ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ

କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର ସୁଯୋଗ ମଧ୍ୟ ହ୍ରାସ ପାଇଛି। ଏପରି ଜଣେ ବେକାର ବ୍ୟକ୍ତି ଟୁଇଟରରେ କିଛି ବାର୍ତ୍ତା ଲେଖିଛନ୍ତି, ଯାହା ପଢ଼ି ଅନେକ ଲୋକ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ସେ ଟୁଇଟର ପେଜ୍‌ରେ ଲେଖିଛନ୍ତି ‘ମୁଁ ଭଲ ନାହିଁ’। ତାଙ୍କର ବାର୍ତ୍ତା ଏତେମାତ୍ରାରେ ଭାଇରାଲ ହେଲା ଯେ, ପ୍ରାୟ ୧ ଲକ୍ଷ ଲୋକ ତାଙ୍କୁ ଉତ୍ସାହ ଏବଂ ସାହାଯ୍ୟର ବାର୍ତ୍ତା ପଠାଇଛନ୍ତି।

ସେ ଲେଖିଛନ୍ତି, ‘ମୁଁ ଭଲ ନାହିଁ, ବହୁତ ଖରାପ ଅନୁଭବ କରୁଛି। ଯଦି ଏହି ଟୁଇଟ୍‌ ଉପରେ ଆପଣଙ୍କ ନଜର ପଡ଼େ ତେବେ ଦୟାକରି କିଛି ସେକେଣ୍ଡ ବାହାର କରନ୍ତୁ ଏବଂ ହ୍ୟାଲୋ କୁହନ୍ତୁ। ଧନ୍ୟବାଦ।

ସୋସିଆଲ ମିଡିଆରେ ଏପରି ଖୋଲାଖୋଲି ନିଜର ଭାବନାକୁ ପ୍ରକାଶ କରିଛନ୍ତି ୫୧ ବର୍ଷୀୟ ଏଡମଣ୍ଡ୍‌ ଓଲୋରୀ। ସେ ବ୍ରିଟେନରେ ରୁହନ୍ତି। ତାଙ୍କର ଏହି ଟୁଇଟ୍‌ ଉପରେ ଦୁଇ ଦିନରେ ୧୮ ହଜାରରୁ ଅଧିକ ଲୋକ ରିଟୁଇଟ୍‌ କରିଛନ୍ତି। ଏଡମଣ୍ଡଙ୍କ ଟୁଇଟ୍‌ ଉପରେ ଜଣେ ୟୁଜର ଲେଖିଛନ୍ତି, ଆମେ ଦୁହେଁ ଦୁହିଁଙ୍କୁ କେହି ଜାଣିନେ। ମାତ୍ର ଏତିକି ଜାଣିଛି, ଅଧିକାଂଶ ଲୋକ ଆପଣଙ୍କ ପରି ମନେ କରୁଛନ୍ତି। ଚଳିତବର୍ଷ ସମସ୍ତଙ୍କ ପାଇଁ ବେଶ୍‌ ଭାରୀ ପଡ଼ିଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଏକା ନୁହନ୍ତି, ଭଲ ଦିନ ଆସୁଛି। ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଖୋଲା ଅନୁଭବ ବାଣ୍ଟି ଅନ୍ୟମାନଙ୍କୁ ଉତ୍ସାହିତ କଲେ।
ତେବେ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ହୋଇଥିବା ଏଡମୁଣ୍ଡ ଦୀର୍ଘଦିନ ଧରି ମାନସିକ ସ୍ତରରେ ଆଘାତ ପାଇଆସୁଥିଲେ। ସେ କହିଛନ୍ତି, ସାଧାରଣ ଦିନରେ ଡିପ୍ରେସନର ଶିକାର ହେବା ଅଲଗା କଥା। କିନ୍ତୁ ମହାମାରୀ ସମୟରେ ଡିପ୍ରେସନର ମୁକାବିଲା କରିବା ବହୁତ କଷ୍ଟ।

ଗତ ୧୮ ମାସ ଧରି ଏଡମୁଣ୍ଡ ବେକାର ଅଛନ୍ତି। ଏହାପୂର୍ବରୁ ସେ ମାନସିକ ସ୍ବାସ୍ଥ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ। ସେ କହିଛନ୍ତି, କରୋନା ମହାମାରୀ ସହିତ ଚଳିତବର୍ଷ ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri