Posted inଖେଳ

ଖେଳ ପଡ଼ିଆରୁ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ୍‌ କିସ୍‌ ଦେଲେ ବିରାଟ, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୨୪।୪ : ବିରାଟ କୋହଲି ଲାଇଭ୍‌ ମ୍ୟାଚରେ ଅନୁଷ୍କା ଶର୍ମାଙ୍କୁ ଖେଳ ପଡ଼ିଆରୁ ଫ୍ଲାଇଙ୍ଗ୍‌ କିସ ଦେଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଇପିଏଲ ୨୦୨୩ରେ,୨୩ ଏପ୍ରିଲ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆରସିବି ରାଜସ୍ଥାନ ରୟାଲ୍ସକୁ ୭ରନରେ ପରାସ୍ତ କରିଛି।

ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ପୁଣି ଥରେ ଅଧିନାୟକ ଭାବେ ଦେଖିବାକୁ ମିଳିଥିଲା। କ୍ରମାଗତ ଦ୍ୱିତୀୟ ମ୍ୟାଚ ପାଇଁ ବିରାଟ କୋହଲି ଅଧିନାୟକ ହୋଇଥିଲେ। ଏହି ମ୍ୟାଚ ଦେଖିବା ପାଇଁ ବିରାଟ କୋହଲିଙ୍କ ସ୍ତ୍ରୀ ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ମ୍ୟାଚ ସମୟରେ ବିରାଟ କୋହଲି କ୍ୟାଚ ଧରିବା ପରେ ଷ୍ଟାଣ୍ଡରେ ଠିଆ ହୋଇଥିବା ଅନୁଷ୍କା ଶର୍ମାଙ୍କୁ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ।

ମ୍ୟାଚର ଦ୍ୱିତୀୟ ଇନିଂସରେ ରାଜସ୍ଥାନ ରୟାଲ୍ସ ୧୯୦ ରନର ପିଛା କରିଥିଲା ଗୋଡ଼ାଉଥିଲା। ଯଶସ୍ବୀ ଜୈସୱାଲ ବ୍ୟାଟିଂ କରୁଥିଲେ। ସେ ଏକ ଏକ ଶଟ ଖେଳିଥିଲେ। ବଲଟି ସିଧା ବିରାଟ କୋହଲିଙ୍କ ହାତରେ ପହଞ୍ଚିଥିଲା। ଯଶସ୍ବୀଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାଚ ନେବା ପରେ ବିରାଟ କୋହଲି ଦର୍ଶକ ଗ୍ୟାରେଲିରେ ଛିଡ଼ାହୋଇଥିବା ଅନୁଷ୍କା ଶର୍ମାଙ୍କ ଆଡକୁ ଏକ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ।

ଏହି ମ୍ୟାଚରେ ବିରାଟ କୋହଲି ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ କ୍ୟାଚ ଆଉଟ କରିଥିଲେ। ଜଶସ୍ବୀଙ୍କ ସହିତ ବିରାଟ କୋହଲି ଦେବଦତ୍ତ ପାଦିକଲଙ୍କ କ୍ୟାଚ ନେଇଥିଲେ। ଏହା ସହ ବିରାଟ କୋହଲି ଆଇପିଏଲରେ ୧୦୦ ରୁ ଅଧିକ କ୍ୟାଚ ନେଇ ଆରସିବି ଇତିହାସରେ ପ୍ରଥମ ଖେଳାଳି ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri