ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ପ୍ରାୟତଃ ପ୍ରାଣୀମାନଙ୍କ ଭିଡିଓ ବେଶି ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଛିଡ଼ା ହୋଇଥିବା ବସ୍ରେ ହଠାତ୍ ଷଣ୍ଢ ପଶଯାଉଛି । ତେବେ ଷଣ୍ଢ ସେଠାରେ ଏପରି ଉତ୍ପାତ କଲା ଯେ କଣ୍ଡକ୍ଟର ଓ ଡ୍ରାଇଭର ବସ୍ ଛାଡ଼ି ପଳାଇଲେ। ଏହି ଭିଡିଓ ରାଜସ୍ଥାନର ଜୟପୁର ସହର ।
ଯାତ୍ରୀମାନେ ବସରୁ ଓହ୍ଲାଉଥିଲେ। ଏହି ସମୟରେ ହଠାତ୍ ବସ ଭିତରେ ଷଣ୍ଢ ପଶିଯାଇଥିଲା। ଲୋକେ ଜୋରରେ ଷଣ୍ଢ, ଷଣ୍ଢ ପଶିଗଲା, ଷଣ୍ଢ ପଶିଗଲା ବୋଲି ଚିତ୍କାର କରିଥିଲେ । ଆଖିପିଛୁଳାକେ ଷଣ୍ଢଟି ବସ ଭିତରେ ପଶି ଭଙ୍ଗାରୁଜା କରିଥିଲା। ୨ଟି ଝରକାକୁ ଭାଙ୍ଗି ଦେଇଥିଲା। ଷଣ୍ଢର ଉତ୍ପାତ ଦେଖି କଣ୍ଡକ୍ଟର ଓ ଡ୍ରାଇଭର ନିଜ ଜୀବନ ବଞ୍ଚାଇବାକୁ ଯାଇ ବସରୁ ଡିଆଁ ମାରି ପଳାଇଯାଇଥିଲେ।
ବସ ଭିତରୁ ଷଣ୍ଢକୁ ବାହାର କରିବା ପାଇଁ ଚେଷ୍ଟା କରାଯାଇଥିଲା, ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ଦୀର୍ଘ ସମୟ ପରେ ବସ୍ରରୁ ଷଣ୍ଢକୁ ଉଦ୍ଧାର କରାଯାଇଥିଲା ଏହି ଭିଡିଓ ସୋସିଲ ମିଡିଆରେ ଭାଇରାଲ ହେଉଛି।
View this post on Instagram


