରାଯାଇଥିଲା। ହେଲେ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମାତ୍ର ୩ରୁ ୪ ଦିନ ପରେ କରୋନା ପ୍ରଭାବ ଦେଖାଇଥାଏ ବୋଲି ଖେଳାଳିମାନେ ଆଶଙ୍କା କରୁଛନ୍ତି। ଏଣୁ ସେମାନେ ମ୍ୟାଚ୍‌ ଖେଳିବାକୁ ଅରାଜି ହେବା ସହ ବିସିସିଆଇକୁ ଚିଠି ଲେଖିଥିଲେ। ଶେଷରେ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି।

କହିରଖୁଛୁ, ସିରିଜ୍‌ ଆରମ୍ଭ ପୂର୍ବରୁ ରିଷଭ ପନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିନେଇ ବିସିସିଆଇ ସଚିବ ସମସ୍ତ ଖେଳାଳିମାନଙ୍କୁ କଟକଣାରେ ରହିବାକୁ ଏବଂ ଭିଡ ସ୍ଥାନକୁ ନ ଯିବାକୁ ପରାମର୍ଶ ଦେିଥିଲେ। ହେଲେ ଚତୁର୍ଥ ଟେଷ୍ଟ ପୂର୍ବରୁ ଶାସ୍ତ୍ରୀ ନିଜେ ବାହାରକୁ ଯିବା ସହ ଦଳର କିଛି ଖେଳାଳିଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଏହାକୁ ନେଇ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଗୋଟିଏ ଭୁଲ ଯୋଗୁ ଏସବୁ ଆରମ୍ଭ ହୋଇଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ସେହି ଗୋଟିଏ ଭୁଲ ଯୋଗୁ ସମସ୍ତେ ଅସୁବିଧାରେ ପଡ଼ିଲେ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri